Categories
ଆଜିର ଖବର

ବିଶ୍ବକପ୍‌ ଅମ୍ପାୟାର ତାଲିକାରେ ଏସ୍‌ ରବି ଏକମାତ୍ର ଭାରତୀୟ

ଶୁକ୍ରବାର ଆଇସିସି ପକ୍ଷରୁ ୨୨ ଜଣିଆ ଅମ୍ପାୟାର ଏବଂ ମ୍ୟାଚ୍‌ ରେଫରୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବରେ ଅମ୍ପାୟାର ଏସ୍‌ ରବି ସ୍ଥାନ ପାଇଛନ୍ତି। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣ ଅମ୍ପାୟାର ନିଯୁକ୍ତ କରା ଯାଇଥିବା ବେଳେ ୬ ଜଣ ମ୍ୟାଚ୍‌ ରେଫରୀ ନିଯୁକ୍ତ କରାଯାଇଛି। ନିକଟରେ ନିଜର ଏକ ଖରାପ ନିଷ୍ପତ୍ତି ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ରବିଙ୍କୁ ସମାଲୋଚନା କରିଥିଲେ। ବେଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏକ ନୋ ବଲ୍‌ ଦେଖି ପାରିନଥିଲେ ରବି। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ ରେଫରୀଙ୍କ ମଧ୍ୟରେ ରଞ୍ଜନ ମୁଦୁଗଲେଙ୍କ ଏହା ଷଷ୍ଠ ବିଶ୍ବକପ୍‌ ହୋଇଥିବା ବେଳେ କ୍ରିସ୍‌ ବ୍ରଡ୍‌ ଏବଂ ମାର୍ଟିନ୍‌ କ୍ରୋଙ୍କ ଏହା ଚତୁର୍ଥ ବିଶ୍ବକପ୍‌। ସେହିପରି ଅମ୍ପାୟାରଙ୍କ ମଧ୍ୟରେ ଅଲିମ୍‌ ଦରଙ୍କ ଏହା ପଞ୍ଚମ ବିଶ୍ବକପ୍‌ ହୋଇଥିବା ବେଳେ ଇଆନ୍‌ ଗୁଲ୍ଡଙ୍କ ଏହା ଚତୁର୍ଥ ତଥା ଅନ୍ତିମ ବିଶ୍ବକପ୍‌ ହେବ।

Categories
ଆଜିର ଖବର

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ନବଜ୍ୟୋତି ସବୁଠୁ ଧନୀ ପ୍ରାର୍ଥୀ

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଏଡିଆର୍‌ ପକ୍ଷରୁ ଏ ସମ୍ପର୍କିତଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏହି ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ବ୍ୟକ୍ତି। ନବଜ୍ୟୋତିଙ୍କ ସମ୍ପତ୍ତିର ମୁଲ୍ୟ ୧୦୪ କୋଟି ଟଙ୍କା। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ଧନୀ ପ୍ରାର୍ଥୀ। ନିରଞ୍ଜନଙ୍କ ପାଖରେ ୬୦ କୋଟିରୁ ଅଧିକ ସମ୍ପତ୍ତି ଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ନବଜ୍ୟୋତି ତଳକୁ ରହିଛନ୍ତି ବାଲେଶ୍ୱରର ବିଜେଡ଼ି ପ୍ରାର୍ଥୀ ରବିନ୍ଦ୍ର ଜେନା। ତାଙ୍କ ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା। ସେହିପରି କେନ୍ଦ୍ରାପଡ଼ାରୁ ଲଢ଼ୁଥିବା ବୈଜୟନ୍ତ ପଣ୍ଡାଙ୍କର ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ହୋଇଥିବାବେଳେ ତାଙ୍କ ତଳକୁ ରହିଛନ୍ତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଣବ ବଳବନ୍ତରାୟ। ଚିରଞ୍ଜିବୀ ବିଶ୍ୱାଳଙ୍କ ପାଖରେ ୩୩ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ପ୍ରଣବ ବଳବନ୍ତରାୟ ୧୭ କୋଟି ମୂଲ୍ୟ ସମ୍ପତ୍ତି ରହିଥିବା ନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ବିଜେପିରେ ୨୧ ତମ ପ୍ରାର୍ଥୀ ତାଲିକା : ଗୋରଖପୁରରୁ ଲଢିବେ ରବି କିଶନ

୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ୨୧ତମ ସୂଚୀ ଜାରି କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା ରବି କିଶନଙ୍କୁ ଗୋରଖପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ରବି କିଶନଙ୍କୁ ଜୌନ୍‌ପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା।  ନିକଟରେ ବିଜେପିରେ ଯୋଗଦେଇଥିବା ପ୍ରବୀଣ ନିଷାଦଙ୍କୁ ସନ୍ତକବିର ନଗରରୁ ପ୍ରାର୍ଥୀ କରାଯାଇଛି। ବିଧାୟକଙ୍କୁ ଚପଲରେ ପିଟିବା ମାମଲାରେ ବିବାଦକୁ ଆସିଥିବା ସନ୍ତକବିର ନଗର ସାଂସଦ ଶରଦ ତ୍ରିପାଠୀଙ୍କ ଟିକେଟ୍‍ କାଟି ଦିଆଯାଇଛି। ସେହିପରି ଭଦୋହିର ବର୍ତ୍ତମାନର ସାଂସଦ ବୀରେନ୍ଦ୍ର ସିଂହଙ୍କ  ସ୍ଥାନରେ ରମେଶ ବିନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରତାପଗଡ଼ରୁ ସଂଗମ ଲାଲ ଗୁପ୍ତା, ଅମ୍ବେଦନଗର ଲୋକସଭା ଆସନରୁ ମୁକୁଲ ଭାରତୀ ଓ ଦେଓରିଆ ଲୋକସଭା ଆସନରୁ ରମାପତି ରାମ ତ୍ରିପାଠୀ, ଜୌନପୁରରୁ କେପି ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ସବୁ ଲୋକସଭା ଆସନରେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।

Categories
ଆଜିର ଖବର

ବିଜେଡ଼ିର ୨ଟି ଲୋକସଭା ପ୍ରାର୍ଥୀ ଓ ୭ଟି ବିଧାନସଭା ପ୍ରାର୍ଥୀ ଘୋଷଣା

ବିଜେଡ଼ି ଆଜି ତା’ର ୨ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଭୁବନେଶ୍ବର (ମଧ୍ୟ) ପାଇଁ ମେୟର୍‌ ଅନନ୍ତନାରାୟଣ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ପୂର୍ବରୁ ବିଜୟ ମହାନ୍ତି ରହିଥିଲେ। ସେହିପରି  ଉତ୍ତର ଭୁବେନଶ୍ବରର ଟିକେଟରେ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ କାଟି ନୂତନ ଭାବେ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରାଯାଇଛି। ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଜାଗାରେ ରାଜ୍ୟସଭାସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ। ତେବେ ଖଣ୍ଡପଡ଼ାରେ ସୌମ୍ୟଙ୍କ ପ୍ରାର୍ଥୀତ୍ବକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଏପରିକି ଟିକେଟ ନ ମିଳିଲେ ଅନୁଭବ ସ୍ବାଧୀନ ଭାବରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଗତ ନିର୍ବାଚନରେ ଏହି ଆସନରେ ବିଜେଡ଼ିର ଅନୁଭବ ପଟ୍ଟନାୟକ  ଓ ଆମ ଓଡ଼ିଶା ଦଳର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ  ମଧ୍ୟରେ  ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ମାତ୍ର ବହୁତ କମ ବ୍ୟବଧାନରେ ସୌମ୍ୟରଞ୍ଜନ ହାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସୌମ୍ୟ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ।ତେବେ ବିଜେଡ଼ି ତରଫରୁ ଚମ୍ପୁଆ, ବାରିପଦା ଓ କେନ୍ଦ୍ରାପଡ଼ା ତିନୋଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ବାକି ରହିଛି। ତେବେ ପ୍ରତ୍ୟେକ ଥର ପରି ନୂଆ ମୁହଁକୁ ସାମିଲ୍‌ କରାଇଛନ୍ତି ନବୀନ ପଟ୍ଟନାୟକ। ବିଜେଡ଼ି ବିଧାନସଭା ପ୍ରାର୍ଥୀରେ ବ୍ୟାପକ ପରିବର୍ତ୍ତନ କରିଛି। ନୂଆ ମୁହଁ ସହ ପୁରୁଣା ନେତାଙ୍କୁ ସାମିଲ୍‌ କରାଇଛି। ପାଖାପାଖି ୧୭ଟି ବିଧାନସଭା ଆସନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ୨୧ ଲୋକସଭା ଆସନରୁ ୭ଟିରେ ମହିଳାଙ୍କୁ ମିଳିଲା ଟିକେଟ ଦେଇ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ସଂରକ୍ଷଣ ପ୍ରତିଶ୍ରୁତିକୁ ପୂରଣ କରିଛି ବିଜେଡ଼ି ।

ଲୋକସଭା ପ୍ରାର୍ଥୀ-

୧.ଢେଙ୍କାନାଳ  – ମହେଶ ସାହୁ

୨. କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ

ବିଧାନସଭା ପ୍ରାର୍ଥୀ

୧. ଭୁବନେଶ୍ବର ( ମଧ୍ୟ) – ଅନନ୍ତ ନାରାୟଣ ଜେନା

୨. ଭୁବନେଶ୍ବର (ଉତ୍ତର) – ସୁଶାନ୍ତ ରାଉତ

୩. ଖଣ୍ଡପଡ଼ା – ସୌମ୍ୟରଂଜନ ପଟ୍ଟନାୟକ

୪. ପାଲଲହଡ଼ା – ଶ୍ରୀ ମୁକେଶ ପାଲ୍‌

୫. ଆଠ ମଲ୍ଲିକ – ଶ୍ରୀ ରମେଶ ଚନ୍ଦ୍ର ସାଏ

୬. ଯାଜପୁର – ଶ୍ରୀ ପ୍ରଣବ ପ୍ରକାଶ ଦାସ

୭. କୋରେଇ – ଆଶୋକ ବଳ

 

Categories
ବିଶେଷ ଖବର

ବିଜେଡି ର ନୂଆ ପ୍ରାର୍ଥୀ ତାଲିକା: ବାଦ ପଡିଲେ ଶଶୀଭୂଷଣ ଓ ଦେବାଶିଷ

ବିଜେଡି ର ନୂଆ ପ୍ରାର୍ଥୀ ତାଲିକାରେ ଦଳର ଦୁଇଜଣ ବଡ ନେତା ଙ୍କୁ ଟିକଟରୁ ବଞ୍ଚିତ କରାଯାଇଛି। ନବୀନ ସରକାର ରେ ଅର୍ଥ ମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କୁ ଜୟଦେବ ଆସନରୁ ଟିକଟ ଦିଆ ଯାଇ ନାହିଁ। ତାଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ଟିକଟ ଦିଆଯାଇଛି। ସେହିପରି ବରୀ ଆସନରୁ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସ ଙ୍କୁ ସୁଯୋଗ ଦିଆଯାଇଛି। କଟକ ଲୋକସଭା ଆସନ ଲାଗି ଦଳ ପୁରୁଖା ନେତା ଭର୍ତ୍ତୃହରି ମହତାବଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି।

ଲୋକସଭା

୧-କଟକ- ଭର୍ତ୍ତୃହରି ମହତାବ

ବିଧାନସଭା

୧-ଚିଲିକା – ପ୍ରଶାନ୍ତ ଜଗଦ୍ଦେବ

୨-ଜୟଦେବ- ଅରବିନ୍ଦ ଢାଲି

୩-ବେଗୁନିଆ- ରାଜେନ୍ଦ୍ର ସାହୁ

୪-ଖୋର୍ଦ୍ଧା- ଜ୍ୟୋତିରିନ୍ଦ୍ର ନାଥ ମିତ୍ର

୫-ବସ୍ତା- ନିତ୍ୟାନନ୍ଦ ସାହୁ

୬-ମୋରଡ଼ା- ରାଜକିଶୋର ଦାସ

୭-ବରୀ- ସୁନନ୍ଦା ଦାସ

୮-ରାଇରଙ୍ଗପୁର- ବାସନ୍ତୀ ମାରାଣ୍ଡି

୯-ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ

Categories
ବିଶେଷ ଖବର

ବିଜେଡ଼ିର ୧୮ ବିଧାନସଭା ପ୍ରାର୍ଥୀ ଘୋଷଣା, ପାରାଦ୍ବୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏବଂ ଜଟଣୀରୁ ବିଭୂତି ବଳବନ୍ତରାୟ ହେଲେ ପ୍ରାର୍ଥୀ

ବିଜେଡ଼ି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘାେଷଣା କରିଛି । ସେମାନେ ହେଲେ..

୧. ପାରାଦୀପ – ସମ୍ବିତ ରାଉତରାୟ

୨. ବଡ଼ଚଣା  – ଅମର ଶତପଥୀ

୩. ପୁରୀ  – ମହେଶ୍ବର ମହାନ୍ତି

୪. ତିର୍ତ୍ତୋଲ୍‌ – ବିଷ୍ଣୁଦାସ

୫. ସୋର – ପର୍ଶୁରାମ ଧଡ଼ା

୬. ଜଟଣୀ – ବିଭୂତି ବଳବନ୍ତରାୟ

୭. ବାରବାଟୀ କଟକ – ଦେବାଶିଷ ସାମନ୍ତରାୟ

୮. କଟକ ସଦର – ଚନ୍ଦ୍ରସାରଥୀ ବେହେରା

୯.  ଜଳେଶ୍ବର – ଅଶ୍ବିନୀ କୁମାର ପାତ୍ର

୧୦. ଯଶୀପୁର –  ଗୋଲକ ନାଏକ

୧୧. ରେଙ୍ଗାଲୀ – ରୀନା ତନ୍ତୀ

୧୨. ବାଙ୍ଗିରିପୋଷି – ସୁଦାମା ମାରାଣ୍ଡି

୧୩. ବାଲେଶ୍ବର – ଜୀବନ ପ୍ରଦୀପ ଦାସ

୧୪. ଭଦ୍ରକ – ସଂଜୀବ ମଲ୍ଲିକ

୧୫. ରାଜନଗର – ଧ୍ରୁବ ଚରଣ ସାହୁ

୧୬. ସାରସକଣା – ଅମର ସିଂହ ଟୁଡୁ

୧୭. ଉଦଳା – ଶ୍ରୀନାଥ ସୋରେନ୍‌

୧୮. ବଡ଼ସାହି – ବୃନ୍ଦାବନ ଦାସ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ମୁହଁ ଅପେକ୍ଷା ପୁରୁଣା ନେତାଙ୍କ ଉପରେ ଅଧିକ ଭରସା କରିଛନ୍ତି। ଏଥର ତାଲିକାରେ ଅଳ୍ପ କେତେକ ନୂଆ ମୁହଁ ଥିବା ବେଳେ ଅନ୍ୟମାନେ ସମସ୍ତେ ପୁରୁଣା ମୁହଁ। ପାରାଦ୍ବୀପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଫଳରେ ଏରସମାରୁ ଦାମ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ପାରାଦ୍ବୀପରୁ ତାଙ୍କ ପୁଅ ବିଜେଡିରୁ ଲଢେଇ କରିବେ। ସେହିପିର କଟକ ବାରବାଟୀରେ ନବୀନ ଦେବାଶୀଷ ସାମନ୍ତରାୟଙ୍କ ଉପରେ ଭରସା କରିଛନ୍ତି। କଟକର ଅନ୍ୟ ଆସନ ଘୋଷଣା ସରିଥିଲେ ମଧ୍ୟ ବାରବାଟୀକୁ ନେଇ ଦ୍ବନ୍ଦ ରହିଥିଲା। ଶେଷ ପର୍ଯ୍ୟନ୍ତ ଏହି ଆସନରୁ ବିଜେଡିର କିଏ ପ୍ରାର୍ଥୀ ହେବ ଘୋଷଣା ହୋଇ ନ ଥିଲା। ସେହିପରି ଜଟଣୀରୁ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ବିଭୂତିଙ୍କୁ ଗତ ନିର୍ବାଚନରେ ଟିକେଟ ଦିଆ ନ ଯାଇ ଭାଗିରଥୀ ବଡଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଏଥର ଭାଗିରଥୀ ସ୍ବାସ୍ଥ୍ୟଗତ କାରଣ ପାଇଁ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତି କରିଥିଲେ। ଫଳରେ ବିଭୂତିଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ସେତେବେଳେ ବିଭୂତି କୌଣସି ଦଳକୁ ନ ଡେଇଁ ବିଜେଡିରେ ରହି କାମ କରୁଥିବାରୁ ତାଙ୍କୁ ଏଥର ପୁରସ୍କାର ମିଳିଲା। ତିର୍ତୋଲ ଆସନରେ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। କାରଣ ଏହି ଆସନର ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁରର ଲୋକସଭା ପ୍ରାର୍ଥୀ କରାଯାଇଛି। କଟକ ସଦରରେ ଚନ୍ଦ୍ରସାରଥୀ ବେହେରାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। କାରଣ ବିଶ୍ବ କପ ହକି ଆୟୋଜନରେ କ୍ରୀଡାମନ୍ତ୍ରୀ ଭାବେ ଚନ୍ଦ୍ରସାରଥୀଙ୍କ ଭୂମିକା ଗୁରୁତପୂର୍ଣ୍ଣ ଥିବାରୁ ତାଙ୍କୁ ନବୀନ ପୁଣି ଭରସା କରିଛନ୍ତି। ସେହିପରି ବଡଚଣାରେ ମଧ୍ୟ ଅମର ଶତପଥୀଙ୍କୁ ପୁଣି ଥିରେ ଟିକେଟ ଦିଆଯାଇଛି। ଏହି ଆସନରୁ ଅନେକ ଆଶାୟୀ ଥିବା ବେଳେ ନବୀନ ଅମରଙ୍କୁ ଭରସା କରିଛନ୍ତି।

Categories
ଆଜିର ଖବର

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର।

୧-ପୁରୀ- ସତ୍ୟପ୍ରକାଶ ନାୟକ

୨-କେନ୍ଦୁଝର-ଫକୀର ମୋହନ ନାୟକ

୩-କେନ୍ଦ୍ରାପଡା- ଧରଣୀଧର ନାୟକ

୪-ଜଗତସିଂହପୁର- ପ୍ରତିମା ମଲ୍ଲିକ

୫-ଢେଙ୍କାନାଳ- କାମାକ୍ଷା ପ୍ରସାଦ ସିଂ ଦେଓ

୬-ଭଦ୍ରକ- ମଧୁମିତା ସେେଠୀ

୭-ବାଲେଶ୍ବର- ନବଜ୍ୟେତି ପଟ୍ଟନାୟକ

 

 

 

Categories
ବିଶେଷ ଖବର

ବିଜେଡ଼ିର ୩୬ ବିଧାନସଭା ଏବଂ ୯ଟି ଲୋକସଭା ପାଇଁ ପ୍ରାର୍ଥୀ ଘାେଷଣା,ପୁରୀରୁ ପିନାକୀ ଏବଂ କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି

ଆଜି ମୁଖ୍ୟମନ୍ତ୍ରୀ ୯ଟି ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଜେଡ଼ିର ଲୋକସଭା ପ୍ରାର୍ଥୀ

୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ

୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି

୩-ପୁରୀ  – ପିନାକୀ  ମିଶ୍ର

୪-ମୟୂରଭଂଜ – ଡାକ୍ତର ଦେବାଶିଷ ମାରାଣ୍ଡି

୫-ଯାଜପୁର – ଶର୍ମିଷ୍ଠା ସେଠୀ

୬-ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ

୭-ସମ୍ବଲପୁର – ନଳିନୀ ପ୍ରଧାନ

୮-ବାଲେଶ୍ବର – ରବୀନ୍ଦ୍ର ଜେନା

୯-ଭଦ୍ରକ – ମଂଜୁଲତା ମଣ୍ଡଳ

ବିଧାନସଭା ପ୍ରାର୍ଥୀ ତାଲିକା :-

  1. ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା
  2. ସତ୍ୟବାଦୀ – ଉମାକାନ୍ତ ସାମନ୍ତରାୟ
  3. ରଣପୁର- ସତ୍ୟ ପ୍ରଧାନ
  4. ନୟାଗଡ଼- ଅରୁଣ ସାହୁ
  5. ଭୁବନେଶ୍ବର ଏକାମ୍ର – ଅଶୋକ ପଣ୍ଡା
  6. ବଡ଼ମ୍ବା –  ଦେବୀ ପ୍ରସାଦ ମିଶ୍ର
  7. ବାଙ୍କୀ – ଦେବୀ ରଂଜନ ତ୍ରିପାଠୀ
  8. ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
  9. ଚୌଦ୍ବାର – କଟକ – ସୌଭିକ୍‌ ବିଶ୍ବାଳ
  10. ଢେଙ୍କାନାଳ – ସୁଧୀର ସାମଲ
  11. ହିନ୍ଦୋଳ – ସୀମାରାଣୀ ନାୟକ
  12. କାମାକ୍ଷନଗର – ପ୍ରଫୁଲ୍ଲ ମଲ୍ଲିକ
  13. ପର୍ଜଙ୍ଗ – ନୃସିଂହ ସାହୁ
  14. ତାଳଚେର –  ବ୍ରଜ କିଶୋର ପ୍ରଧାନ
  15. ଅନୁଗୁଳ – ରଜନୀକାନ୍ତ ସିଂହ
  16. କୁଚିଣ୍ଡା –  କିଶୋର ନାୟକ
  17. ଛେଣ୍ଡିପଦା – ସୁଶାନ୍ତ ବେହେରା
  18. ତେଲକାଇ  – ପ୍ରେମାନନ୍ଦ ନାଏକ
  19. ଘସିପୁରା – ବଦ୍ରିନାରାୟଣ ପାତ୍ର
  20. ପାଟଣା – ଜଗନ୍ନାଥ ନାୟକ
  21. କେନ୍ଦୁଝର – ମାଧବ ସର୍କାର
  22. କରଞ୍ଜିଆ – ବାସନ୍ତୀ ହେମ୍ରମ
  23. ଭୋଗରାଇ – ଅନନ୍ତ ଦାଶ
  24. ରେମୁଣା – ସୁଧାଂଶୁ ପରିଡ଼ା
  25. ଭଣ୍ଡାରୀପୋଖରୀ –  ପ୍ରଫୁଲ୍ଲ ସାମଲ
  26. ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ
  27. ଚାନ୍ଦବାଲି –  ବ୍ୟୋମକେଶ ରାୟ
  28. ସିମିଳୁଆ – ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  29. ବିଂଝାରପୁର – ପ୍ରମିଳା ମଲ୍ଲିକ
  30. ଧର୍ମଶାଳା – ପ୍ରଣବ ବଳବନ୍ତରାୟ
  31. ସୁକିନ୍ଦା – ପ୍ରୀତିରଂଜନ ଘଡାଇ
  32. ପାଟକୁରା – ବେଦପ୍ରକାଶ ଅଗ୍ରଓ୍ବାଲ
  33. ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ
  34. ଆଳି – ପ୍ରତାପ କେଶରୀ ଦେବ
  35. ମାହାଙ୍ଗା – ପ୍ରତାପ ଜେନା
  36. ସାଲେପୁର – ପ୍ରଶାନ୍ତ ବେହେରା

ଭୁବନେଶ୍ବରର ଲେକସଭା ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀକୁ ଦଳ ଏଥର ରାଜ୍ୟସଭାକୁ ପଠାଇବ ବୋଲି ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି।

Categories
ଆଜିର ଖବର

ବିଜେଡ଼ିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଜେଡ଼ିର ଲୋକସଭା ପ୍ରାର୍ଥୀ

୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ

୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି

୩-ପୁରୀ  – ପିନାକୀ  ମିଶ୍ର

୪-ମୟୂରଭଂଜ – ଡାକ୍ତର ଦେବାଶିଷ ମାରାଣ୍ଡି

୫-ଯାଜପୁର – ସସ୍ମିତା ସେଠୀ

୬-ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ

୭-ସମ୍ବଲପୁର – ନଳିନୀ ପ୍ରଧାନ

୮-ବାଲେଶ୍ବର – ରବୀନ୍ଦ୍ର ଜେନା

୯-ଭଦ୍ରକ – ମଂଜୁଲତା ମଣ୍ଡଳ

 

Categories
ଆଜିର ଖବର

ବିଜେପିର ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ଘୋଷଣା

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ୨ ଲେକସଭା ଏବଂ ୯ ବିମଧାନସଭା ଆସନ ନିମନ୍ତେ ପ୍ରର୍ଥୀପତ୍ର ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ଘୋଷଣାରେ ଦଳରେ ନୂତନ ଭାବେ ଯାେଗଦେଇଥିବା ତଥା ଅନ୍ୟ ରାଜନୈତିକ ଦଳରୁ ଆସିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଆଜି ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ସନରୁନିର୍ବାଚନ ଲଢ଼ିବେ। ସେହିପରି ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ସନରୁପ୍ରତିଦ୍ୱନ୍ଦ୍ୱିତା କରିବେ।

ଲାେକସଭା ପ୍ରାର୍ଥୀ

୧-ପ୍ରକାଶ ମିଶ୍ର : କଟକ

୨-ଖାରବେଳ ସ୍ବାଇଁ : କନ୍ଧମାଳ

ବିଧାନସଭା ପ୍ରର୍ଥୀ

୧-ଝାରସୁଗୁଡା: ଦୀନେଶ ଜୈନ୍‌

୨-ଭଣ୍ଡାରୀପୋଖରୀ : ବଦ୍ରି ନାରାୟଣ ଧଳ

୩-ଫୁଲବାଣୀ : ଦେବ ନାରାୟଣ ପ୍ରଧାନ

୪-ପାରଦ୍ବୀପ : ସମ୍ପଦ ସ୍ବାଇଁ

୫-ଜୟେଦବ : ନରେନ୍ଦ୍ର ନାୟକ

୬-ଜଟଣୀ : ବିଶ୍ବ ରଞ୍ଜନ ବଡଜେନା

୭-ବେଗୁନିଆ : ଋଷଭ ନନ୍ଦ

୮-ରେଢାଖୋଲ : ଦେବେନ୍ଦ୍ର ମହାପାତ୍ର

୯-ଭଦ୍ରକ : ଡକ୍ଟର ପ୍ରଦୀପ ନାୟକ

 

Categories
ବିଶେଷ ଖବର

ଓଡିଶାର 10 ଆସନ ସହିତ ଘୋଷଣା ହେଲା ଭାରତୀୟ ଜନତା ପାର୍ଟିର ୧୮୪ ପ୍ରାର୍ଥୀ ତାଲିକା; ବୈଜୟନ୍ତ, ଅପରାଜିତା ଓ ପ୍ରତାପ କେଉଁଠୁ ହେଲେ ପ୍ରାର୍ଥୀ

ସମୀକ୍ଷା ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ସୂଚୀରେ ୧୮୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ବିଜେପିର ନିର୍ବାଚନ ସମିତିର ସମ୍ପାଦକ ଜେପି ନଡ୍ଡା ଏହି ସୂଚୀ ଘୋଷଣା କରିଛନ୍ତି। ଓଡ଼ିଶା ସମେତ କର୍ଣ୍ଣାଟକ, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ବିହାର ଓ ଉତ୍ତର ପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ପତ୍ର ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସନ୍ତା ଲୋକସଭା ନିର୍ବାଚନରେ ବାରାଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ପିଏମ ମୋଦୀ ବାରାଣାସୀରୁ ନିର୍ବାଚନ ଲଢି ଜିତିଥିଲେ। ଚଳିତ ଥର ପୁରୀ ରୁ ମୋଦୀ  ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା  ହେଉଥିଲା। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ଟିକେଟ ଦିଆଯାଇନଥିବା ବେଳେ ତାଙ୍କ ସ୍ଥାନରେ ଗାନ୍ଧୀନଗର ଆସନ ରୁ ଅମିତ ସାହାଙ୍କୁ ଟିକେଟ ମିଳିଛି। ସେହିପରି ନାଗପୁର ରୁ ନୀତିନ ଗଡକାରୀ, ଉନଉ ରୁ ସାକ୍ଷୀ ମହାରାଜା, ପଟନା ସାହିବ ରୁ ରବି ଶଙ୍କର ପ୍ରସାଦ, ମଥୁରା ରୁ ହେମା ମାଲିନୀ,  ଆମେଠିରୁ  ସ୍ମୃତି ଇରାନୀ, ଲକ୍ଷ୍ନୌରୁ ରାଜନାଥ ସିଂହ ପ୍ରମୁଖଙ୍କୁ ଟିକେଟ ଦିଆ ଯାଇଛି।

ଓଡ଼ିଶାର ୧୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା-

୧-ସୁନ୍ଦରଗଡ଼- ଜୁଏଲ ଓରାମ

୨-କେନ୍ଦୁଝର- ଅନନ୍ତ ନାୟକ

୩-ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ

୪-ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

୫-ନବରଙ୍ଗପୁର- ବଳଭଦ୍ର ମାଝୀ

୬-କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା

୭-ଭୁବନେଶ୍ଵର- ଅପରାଜିତ ଷଡ଼ଙ୍ଗୀ

୮-ଆସ୍କା- ଶ୍ରୀମତୀ ପ୍ରିୟଦର୍ଶିନୀ

୯-ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର

୧୦-ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ

Categories
ଆଜିର ଖବର

୪୦ଜଣିଆ ଷ୍ଟାରପ୍ରଚାରକ ତାଲିକା ଜାରି କଲା ରାଜ୍ୟ ବିଜେପି

୨୦୧୯ ସାଧାରଣ ନିର୍ବାଚନର ଉଷ୍ମତା ଧିରେ ଧିରେ ସାରା ଦେଶରେ ବଢିବାରେ ଲାଗିଛି। ଓଡିଶାରେ ମଧ୍ୟ ସବୁ ଦଳ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଉଦ୍ୟମ ଆରମ୍ଭ କରିସାରିଲେଣି। ବିଜେଡ଼ି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ପ୍ରଥମ ଆଉ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, ବିଜେପି କିନ୍ତୁ ପଛରେ ରହିଯାଇଛି। ବିଜେପି ଏ ପର୍ଯ୍ୟନ୍ତ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିପାରିନି। କିନ୍ତୁ ଏହି ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକଙ୍କ ତାଲିକା ଆଜି ପ୍ରସ୍ତୁତ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଓଡିଶାର ବହୁ ପୁରୁଖା ନେତାଙ୍କ ନାମ ରହିଛି। ସେମାନେ ହେଲେ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ପ୍ରକାଶ ଜାବେଦକର, ସ୍ମୃତି ଇରାନୀ, ହେମା ମାଳିନୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ରମଣ ସିଂହ, ଶିବରାଜ ସିଂହ ଚୌହାନ ପ୍ରମୁଖ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେହିପରି ଓଡିଶାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବଭୂଷଣ ହରିଚନ୍ଦନ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ,କେଭି ସିଂହ ଦେଓ, ଜୁଏଲ ଓରାମ, ଓଡିଆ ଚିତ୍ରତାରକ ମିହିର ଦାସ, ମହେଶ୍ଵତା, ଅପରାଜିତା, ଅନୁ ଚୌଧୁରୀ, ଶ୍ରୀତମ ଦାସ ପ୍ରଭୃତି ଷ୍ଟାରପ୍ରଚାରକ ଏହି ତାଲିକାରେ ସାମିଲ ହୋଇଛନ୍ତି।