Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାବରାଠାରେ ଝୋଟ ଡିଜାଇନ କର୍ମଶାଳା: ହସ୍ତକଳା ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ମୂଳ ଲକ୍ଷ୍ୟ
ଆଜିର ଖବର

ନାବରାଠାରେ ଝୋଟ ଡିଜାଇନ କର୍ମଶାଳା: ହସ୍ତକଳା ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ମୂଳ ଲକ୍ଷ୍ୟ

September 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭଳିକି ଭଳି ଡିଜାଇନର ଝୋଟ ନିର୍ମିତ ବ୍ୟାଗ ଏବେ ଲୋକଙ୍କର ବହୁଳ ଆଦୃତି ଲାଭ କରୁଛି। ଆଗାମୀ ଦିନରେ ପରିବେଶ ଉପଯୋଗୀ ଝୋଟ ବ୍ୟାଗ ପ୍ଲାଷ୍ଟିକ ବ୍ୟାଗର ସ୍ଥାନ ନେବାକୁ ଯାଉଛି। ସମୟର ଆବଶ୍ୟକତା ଦୃଷ୍ଟିରେ ରଖି ଝୋଟ ବ୍ୟାଗ ତିଆରି କରିପାରିଲେ ଅନେକ ଗ୍ରାମୀଣ ମହିଳା ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ନାବରାଠାରେ ଆୟୋଜିତ ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପନ ମହୋତ୍ସବର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହି ମତ ଦେଇଛନ୍ତି।

ସୂଚାନା ଥାଉକି, ନାବରାଠାରେ ୫୦ ଜଣ ଗ୍ରାମୀଣ ମହିଳାଙ୍କୁ ନେଇ ଦୀର୍ଘ ୨୬ ଦିନ ବ୍ୟାପୀ ଏକ ଝୋଟ ଡିଜାଇନ କର୍ମଶାଳାର ଆୟୋଜନ କରାଯାଇଥିଲା। ଗ୍ରାମୀଣ ମହିଳାମାନଙ୍କୁ ହସ୍ତକଳା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ଗ୍ରାମାଂଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ଥିଲା ମୂଳ ଲକ୍ଷ। ଏହି କର୍ମଶାଳାରେ ନାବରା ଓ ତାର ଆଖପାଖ ଗ୍ରାମର ମହିଳାମାନେ ଅଂଶଗ୍ରହଣ କରିଥିଲେ। ୨୬ଦିନର ତାଲିମ ମଧ୍ୟରେ ସେମାନେ ଝୋଟ ବ୍ୟବହାର କରି ଭଳିକି ଭଳି ପେନ ଷ୍ଟାଣ୍ଡ, ଫୁଲଦାନୀ, ଝୁମର, ଓାଲ ହ୍ୟାଂଗିଂଗ, ପାପୋଛ, ଫ୍ଲାଓର ବୁକେ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିକାରୀ ସାମଗ୍ରୀ ପ୍ରସ୍ତୁତ କରିଥିଲେ।

ତତସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଝୋଟ କପଡାରୁ ବ୍ୟାଗ ଯଥା ଲ୍ୟାପଟପ ବ୍ୟାଗ, ଭ୍ୟାନିଟ, ଫୋଲଡର,ଟିଫିନ ବ୍ୟାଗ, ଓାଟର ବୋଟଲ ବ୍ୟାଗ ଆଦି ତିଆରିର କଳାକୈାଶଳ ଶିଖାଯାଇଥିଲା। ତତସହିତ ବଜାର ଚାହିଦା ଅନୁସାରେ କଳାକୃତି ଗୁଡିକର ରଂଗ କରିବା ଓ ସେଗୁଡିକ ଉପରେ ସ୍କ୍ରିନ ପ୍ରିଂଟି କରି ଆକର୍ଷଣୀୟ କରାଇବା ସଂପର୍କରେ ମଧ୍ୟ ତାଲିମ ଦିଆଯାଇଥିଲା। ବାଲେଶ୍ୱର ଜିଲ୍ଲାର ମହିଳା ଡିଜାଇନର ମିନତି ବର ଏହି କର୍ମଶାଳାର ଡିଜାଇନର ବା ପ୍ରଶିକ୍ଷକ ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ।

ନୂତନ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱନକୁ ସଫଳ କରିବା ଉଦେଶ୍ୟରେ ଅହମଦାବାଦର ଇଂଟରପ୍ରୁନରସିପ ଡେଭଲପମେଂଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବା ଇଡିଆଇ ଓ ଆସେନଚର ସଂସ୍ଥା ଏହି କର୍ମଶାଳା ନିମନ୍ତେ ଆର୍ଥିକ ସହଯୋଗର ହାତ ବଢାଇଥିଲେ। ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ ଏଫଡିଆଇ ଏହି କର୍ମଶାଳାକୁ ପରିଚାଳନା କରିଥିଲେ । ଓଡିଶା ଶିଳ୍ପୀ ମହାସଂଘର ବାଲେଶ୍ୱର ଜିଲ୍ଲା ଶାଖା ଏହି କର୍ମଶାଳାର ସଫଳତା ନିମନ୍ତେ ସମସ୍ତ ପ୍ରକାରର ସହଯୋଗ କରିଥିଲା।

ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥୀ ଭାବେ ଇଡିଆଇର ରାଜ୍ୟ ସଂଯଯୋକ ସୈକତ ସୁତ୍ରଧର ଯୋଗ ଦେଇ ଏଠାରେ ପ୍ରଶିକ୍ଷଣ ନେଇଥିବା ମହିଳାମାନଙ୍କୁ ବଜାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥୀ ଭାବେ ଏଫଡିଆଇର ଅଧ୍ୟକ୍ଷ ହୃଦାନନ୍ଦ ବେହେରା ନିଜ ବକ୍ତବ୍ୟରେ ଏହି ତାଲିମ ପ୍ରଶିକ୍ଷାର୍ଥୀମାନଙ୍କର ରୋଜଗାର ବଢାଇବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଅନ୍ୟ ଅତିଥୀଙ୍କ ମଧ୍ୟରେ ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର, ସଂଗଠନ ସଂପାଦିକା ସରୋଜିନୀ ଦାସ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନାୟକ ଉପସ୍ଥିତ ଥିଲେ। ଶେଷରେ ଏହି କର୍ମଶାଳାର ସଂଯୋଜକ ଅରୁଣ ମହାନ୍ତି ଅତିଥୀ ମାନଙ୍କୁ ଧନ୍ୟବାଦ ଦେଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.