ଚାରି ଦିନ ପାଇଁ ଆଂଶିକ ବାତିଲ ରହିବ ଅମରାବତୀ ବିଶେଷ ଟ୍ରେନ

Published: Sep 22, 2021, 8:45 pm IST

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ରେଳପଥ ଅନ୍ତର୍ଗତ ହୁଵାଲୀ-ମାଡଗାଓଁ ରେଳ ସେକ୍ସନର ସାନଭର୍ଦ୍ଦମ୍ ଚୁଚ୍-ଚାନ୍ଦର-ମାଡଗାଓଁ ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 08047/08048 ହାଓଡ଼ା- ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ ଚାରି ଦିନ ପାଇଁ ହାଓଡ଼ା-ହୁଵାଲୀ ମଧ୍ୟରେ ଚଳାଚଳ କରିବ ଏବଂ ହୁଵାଲୀ ଓ ଭାସ୍କୋ ଡା ଗାମା ମଧ୍ୟରେ ବାତିଲ ରହିବ।

ହାଓଡ଼ା ଠାରୁ ଅକ୍ଟୋବର ମାସ 2, 4, 5 ଏବଂ 7 ତାରିଖ ଦିନ ଛାଡୁଥିବା 08047 ହାଓଡ଼ା- ଭାସ୍କୋ ଡା ଗାମା ଅମରାବତୀ ସ୍ପେଶାଲ୍ ହୁଵାଲୀ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ହୁଵାଲୀ ଓ ଭାସ୍କୋ ମଧ୍ୟରେ ବାତିଲ ରହିବ।

ଭାସ୍କୋ ଡା ଗାମା ଠାରୁ ଅକ୍ଟୋବର ମାସ 5, 7, 8 ଏବଂ 10 ତାରିଖ ଦିନ ଛାଡ଼ିବାକୁଥିବା 08048 ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ପେସିଆଲ୍ ଭାସ୍କୋ ଡା ଗାମା ପରିବର୍ତ୍ତେ ହୁଵାଲୀରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଏହା ଭାସ୍କୋ ଓ ହୁଵାଲୀ ମଧ୍ୟରେ ବାତିଲ ରହିବ।

Related posts