ପୁଣି ଥରେ ଦୈନିକ ଯାତ୍ରୀଙ୍କ ପାଇଁ କେତେକ ଟ୍ରେନରେ ପ୍ରଚଳନ ହେଲା ଏମଏସଟି

Published: Sep 24, 2021, 6:22 am IST

ଭୁବନେଶ୍ବର: ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି), ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍ ଗୁଡିକ ହେଉଛି

01. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ

02. 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ବିଶେଷ ଟ୍ରେନ

03. 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

04. 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

05. 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ବିଶେଷ ଟ୍ରେନ

06. 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ

ଉପରୋକ୍ତ ଟ୍ରେନ ଗୁଡିକ ବ୍ୟତୀତ ଯାତ୍ରୀ ମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ସିଜିନ ଟିକେଟ୍ (ଏମଏସଟି) , ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ।

Related posts