Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ବର୍ଷା: ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା
ଆଜିର ଖବର

ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ବର୍ଷା: ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା

September 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ଲଘୁଚାପ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହି ଲଗାଣ ବର୍ଷାର ପ୍ରକୋପରେ ଚାଷଜମି ଗୁଡିକ ପାଣିରେ ବୁଡ଼ି ରହିଥିବାରୁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏମିତିକି ଅନେକ ସ୍ଥାନରେ ସାଧାରଣ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଗତକାଲି ଠାରୁ ଲାଗିରହିଥିବା ଏହି ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ଅନୁଯାୟୀ ଜିଲ୍ଲାର ୧୯୮ଟି ପଞ୍ଚାୟତର ୧୩୨୧ଟି ଗ୍ରାମ ଓ ୨ଟି ମ୍ୟୁନିସିପାଲିଟିର ୪୦ଟି ୱାର୍ଡ଼ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ଜିଲ୍ଲାର ୯୯ଟି ଗାଁର ୧୬୯୨୦ ଲୋକ ବର୍ଷାଜଳ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ୪୩ଟି ଆଶ୍ରୟ ସ୍ଥଳୀରେ ୧୫୯୦ଜଣ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ୨୯ଟି କେନ୍ଦ୍ରରେ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାରେ ୩୦୦୦ କୁକୁଡ଼ା ଚିଆଁ ମରିଥିବା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିକୁ ମିଶାଇ ୫୩୦୪୨.୯ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ୭୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହେବା ସହିତ ୨୮ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ଷା ପ୍ରଭାବିତ ଲୋକଙ୍କୁ ୧୫୦ ପ୍ୟାକେଟ୍ ବିସ୍କୁଟ, ୧୨.୬୦ କ୍ୱିଣ୍ଟାଲ ଚୁଡ଼ା ଓ ୧.୦୮ କ୍ୱିଣ୍ଟାଲ ଗୁଡ ବଣ୍ଟନ କରାଯାଇଛି। ୨ଟି ଅଗ୍ନିଶମ ବାହୀନି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ ୩ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ବର୍ଷା ଜଳରେ ୭ଟି ରାସ୍ତା ବିଛିନ୍ନ ହୋଇଯାଇଥିବା ବେଳେ ୬ଟି କୋଠାଘର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଚାଷଜମି ଜଗତସିଂହପୁର ଜିଲ୍ଲା ଲଗାଣ ବର୍ଷା ଲଘୁଚାପ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ରୋହିତ ଶେଟ୍ଟୀଙ୍କ ଘରେ ଗୁଳି ଚଳାଇବା ମାମଲା: ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କଲା ମୁମ୍ବାଇ ପୋଲିସ

February 16, 2026

“ଆରଏସଏସ ହେଉଛି ଶୈତାନ, ବିଜେପି ଏହାର ଛାଇ…”: ସଂଘ ଉପରେ ବର୍ଷିଲେ କଂଗ୍ରେସ ନେତା

February 16, 2026

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026
Latest News

ରୋହିତ ଶେଟ୍ଟୀଙ୍କ ଘରେ ଗୁଳି ଚଳାଇବା ମାମଲା: ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କଲା ମୁମ୍ବାଇ ପୋଲିସ

February 16, 2026

“ଆରଏସଏସ ହେଉଛି ଶୈତାନ, ବିଜେପି ଏହାର ଛାଇ…”: ସଂଘ ଉପରେ ବର୍ଷିଲେ କଂଗ୍ରେସ ନେତା

February 16, 2026

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.