Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉଟ ସୋର୍ସିଙ୍ଗ ନିଯୁକ୍ତି ବନ୍ଦ ପାଇଁ ଓୟୁଏଟି ଶ୍ରମିକ ୟୁନିୟନର ବିଧାନସଭା ଆଗରେ ବିକ୍ଷୋଭ
ଆଜିର ଖବର

ଆଉଟ ସୋର୍ସିଙ୍ଗ ନିଯୁକ୍ତି ବନ୍ଦ ପାଇଁ ଓୟୁଏଟି ଶ୍ରମିକ ୟୁନିୟନର ବିଧାନସଭା ଆଗରେ ବିକ୍ଷୋଭ

September 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଉଟ ସୋର୍ସିଙ୍ଗ ନିଯୁକ୍ତି ବନ୍ଦ ପାଇଁ ଓୟୁଏଟି ଶ୍ରମିକ ୟୁନିୟନର ବିଧାନସଭା ଆଗରେ ବିକ୍ଷୋଭ

ଭୁବନେଶ୍ୱର: ଓଡିଶା କୃଷି ବିଶ୍ୱବିଦ୍ୟାଳୟ ବା ଓୟୁଏଟି ରେ କୁଳପତି ଓ କୁଳସଚିବଙ୍କ ଶ୍ରମିକ ମାରଣ ନୀତି ତଥା ବର୍ଷ ବର୍ଷ ଧରି କାଜୁଆଲ କର୍ମଚାରୀ ଶ୍ରମିକ ମାନଙ୍କୁ ଆଉଟ ସୋର୍ସିଙ୍ଗ ଠିକାଦାର ନିକଟରେ ପଞ୍ଜି କରଣ କରି କାମ କରିବା କୁ ନିର୍ଦ୍ଦେଶ ବିରୁଦ୍ଧରେ ଆଜି ଓ ୟୁ ଏ ଟି ଶ୍ରମିକ ୟୁନିୟନର ଶହ ଶହ ଶ୍ରମିକ କର୍ମଚାରୀ ଆସି ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ୟୁନିୟନ ଉପସଭାପତି ଶ୍ରମିକ ନେତା ପ୍ରଦୀପ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ମୁଖ୍ୟ ବକ୍ତା ଭାବରେ ଭାଷଣ ଦେଇ OUAT ର ରାଜ୍ୟ ସଭାପତି ତଥା ୟୁନିଅନ ର ସଭାପତି ଜନାର୍ଦ୍ଦନ ପତି ଓୟୁଏଟି ର ଠିକାଦାର ନିଯୁକ୍ତି କୁ ତୀବ୍ର ନିନ୍ଦା କରିଥିଲେ। ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଧେଶ କାର‌୍ୟ୍ୟକାରୀ କରି ଇ ପି ଏଫ , ଇ ଏସ ଆଇ , ଶ୍ରମିକ ମାନଙ୍କୁ ବର୍ଷସାରା କାମ କରିବାକୁ ଦେବା ଓ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକ ଙ୍କୁ ରେଗୁଲାର କରିବା, ରିଟାଏଡ଼ କର୍ମଚାରୀଙ୍କୁ ଓୟୁଏଟି ରେ ପୁନଃ ନିଯୁକ୍ତି ବନ୍ଦ କରିବା ଇତ୍ୟାଦି ଦାବୀ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପୂରଣ କରିବା କୁ ସେ ଦାବୀ କରିଥିଲେ।

ଏହି ସମାବେଶରେ ଶ୍ରମିକ ମାନଙ୍କ ଦାବିକୁ ସମର୍ଥନ ଜଣାଇ OUAT ର ରାଜ୍ୟ ଉପ ସଭାପତି ଶ୍ରୀ ରମେଶ ଜେନା, ବରିଷ୍ଠ ନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଦାଶ, ୟୁନିୟନ ର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟନାରାୟଣ ନାୟକ ଭାଷଣ ଦେଇ ରାଜ୍ୟ ସରକାର ଆଉଟ ସୋର୍ସିଙ୍ଗ ପ୍ରଥା ତୁରନ୍ତ ବନ୍ଦ କରିବାକୁ ଦାବୀ କରିଥିଲେ। ସାଥୀ ଜନାର୍ଦ୍ଧନ ପତି ଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ରାଜ୍ୟ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ସରକାର ଏ ଦିଗରେ ବିଚାର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଧା ଦେବ କି ବର୍ଷା?: ଜାଣନ୍ତୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ର ପାଣିପାଗ ସ୍ଥିତି

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026

ମଦ୍ୟପ ଯୁବକର ଫାଉଡ଼ା ମାଡରେ ବୃଦ୍ଧଙ୍କ ମୃତ୍ୟୁ

July 9, 2026
Latest News

ବାଧା ଦେବ କି ବର୍ଷା?: ଜାଣନ୍ତୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ର ପାଣିପାଗ ସ୍ଥିତି

July 9, 2026

ଆମେରିକା ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର: ବଡ଼ ଘୋଷଣା କଲା ଏହି ଦେଶ

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.