Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ରୋଚକ କାହାଣୀ: ରାସ୍ତା ନିର୍ମାଣ ଲାଗି ଶ୍ୱଶୁର ଘରେ ମଧ୍ୟ ଚଳାଇଥିଲେ ବୁଲଡୋଜର
ଆଜିର ଖବର

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ରୋଚକ କାହାଣୀ: ରାସ୍ତା ନିର୍ମାଣ ଲାଗି ଶ୍ୱଶୁର ଘରେ ମଧ୍ୟ ଚଳାଇଥିଲେ ବୁଲଡୋଜର

September 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିଜର କାର୍ଯ୍ୟ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଚର୍ଚ୍ଚାରେ ଅଛନ୍ତି। ଗଡକରୀ ଗତକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ସମୀକ୍ଷା କରି ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ଅଧିକାରୀମାନଙ୍କୁ ତାଗିଦ କରିବା ସହ ଏକ ରୋଚକ କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ମୁଁ ଥରେ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁର ଘରେ ବୁଲଡୋଜର ଚଳାଇଥିଲି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି, “ଯେତେବେଳେ ମୁଁ ନବ ବିବାହିତ ଥିଲି, ସେତେବେଳେ ମୋ ଶ୍ୱଶୁରଙ୍କ ଘର ରାସ୍ତା ମଝିରେ ଆସୁଥିଲା। ମୁଁ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘରେ ବୁଲଡୋଜର ଚଲାଇ ରାସ୍ତା ନିର୍ମାଣ କରିଥିଲି।

ଏକ ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି, ଯଦି ଆପଣ ଭଲ ସେବା ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ କିଛି ଅର୍ଥ ଦେବାକୁ ପଡିବ। ଯଦି ଆପଣ ଏକ ଶୀତତାପ ନିୟନ୍ତ୍ରିତ ହଲରେ ଏକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଭଡା ଦେବାକୁ ପଡିବ। ଅନ୍ୟଥା, ଆପଣ ଖୋଲା ପଡ଼ିଆରେ ମଧ୍ୟ ବିବାହର ଆୟୋଜନ କରିପାରିବେ। ”

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡିଏମଇ) ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ୨୪ ଘଣ୍ଟାରୁ ୧୨ ଘଣ୍ଟାକୁ ହ୍ରାସ କରିବ। ଏହି ଆଠ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଦେଇ ଯିବ।

ଜାତୀୟ ରାଜଧାନୀ-ଦିଲ୍ଲୀରେ ଟ୍ରାଫିକ ଜାମ୍ ଏବଂ ବାୟୁ ପ୍ରଦୂଷଣ ସମସ୍ୟାକୁ ହ୍ରାସ କରିବା ପାଇଁ ସଡକ ମନ୍ତ୍ରଣାଳୟ ୫୩ ହଜାର କୋଟି ଟଙ୍କା ମୂଲ୍ୟର ୧୫ ଟି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି ବୋଲି ଗଡକରୀ ସୂଚନା ଦେଇଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଶର ଦୀର୍ଘତମ ଏକ୍ସପ୍ରେସୱେ ହେବ। ଏକ୍ସପ୍ରେସୱେରେ ଯାନବାହନ ପାଇଁ ସର୍ବନିମ୍ନ ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ହେବ। ସଡକ ମନ୍ତ୍ରଣାଳୟ ଏହାକୁ ଘଣ୍ଟା ପ୍ରତି ୧୨୦ କିଲୋମିଟରକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ନିତିନ ଗଡକରୀ ବୁଲଡୋଜର ରାସ୍ତା ନିର୍ମାଣ
Share. Facebook Twitter LinkedIn Email WhatsApp Copy Link

Related Posts

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.