Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଡ଼କୋର ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବୁ ନାହିଁ: ତହସିଲଦାରଙ୍କୁ ଦାବବିପତ୍ର ଦେଲେ ଗ୍ରାମବାସୀ
ଆଜିର ଖବର

ଇଡ଼କୋର ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବୁ ନାହିଁ: ତହସିଲଦାରଙ୍କୁ ଦାବବିପତ୍ର ଦେଲେ ଗ୍ରାମବାସୀ

September 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଓ ସାମସିଂହା ଗ୍ରାମ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ଼କୋ ଜମି ବ୍ୟାଙ୍କକୁ ଗ୍ରାମବାସୀମାନେ ଦୃଢ଼ ବିରୋଧ କରୁଛନ୍ତି। ଏଣୁ ଉକ୍ତ ଗ୍ରାମବାସୀମାନଙ୍କର ଜମିକୁ କୌଣସି ବିନିମୟରେ ଇଡ଼କୋର ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ପାଇଁ ହସ୍ତାନ୍ତର କରିବୁ ନାହିଁ ବୋଲି ଅଭିଯୋଗ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଡିମିରିମୁଣ୍ଡା ଓ ସାମସିଂହା ଗ୍ରାମବାସୀ ରେଢାଖୋଲ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଡିମିରିମୁଣ୍ଡା ଗ୍ରାମର ଖାତା ନମ୍ବର-୫୨, ପ୍ଲଟ ନଂ-୩୭୯,୪୪୦,୪୪୨,୧୨୪୮, ଖାତା ନଂ-୫୪, ପ୍ଲଟ ନଂ-୫୩୯, ୫୪୮,୫୫୩ ମୋଟ ୯୬.୮୮ଡିସିମିଲ ଜମି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ଼କୋ ଜମି ବ୍ୟାଙ୍କକୁ ହସ୍ତାନ୍ତରକୁ ଦୃଢ ବିରୋଧ କରାଯାଇଛି।

ଗ୍ରାମର ଗୋଚର ପ୍ଲଟ ନଂ-୩୭୯,ଏରିଆ-୭ଏକର.୬୩ ଡିସମିଲ, ପ୍ଲଟ ନଂ-୪୪୨, ଏରିଆ ୧୯ ଏକର୦୫ ଡ଼ିସିମିଲ, ପ୍ଲଟ ନଂ ୧୨୪୮ ଏରିଆ ୨୬ ଏକର୭୩ ଡ଼ିସିମିଲ ଜମି ଗୃହ ପାଳିତ ପଶୁ ଯଥା ଗାଈ, ଛେଳି, ମେଣ୍ଢା, ମଇଁଷି ଇତ୍ୟାଦିଙ୍କ ଚାରଣ ଭୂମି ଭାବରେ ବ୍ୟବହାର ହେଉଅଛି। ପ୍ଲଟ ନଂ ୪୪୦କୁ ଗ୍ରାମର ଛାତ୍ର ଛାତ୍ରୀମାନେ ଖେଳ ପଡିଆ ଭାବରେ ବ୍ୟବହାର କରି ଆସୁଛନ୍ତି।ଉକ୍ତ ପ୍ଲଟର ଜମି ଖେଳ ପଡିଆ ଭାବରେ ସଂରକ୍ଷିତ ଅଛି।

ସେହିପରି ପ୍ଲଟ ନଂ ୫୩୯ ,୫୪୮ ଓ ୫୫୩ ଜମିରେ ଉକ୍ତ ଗ୍ରାମବାସୀଙ୍କ ଉଦ୍ୟମ ଓ ସୁରକ୍ଷାରେ ଏକ ସବୁଜ, ସୁନ୍ଦର ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହୋଇଅଛି। ଯାହାକି ପ୍ରାକୃତିକ ପରିବେଶର ସୁରକ୍ଷା କବଚ ଭାବେ କାମ କରୁ ଅଛି ଏବଂ ଶାଳ, ପିଆଶାଳ ମୂଲ୍ୟବାନ ଗଛ ଓ ମୂଲ୍ୟବାନ ଔଷଧିୟ ବୃକ୍ଷ ରହିଅଛି। ଏହି ଜମିରୁ କେନ୍ଦୁପତ୍ର, ମହୁଲ ଆଦି ସଂଗ୍ରହ କରି ଗ୍ରାମମାନଙ୍କର ଲୋକେ ଜୀବିକା ନିର୍ବାହ କରିଥାନ୍ତି। ଗ୍ରାମର ଉନ୍ନତି ମୂଳକ କାମ କଲେଜ, ଡାକ୍ତରଖାନା, ଗ୍ରାମ୍ୟ ପାର୍କ ପ୍ରତିଷ୍ଠା ନିମନ୍ତେ ବ୍ୟବହାର ପାଇଁ ରହିଛି।

ତେଣୁ ସେହି ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋ ଜମି ବ୍ୟାଙ୍କକୁ ହସ୍ତାନ୍ତର କରାଗଲେ ଗ୍ରାମବାସୀଙ୍କ ଗୃହ ପାଳିତ ପଶୁମାନଙ୍କର ଚାରଣ ଭୂମି ଧ୍ୱଂସ , ଖେଳ ପଡିଆ ନଷ୍ଟ,ଓ ପ୍ରାକୃତିକ ଜଙ୍ଗଲ ଧ୍ୱଂସ ହେବ।ସାଧାରଣ ଗରିବ ଲୋକଙ୍କର ଜୀବନ ଜୀବିକା ଉଜୁଡି ଯିବ। ଏପରିକି ଗ୍ରାମର ସାମଜିଜ , ସାଂସ୍କୃତିକ, ଅର୍ଥନୈତିକ ,ପରିବେଶ ବିକାଶରେ ବାଧାପ୍ରାପ୍ତ ହେବ। ଗ୍ରାମର ଏହି ଜମିକୁ କୌଣସି ବିନିମୟରେ ଇଡ଼କ ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।ଏଣୁ ଡିମିରିମୁଣ୍ଡା ଗ୍ରାମର ୯୬ ଏକର ୮୮ ଡ଼ିସିମିଲ ପରିମିତ ଜମି ଯଥା ଗୋଚର, ଖେଳପଡ଼ିଆ, ଜଙ୍ଗଲ , ସର୍ବସାଧାରଣଙ୍କ ଜାଗାକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋର ଜମି ବ୍ୟାଙ୍କକୁ ହସ୍ତାନ୍ତର ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଦାବିପତ୍ର ପ୍ରଦାନ ପରିପ୍ରେକ୍ଷୀରେ ୱାର୍ଡ ସଭ୍ୟ ସଞ୍ଜୀବ କୁମାର ପ୍ରଧାନ, ଦାମିନି ମୁଣ୍ଡା, ସରତ କୁମାର ପ୍ରଧାନ, ଚମ୍ପାବତୀ ପ୍ରଧାନ, ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରି ଥିଲେ।

ତହସିଲଦାର ରେଢ଼ାଖୋଲ ବ୍ଲକ ଶିଳ୍ପ ପ୍ରତିଷ୍ଠା
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.