ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

Published: Sep 27, 2021, 6:12 am IST

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦ୍ୱାରା ସିମ୍‌ଲେସ୍ ଅନ୍‌ଲାଇନ ପ୍ଲାର୍ଟଫର୍ମ ସୃଷ୍ଟି ହେବ, ଯାହା ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଇଣ୍ଟରପୋଟେବିଲିଟି ସୁବିଧା ଯୋଗାଇବ। ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ। ଏହା ପରେ ସେ ଏଥିରେ ଉଦ୍‌ବୋଧନ ଦେବେ ।

୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଳାର ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଥିଲେ । ସମ୍ପ୍ରତି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ଆଗୁଆ ପ୍ରକଳ୍ପ (ପାଇଲଟ୍ ପ୍ରକଳ୍ପ) ଭାବେ ଛ’ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚ୍‌ଏ ଏହାର ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତିପାଳନ କରିବା ଅବସରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶବ୍ୟାପୀ କାର‌୍ୟ୍ୟକାରୀ ହେବ । ଏହା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍‌-ଜେଏୱାଇ)କୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ରହିବେ।

Related posts