ବିଜେପିରେ ୨୧ ତମ ପ୍ରାର୍ଥୀ ତାଲିକା : ଗୋରଖପୁରରୁ ଲଢିବେ ରବି କିଶନ

Published: Apr 15, 2019, 4:54 pm IST

୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ୨୧ତମ ସୂଚୀ ଜାରି କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା ରବି କିଶନଙ୍କୁ ଗୋରଖପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ରବି କିଶନଙ୍କୁ ଜୌନ୍‌ପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା।  ନିକଟରେ ବିଜେପିରେ ଯୋଗଦେଇଥିବା ପ୍ରବୀଣ ନିଷାଦଙ୍କୁ ସନ୍ତକବିର ନଗରରୁ ପ୍ରାର୍ଥୀ କରାଯାଇଛି। ବିଧାୟକଙ୍କୁ ଚପଲରେ ପିଟିବା ମାମଲାରେ ବିବାଦକୁ ଆସିଥିବା ସନ୍ତକବିର ନଗର ସାଂସଦ ଶରଦ ତ୍ରିପାଠୀଙ୍କ ଟିକେଟ୍‍ କାଟି ଦିଆଯାଇଛି। ସେହିପରି ଭଦୋହିର ବର୍ତ୍ତମାନର ସାଂସଦ ବୀରେନ୍ଦ୍ର ସିଂହଙ୍କ  ସ୍ଥାନରେ ରମେଶ ବିନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରତାପଗଡ଼ରୁ ସଂଗମ ଲାଲ ଗୁପ୍ତା, ଅମ୍ବେଦନଗର ଲୋକସଭା ଆସନରୁ ମୁକୁଲ ଭାରତୀ ଓ ଦେଓରିଆ ଲୋକସଭା ଆସନରୁ ରମାପତି ରାମ ତ୍ରିପାଠୀ, ଜୌନପୁରରୁ କେପି ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ସବୁ ଲୋକସଭା ଆସନରେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।

Related posts