Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁମିତ୍‌ଙ୍କ ନୂଆ ପୁସ୍ତକ : ‘ରାହୁଲ୍‌ଙ୍କ ଅସଫଳତା ପରେ କଂଗ୍ରେସକୁ ପୁନର୍ଜୀବିତ ପାଇଁ ପ୍ରିୟଙ୍କାଙ୍କ ଅଭ୍ୟୁତ୍ଥାନ
ଆଜିର ଖବର

ସୁମିତ୍‌ଙ୍କ ନୂଆ ପୁସ୍ତକ : ‘ରାହୁଲ୍‌ଙ୍କ ଅସଫଳତା ପରେ କଂଗ୍ରେସକୁ ପୁନର୍ଜୀବିତ ପାଇଁ ପ୍ରିୟଙ୍କାଙ୍କ ଅଭ୍ୟୁତ୍ଥାନ

April 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଂଗ୍ରେସରେ ପ୍ରିୟଙ୍କା ଗାନ୍ଧି ସକ୍ରିୟ ଅଂଶଗ୍ରହଣ କରିବା ପରେ ତାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ବେଶ୍‌ ସରଗରମ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ନିର୍ବାଚନ ଲଢିବା ଓ ତାଙ୍କ ପତି ରର୍ବଟ ଭଦ୍ରା କଂଗ୍ରେସରେ ଔପଚାରିକ ରୂପେ ସାମିଲ୍‌ ହେବାର ସମ୍ଭାବନାକୁ ନେଇ ଏବେ ଏକ ନୂଆ ପୁସ୍ତକ ପ୍ରକାଶିତ ହୋଇଛି। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କ ଅସଫଳତା ପରେ କଂଗ୍ରେସକୁ ପୁନର୍ଜ୍ଜୀବିତ କରିବା ପାଇଁ ପ୍ରିୟଙ୍କାଙ୍କ ଅଭ୍ୟୁତ୍ଥାନ ହୋଇଛି ବୋଲି ବିବେଚନା କରାଯାଉଛି। ଦକ୍ଷିଣପନ୍ଥୀ ଲେଖକ  ସୁମିତ୍‌ ଭସିନ୍‌ ତାଙ୍କ ନୂତନ ପୁସ୍ତକ ‘ଦ ନ୍ୟୁ ଏଜ୍‌ କାର୍ଯ୍ୟକର୍ତ୍ତା – ଫ୍ରମ୍‌ ପୋଷ୍ଟିଂ ପୋଷ୍ଟର୍ସ ଅନ୍‌ ଦ ଓ୍ବାଲ୍‌ ଟୁ ପୋଷ୍ଟିଂ ଅନ୍‌ ଦ ଓ୍ବାଲ୍‌’ରେ କଂଗ୍ରେସରେ ପ୍ରିୟଙ୍କାଙ୍କ ଅଭ୍ୟୁଦୟକୁ ନେଇ ଅଭିବ୍ୟକ୍ତି କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ଆଜିର ତାରିଖରେ ଭାରତୀୟ ଜନତା ପାର୍ଟିର ନୂତନ ଅଧ୍ୟକ୍ଷ ତଥା ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ, ସେ ସମ୍ପର୍କରେ ଆମେ ଅନଭିଜ୍ଞ, କିନ୍ତୁ ଏହା ନିଶ୍ଚିତ ଯେ, ରାହୁଲ୍‌ ଗାନ୍ଧିଙ୍କ ଅସଫଳତା ପରେ ପ୍ରିୟଙ୍କା ଗାନ୍ଧିଙ୍କ ସକ୍ରିୟ ରାଜନୀତିରେ ଅଭ୍ୟୁତ୍ଥାନ।’ ସେ ଏହି ପୁସ୍ତକରେ ଭାଜାପାର ଉଦୟ ଓ କଂଗ୍ରେସର ପତନ ଅବଶ୍ୟମ୍ଭାବୀ ବୋଲି ବର୍ଣ୍ଣନା କରିଛନ୍ତି। କଂଗ୍ରେସର ବିନାଶ ପାଇଁ ଏହାର ନେତୃତ୍ବକୁ ହିଁ ଦାୟୀ କରିଛନ୍ତି। କଂଗ୍ରେସରେ ଉତ୍କୃଷ୍ଟ ଦକ୍ଷତାର ଅଭାବ ହିଁ କଂଗ୍ରେସକୁ ବିନାଶ ଆଡକୁ ଅଗ୍ରସର କରାଉଛି  ଅପରପକ୍ଷରେ ବିଜେପି ଯୋଗ୍ୟ ଲୋକଙ୍କୁ ପୁରସ୍କୃତ କରିବା ଜାରି ରଖୁ, କାରଣ ଦଳ ଦେଶର ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଅଧିକ ଲୋକତାନ୍ତ୍ରିକ ଅଟେ। ଗତକାଲି ଏହି ପୁସ୍ତକର ଉନ୍ମୋଚନ ଅବସରରେ ବିଜେପି ସାଂସଦ ରମେଶ୍‌ ବେଧୁଡି କହିଛନ୍ତି ଯେ, ଦଳ ସାଧାରଣ କର୍ମୀଙ୍କ ଅଧିକାରକୁ ମହତ୍ତ୍ବ ଦିଆଯାଇଥାଏ, କିନ୍ତୁ କଂଗ୍ରେସ ଏହାର ବିପରୀତ। କାରଣ ଏହି ଦଳ ଗୋଟିଏ ପରିବାର ଉପରେ ଜୋର୍‌ ଦେଇଥାଏ। ସେହିପରି ଅନ୍ୟଜଣେ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଡ. ବିନୟ ସହସ୍ରବୁଦ୍ଧେ ଏହି ଅବସରରେ ସବୁ ବଂଶବାଦୀ ଦଳଙ୍କୁ ନିନ୍ଦା କରିଛନ୍ତି।

launch thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026

ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ଫିଚରକୁ ନେଇ ବଢ଼ିଲା ଚିନ୍ତା: କାହିଁକି ରୋକ ଲଗାଇବାକୁ କହିଲେ କେନ୍ଦ୍ର ସରକାର?

July 2, 2026

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026
Latest News

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.