ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ପାଳିତ

Published: Sep 14, 2021, 10:09 pm IST

ଭୁବନେଶ୍ୱର : ଭାରତୀୟ ସାହିତ୍ୟରେ ରାମାୟଣ, ମହାଭାରତ ପରେ ପରେ ଭାଗବତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରଦାନ କରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ସନ୍ଧ୍ୟାରେ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ଭାଗବତରେ ଜୀବନ ଓ ମୃତୁ୍ୟ ମଧ୍ୟରେ ରହିଥିବା ଆଧ୍ୟାତ୍ମିକ ଭାବ ଅନ୍ତର୍ନିହିତ ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ବକ୍ତବ୍ୟ ରଖି ଅତିବଡ଼ୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଓଡ଼ିଆ ସଂସ୍କୃତି ସହିତ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଦର୍ଶନକୁ ଯୋଡ଼ିବାରେ ଅତିବଡ଼ୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀମଦ୍‌ ଭାଗବତ ଓଡ଼ିଆ ଜାତିକୁ ଏକତି୍ରତ କରିବାର ମାଧ୍ୟମ ହୋଇପାରିଛି ବୋଲି ପ୍ରକାଶ କରିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଅତିବଡ଼ୀଙ୍କୁ ଓଡ଼ିଶାରେ ଭକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ତଥା ପଞ୍ଚସଖା ଗୋଷ୍ଠୀର ଅଗ୍ରଗଣ୍ୟ ମନୀଷୀ ଭାବରେ ଅଭିହିତ କରିଥିଲେ ।

Related posts