ପ୍ରକାଶିତ ହେଲା ଓଡ଼ିଶା ବନସେବା ପରୀକ୍ଷା ଫଳ, କରୋନା ପାଇଁ ଥିଲା ସ୍ଥଗିତ

Published: Sep 17, 2021, 11:18 pm IST

ଭୁବନେଶ୍ୱର: ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବନସେବା ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । କୋଭିଡ୍‌ ପ୍ରଥମ ଏବଂ ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ଫଳ ପ୍ରକାଶନରେ ଅତ୍ୟନ୍ତ ବିଳମ୍ବ ହୋଇଥିଲା । ଖାଲି ପଡ଼ିଥିବା ସମସ୍ତ ୬୭ଟି ପଦବୀକୁ ପୂରଣ କରାଯାଇଛି ।

ଅଣସଂରକ୍ଷିତ ୩୬ଟି ପଦବୀରୁ ୧୨ ଜଣ ମହିଳା, ସାମାଜିକ ଏବଂ ଆର୍ଥିକ ଅନଗ୍ରସର ବର୍ଗର ୧୬ଟି ପଦବୀରୁ ୪ ଜଣ ମହିଳା, ଅନୁସୂଚିତ ଜାତି ବର୍ଗର ୬ଟି ପଦବୀରୁ ଜଣେ ମହିଳା, ଅନୁସୂଚିତ ଜନଜାତି ବର୍ଗର ୯ଟି ପଦବୀକୁ ପୂରଣ କରାଯାଇଛି । ମହିଳା ପ୍ରାର୍ଥୀଙ୍କ ଉଲ୍ଲେଖନୀୟ ସଫଳତା କ୍ରମରେ ଆୟୁଷୀ ପତି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଥମ ଦଶ ଜଣଙ୍କ ମେଧା ତାଲିକାରେ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଯଦିଓ ମହିଳାମାନଙ୍କ ପାଇଁ ୨୦ଟି ପଦବୀ ସଂରକ୍ଷିତ ଥିଲା ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୨୯୦୪ଟି ପ୍ରାର୍ଥୀପତ୍ର ମଧ୍ୟରୁ ୨୭୧୭ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଏବଂ ତନ୍ମଧ୍ୟରୁ ୬୭ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Related posts