ବାଲୁଗାଁ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଦ୍ଵାରା ବିଶାଳ ଗଣଧାରଣା: ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି

Published: Sep 26, 2021, 1:36 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରୁ ନିୟମିତ ଯାତାୟତ କରୁଥିବା ଶତାଧିକ ରେଳ ଯାତ୍ରୀମାନେ ଏକ ବିଶାଳ ଗଣଧାରଣା ଦେଇଛନ୍ତି।

ଆଜି ପୂର୍ବାହ୍ନରେ ବାଲୁଗାଁ ରେଳ ଷ୍ଟେସନରେ ରେଳ ଯାତ୍ରୀମାନେ ଏକତ୍ରୀତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଏକ ବିଶାଳ ଗଣଧାରଣା ଦେଇଛନ୍ତି। ସୁରେଶ କୁମାର ପ୍ରଧାନ, ସୁଦେଶ କୁମାର ସେଠୀ, ରବି ନାରାୟଣ ଷଡଙ୍ଗୀ ଏବଂ ସମାଜସେବୀ ଅନନ୍ତ ଚରଣ ଖଟେଇଙ୍କ ନେତୃତ୍ୱରେ ଉକ୍ତ ଗଣଧାରଣା ଦିଆଯାଇଛି।

ଏହି ଅବସରରେ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଯାତାୟତ କରୁଥିବା ସମସ୍ତ ଲୋକାଲ ଟ୍ରେନ ଓ ପାସେଞ୍ଜର ଟ୍ରେନ ଚଳାଚଳ ଏବଂ ସମସ୍ତ ଟ୍ରେନ୍ ପାଇଁ ଅଣସଂରକ୍ଷିତ ଟିକେଟ ଓ ସିଜନାଲ୍ ଟିକେଟ ପ୍ରଦାନ ଦାବିରେ ଧାରଣାରତ ରେଳ ଯାତ୍ରୀମାନେ ବାଲୁଗାଁ ଷ୍ଟେସନ ମାଷ୍ଟର ସୁକାନ୍ତ ସାହୁଙ୍କ ମାଧ୍ୟମରେ ଏକ ଦାବିପତ୍ର ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରିଛନ୍ତି। ଗଣଧାରଣା ସମୟରେ ରେଳଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାଲୁଗାଁ ରେଳ ସୁରକ୍ଷା ବଳ ଥାନାଧିକାରୀ ମହେଶ୍ୱର ଚଣ୍ଡରାୟଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related posts