Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ ସିଡବଲ୍ୟୁସି ଗୋଦାମରେ ଶ୍ରମିକଙ୍କ ଇପିଏଫ ଟଙ୍କା ବାଟମାରଣା ଅଭିଯୋଗ
ଆଜିର ଖବର

ଜୁନାଗଡ ସିଡବଲ୍ୟୁସି ଗୋଦାମରେ ଶ୍ରମିକଙ୍କ ଇପିଏଫ ଟଙ୍କା ବାଟମାରଣା ଅଭିଯୋଗ

September 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର ( ସିଡବଲ୍ୟୁସି ଗୋଦାମ) ରେ ଶ୍ରମିକ ମାନଙ୍କ ଇପିଏଫ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ଗୋଦାମରେ ଚାଉଲ ଅନଲୋଡିଂ ପାଇଁ ବସ୍ତା ପିଛା ୩ ଟଙ୍କା ଏବଂ ରେକ ରେ ଚାଉଳ ପଠାଇବା ପାଇଁ ବସ୍ତା ପିଛା ୪ ଟଙ୍କା ହିସାବରେ ମଜୁରୀ ଦିଆଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ।

ସିଡବଲ୍ୟୁସି ଦ୍ୱାରା ନିଯୁକ୍ତପ୍ରାପ୍ତ ଶ୍ରମିକ ଠିକାଦାର ପ୍ରତି ମାସରେ ଶ୍ରମିକ ମାନଙ୍କ କାର୍ଯ୍ୟ ଅନୁସାରେ ହିସାବ କରି ବେଙ୍କ ପାଶ ବୁକରେ ଶ୍ରମିକ ମାନଙ୍କ ମଜୁରୀ ଦେଉଥିବା କୁହାଯାଉଥିବା ବେଳେ ସେହି ପାଶବୁକରୁ ଶ୍ରମିକ ମାନେ ସେମାନଙ୍କ ଉପସ୍ଥିତି ଅନୁସାରେ ନିଜ ନିଜ ପ୍ରାପ୍ୟ ନେଉଥିବା ପ୍ରକାଶ। ସଂପୃକ୍ତ ଶ୍ରମିକ ଠିକାଦାର ପକ୍ଷରୁ ଶ୍ରମିକ ମାନଙ୍କ ଇପିଏଫ ପାଇଁ ମଜୁରୀ ଟଙ୍କା ମଧ୍ୟରୁ ଶତକଡା ୧୨ ଟଙ୍କା ଲେଖାଏଁ କାଟିକରି ରଖୁଥିବା ବେଳେ ସେହି ଟଙ୍କା ଶ୍ରମିକ ମାନଙ୍କ ଇପିଏଫ ଆକାଉଂଟରେ ଡିପୋଜିଟ କରୁନଥରବା ଶ୍ରମିକ ମାନେ ଅଭିଯୋଗ କରୁଛନ୍ତି।

ଏସଂପର୍କରେ ସଂପୃକ୍ତ ଶ୍ରମିକ ଠିକାଦାର ସଠିକ ତଥ୍ୟ ପ୍ରକାଶ କରୁନଥିବା ବେଳେ ପାଲଟା ଭାବେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାହିଁକି ଏସବୁ ପଚାରୁଛନ୍ତି ବୋଲି କହୁଛନ୍ତି। ବୁଧବାର ଦିନ ସିଡବଲ୍ୟୁସି ଗୋଦାମ ଠାରୁ ରାସ୍ତା ଉପରେ ତହସିଲ ଅଫିସ ପର୍ଯ୍ୟନ୍ତକୁ ଚାଉଲ ଟ୍ରକ ଠିଆ ହୋଇରହିଥିଲେ ହେଁ ଶ୍ରମିକ ଅଶାନ୍ତି ଯୋଗୁଁ ସେସବୁ ଅନଲୋଡିଂ ହୋଇନଥିବା ଜଣାପଡିଛି।

ଇପିଏଫ ଆକାଉଂଟରେ ଶ୍ରମିକ ମାନଙ୍କ ତରଫରୁ ଯେତେ ଟଙ୍କା ଡିପୋଜିଟ ହେବ ସରକାର ସେତିକି ଟଙ୍କା ସେହି ଆକାଉଂଟରେ ଡିପୋଜିଟ ଦେବାର ନିୟମ ଥିବା ବେଳେ ଯଦିଓ ଶ୍ରମିକ ଠିକାଦାର ଶ୍ରମିକ ମାନଙ୍କ ଆକାଉଂଟରେ ସଠିକ ପରିମାଣର ଟଙ୍କା ଡିପୋଜିଟ କରିନାହାନ୍ତି ତେବେ ସେତିକି ପରିମାଣର ଟଙ୍କା ପାଇବାରେ ଶ୍ରମିକ ମାନେ ବଂଚିତ ହୋଇଯିବାର ଆଶଙ୍କା ରହିଛି ବୋଲି କୁହାଯାଉଛି।

ଏସଂପର୍କରେ ସଂପୃକ୍ତ ଠିକାଦାର ସଠିକ ତଥ୍ୟ ଦେବାର ଦୂରର କଥା ପାଲଟା ଭାବେ ଚଢା ସ୍ୱରରେ କାହିଁକି ଏସବୁ ପଚାରୁଛ ଆପକୋ କୋହି ଅଧରକାର ଦିଆ ହେଁ ବୋଲି କହୁଥିବା ଦେଖାଯାଇଥିଲା। ଯଦିଓ ଠିକଦାର ସଠିକ ବାବେ ଶ୍ରମିକ ମାନଙ୍କ ପ୍ରାପ୍ୟ ଏବଂ ଇପିଏଫ ଟଙ୍କା ଡିପୋଜିଟ କରୁଛନ୍ତି ତେବେ ସଠିକ ତଥ୍ୟ ଉପସ୍ଥାପନ କରୁନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯେହେତୁ ଶ୍ରମିକ ଠିକଦାର କାହା ସହିତ ଶ୍ରମିକ ମାନଙ୍କ ପ୍ରାପ୍ୟ ସଂପର୍କରେ ଆଲୋଚନା କରିବାକୁ ର୍ପସ୍ତୃତ ହେଉନାହାନ୍ତି ତେଣୁ କରି ଶ୍ରମିକ ମଜୁରୀ ଦେବାରେ ହୁଏତ ହେରାଫେରୀ ଥାଇପାରେ ବୋଲି ଶ୍ରମିକ ମାନେ ଅନୁମାନ କରୁଥିବା ପ୍ରକାଶ। ଏସଂପର୍କରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବା ସହ ସଠିକ ତଦନ୍ତ କରାଯାଇ ଶ୍ରମିକ ମାନଙ୍କ ମଜୁରୀ ଓ ଇପିଏଫ ପ୍ରାପ୍ୟ ଯୋଗାଇଦେବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

ଜୁନାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026
Latest News

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ ଖିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.