ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ଅପରାହ୍ନ ୨ଟା ଯାଏଁ ଖୋର୍ଦ୍ଧା ବନ୍ଦ

Published: Apr 15, 2019, 11:02 am IST
bjp leader shot dead, party calls for six hours bandh in khordha

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି। ବିଜେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ବିଜେପି କର୍ମୀମାନେ ଧାରଣା ଦେବା ସହ ବନ୍ଦ ଡାକରା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନବୀନାବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ବିଜେପି ବିଜେଡି ଉପରେ ଦୋଷାରୋପ କରିଛି। ଏହି ଘଟଣାକୁ ନେଇ ଭୁବନେଶ୍ବର ମଧ୍ୟର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ସମସ୍ତ ବିଧାୟକଙ୍କୁ ପୋଲିସ୍‌ ସୁରକ୍ଷା ଦେବା ସହ ଏହି ଘଟଣାର ଉଚ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି।

 

Related posts