ଭାଲୁ ଆକ୍ରମଣରେ ଚାଷୀ ଆହତ, ଡାକ୍ତରଖାନାରେ ଭର୍ତ୍ତି

Published: Sep 16, 2021, 6:37 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ବଂଶାଜାଲ ପଂଚାୟତର ହେଲେଇ ଗ୍ରାମରେ ଜଣେ ଚାଷୀକୁ ଭାଲୁ ଆକ୍ରମଣ କରିବା ଫଳରେ ସେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ପ୍ରକାଶ ଯେ, ରେଢାଖୋଲ ଥାନା ହେଲେଇ ଗ୍ରାମର ଚାଷୀ ସିତାନୁ ପ୍ରଦାନ (୨୬) ନିଜ ଚାଷ ଜମିକୁ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା। ଭାଲୁଟି ଚାଷୀଙ୍କର ଦୁଇ ଗୋଡକୁ କାମୁଡି ଦେଇଥିଲା। ଚାଷୀ ଜଣଙ୍କ ବହୁତ ପାଟି କରିଥିଲେ ମଧ୍ୟ ନିକଟରେ କେହି ନଥିବାରୁ ସେ ସାହସର ସହ ଭାଲୁକୁ ଏକ ଖାଲରେ ଠେଲିଦେଇ ଗାଁ କୁ ପଳାଇ ଆସିବାରେ ସଫଳ ହୋଇଥିଲା। ରକ୍ତ ଜୁଡୁବୁଡୁ ଚାଷୀ ଜଣଙ୍କୁ ୧୦୮ ଆମ୍ବୁଲାନସ୍ ରେ ରେଢାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ । ସେ ସୁସ୍ଥ ଥିବା ଜଣା ପଡିଛି।

Related posts