Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏଣିକି ସ୍ୱାସ୍ଥ୍ୟ ସମ୍ପର୍କୀତ ନଥିପତ୍ର ଗଚ୍ଛିତ କରି ରଖିବ ଡିଜିଲକର ପ୍ଲାଟଫର୍ମ

ନୂଆଦିଲ୍ଲୀ: ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ (ଏବିଡିଏମ) ସମ୍ପନ୍ନ କରିଛି। ଡିଜିଲକର ପ୍ଲାଟଫର୍ମ ଏଣିକି ସ୍ୱାସ୍ଥ୍ୟ ସମ୍ପର୍କୀତ ନଥିପତ୍ର ଗଚ୍ଛିତ କରି ରଖି ହେଲଥ ଲକର ଭାବେ କାର୍ଯ୍ୟ କରିବ। ଏଥିରେ ଚିକିତ୍ସକଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନ, ଟିକାକରଣ ରେକର୍ଡ, ପରୀକ୍ଷାଗାର ବିବରଣୀ, ହସପିଟାଲରୁ ମିଳିଥିବା ସବିଶେଷ ବିବରଣୀ ରଖାଯାଇପାରିବ।

ଡିଜି ଲକର ପୂର୍ବରୁ ଏବିଡିଏମ୍ ସହ ଏହାର ପ୍ରଥମ ପର୍ଯ୍ୟାୟ ମିଶ୍ରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସାରିଥିବାବେଳେ, ଏବିଏଚଏମ ବା ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ସୁବିଧା ୧୩କୋଟି ବ୍ୟବହାରକାରୀଙ୍କୁ ଯୋଡ଼ିଛି। ଏହି ସର୍ବଶେଷ ସମନ୍ୱୟ ବ୍ୟବହାରକାରୀଙ୍କ ପାଇଁ ଡିଜିଲକର ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଅଭିଲେଖ (ବିଏଚଆର) ଆପ୍ ଭାବେ କାର୍ଯ୍ୟ କରିବ। ଏଥିସହ ଏବିଏସଏ ଧାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ବିବରଣୀ ପଞ୍ଜୀକୃତ ବିଭିନ୍ନ ଏବିଡିଏମ୍ ସୁବିଧା ଥିବା ହସ୍ପିଟାଲ ଲ୍ୟାବ ସହ ସଂଯୋଗ କରି ତାହାକୁ ଡିଜି ଲକର ଜରିଆରେ ଦେଖିପାରିବେ।

ବ୍ୟବହାରକାରୀମାନେ ମଧ୍ୟ ସେମାନଙ୍କ ପୁରୁଣା ସ୍ୱାସ୍ଥ୍ୟ ବିବରଣୀ ନଥିକୁ ସ୍କାନ କରି ଏହି ଆପ୍ରେ ଅପଲୋଡ କରିପାରିବେ। ଏହାଛଡା ସେମାନେ ବଛା ବଛା ରେକର୍ଡ ଏବିଡିଏମ ପଞ୍ଜୀକୃତ ପେଶାଦାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ସେୟାର କରିପାରିବେ।

ବ୍ୟବହାରକାରୀଙ୍କ ନିମନ୍ତେ ଏହି ସମ୍ମିଶ୍ରଣର ସୁବିଧା ଉପରେ ଆଲୋକପାତ କରି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନଏଚଏମ)ର ସିଇଓ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି ଯେ ‘ ଏବିଡିଏମ୍ ଅଧୀନରେ ଅ।।ମେ ଏକ ଆନ୍ତ ପରିଚାଳିତ ସ୍ୱାସ୍ଥ୍ୟ ବାତାବରଣ ତିଆରି କରିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ର ଅଂଶୀଦାରଙ୍କ ଆବେଦନପତ୍ର ଏବିଡିଏମ୍ ସହ ସମ୍ମିଶ୍ରଣ ହୋଇ ଅଧିକ ବ୍ୟବହାରକାରୀଙ୍କ ନିକଟରେ ଯୋଜନା ତଥ୍ୟ ପହଞ୍ଚିବେ। ଡିଜି ଲକର ବୈଧ ନଥିପତ୍ର ସମ୍ପର୍କରେ ଜାଣିବା ପାଇଁ ଏକ ବିଶ୍ୱସ୍ଥ ଓ ଲୋକପ୍ରିୟ ଆପ୍। ସେ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବ୍ୟବହାରକାରୀମାନେ ଏଣିକି ଏହାକୁ ପିଏଚଆର ଆପ୍ଭାବେ ବ୍ୟବହାର କରି ସମସ୍ତ କାଗଜବିହୀନ ରେକର୍ଡ ରଖିବାର ସୁବିଧା ପାଇପାରିବେ।

ସମନ୍ୱିତ କରିବା ଉପରେ ଡିଜିଟାଲ ଭାରତ ନିଗମର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଭିଷେକ ସିଂ କହିଥିଲେ ଯେ, “ଏବିଡିଏମ୍ର ସୁବିଧା ଆମର ୧୩୦ନିୟୁତ ବ୍ୟବହାରକାରୀଙ୍କୁ ଉପଲବ୍ଧ କରାଇ ଆମେ ଗର୍ବିତ। ଏହି ମଞ୍ଚ ପାଖପାଖି ୮୫ ହଜାର ଏବିଏଚଏମ ବ୍ୟବହାରୀଙ୍କୁ ସାହାଯ୍ୟ କରି ସାରିଲାଣି। ହେଲ୍ପ ଲକର ସମନ୍ୱୟ ପରେ ଆମ ନିଶ୍ଚିତ ଯେ ଆମେ ସେମାନଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ସହଜରେ ସଂଯୋଗ କରିପାରିବୁ। ଏବିଏଚଏ ବ୍ୟବହାରକାରୀଙ୍କ ନିମନ୍ତେ ଡିଜି ଲକର ଏକ ପସନ୍ଦର ଲକର ଅଟେ।”

ଡିଜି ଲକରର ସମସ୍ତ ପଞ୍ଜୀକୃତ ବ୍ୟବହାରକାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଲକର ସେବା ବର୍ତ୍ତମାନ ଉପଲବ୍ଧ ହେବ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସାମିଲ ହେଲେ ଏକ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ର

ନୂଆଦିଲ୍ଲୀ:  ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍)ଅନ୍ତର୍ଗତ ହେଲ୍ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ(ଏଚଏଫ୍ଆର୍)ରେ ଏକ ଲକ୍ଷରୁ ଅଧିକ ସରକାରୀ ଓ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର( ହେଲଥ୍ କେୟାର ଫ୍ୟାସିଲିଟି) ସଫଳତାର ସହ ସଂଯୁକ୍ତ ହୋଇଛି। ଏହି ଐତିହାସିକ ସଫଳତା ଦେଶରେ ଡିଜିଟାଲ ହେଲ୍ଥ ପ୍ଲାଟଫର୍ମ ଓ ସେବାକୁ ଅଧିକରୁ ଅଧିକ ପ୍ରସାରିତ କରିବାରେ ବିଶେଷ ସହାୟକ ହେବ। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ନେଶନାଲ ହେଲଥ ଅଥରିଟି (ଏନଏଚ୍ଏ)ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ। ଏହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର‌୍ୟ୍ୟକାରୀ ହେଉଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଯେଉଁ ହେଲଥ ଫ୍ୟାସିଲିଟି ରେଜିଷ୍ଟ୍ରୀ ବା ଏଚଏଫ୍ଆର୍ ତିଆରି ହେଉଛି ସେଥିରେ ଦେଶର ପାରମ୍ପରିକ ଓ ଆଧୁନିକ ଚିକିତ୍ସା ସେବା ପ୍ରଦାନ କରୁଥିବା କେନ୍ଦ୍ରଗୁଡିକର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ସେଗୁଡିକୁ ଡିଜିଟାଲ ବ୍ୟବସ୍ଥା ସହ ଯୋଡା ଯାଉଛି । ଏଥିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗର ହସ୍ପିଟାଲ, କ୍ଲିନକ୍, ଡାଇଗ୍ନୋଷ୍ଟିକ କେନ୍ଦ୍ର ଓ ଇମେଜିଂ ସେଣ୍ଟ ଆଦି ଅନ୍ତର୍ଭୁକ୍ତ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶରେ ଏକ ପୂର୍ଣ୍ଣାଙ୍ଗ ଅନ୍ଲାଇନ ପ୍ଲାଟଫର୍ମ ସୃଷ୍ଟି କରିବା ଲକ୍ଷ୍ୟରେ କାମ କରୁଛି। ଏହି ପ୍ଳାଟଫର୍ମରେ ସମସ୍ତ ତଥ୍ୟ ଯେପରି ନିର୍ବିଘ୍ନରେ ଜନସାଧାରଣ ପାଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ତଃକ୍ରିୟା (ଇଣ୍ଟର ଅପରେବିଲିଟି)କୁ ସହଜ ଓ ସୁଗମ କରିବ । ଏଥିପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବିଲ୍ଡିଂ ବ୍ଲକ ଓ ଇଣ୍ଟରଅପରେବଲ ଏପିଆଇଜ୍ (ଆପ୍ଲିକେସନ ପ୍ରୋଗାମିଂ ଇଣ୍ଟରଫ୍ରେସ)ବିକଶିତ କରିଛି। ଏହା ମାଧ୍ୟମରେ ଡିଜିଟାଲ ସ୍ୱାସ୍ଥ୍ୟସେବା ଓ ଯତ୍ନ ସଂକ୍ରାନ୍ତ ଅନୁଭୂତି ଓ ଉପଲବ୍ଧି ସବୁ ସମ୍ପୃକ୍ତ ପକ୍ଷଙ୍କୁ ସହଜରେ ଯୋଗାଇ ଦେଇ ହେବ।

ଏହା ମାଧ୍ୟମରେ ଚିକିତ୍ସା ସୁବିଧା, ଚିକିତ୍ସା କେନ୍ଦ୍ର, ରୋଗୀ ଓ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ବିଷୟରେ ସବିଶେଷ ତଥ୍ୟ ସହଜରେ ମିଳିପାରିବ। ଯେଉଁ ଟେକ୍ନିକାଲ ବିଲ୍ଡିଂ ବ୍ଲକ ସବୁ ତିଆରି ହେଊଛି ସେଥିମଧ୍ୟରୁ ଅନ୍ୟତମ ହେଲା ହେଲ୍ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ।
ଏଚ୍ଏଫ୍ଆର୍ର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ଏନ୍ଏଚଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି- “ଆମର ଲକ୍ଷ୍ୟ ହେଲା ଏକ ବିଶ୍ୱସନୀୟ ଜାତୀୟ ପ୍ଳାଟଫର୍ମ ତିଆରି କରିବା, ଯେଉଁଠୁ ରୋଗୀ ପଞ୍ଜୀକୃତ ଚିକିତ୍ସିକ, ଚିକିତ୍ସା ସୁବିଧା ଓ କେନ୍ଦ୍ର ସମ୍ପର୍କରେ ସମଗ୍ର ଦେଶରେ ଯେକୌଣସି ଅଞ୍ଚଳରୁ ସହଜରେ ସୂଚନା ପାଇପାରିବେ।”

“ଏ କ୍ଷେତ୍ରରେ ଆମେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନକାରୀ ଅନୁଷ୍ଠାନ/ ସଂସ୍ଥାଙ୍କଠାରୁ ଉତ୍ସାହଜନକ ସହଯୋଗ ପାଉଛୁ। ସେମାନେ ବିଶେଷ ଆଗ୍ରହର ସହିତ ଏଥିରେ ସାମିଲ ହେଉଛନ୍ତି । ଏହି ପ୍ରକ୍ରିୟାରେ ଅନେକ ସରକାରୀ ଓ ବେସରକାରୀ ଚିକିତ୍ସା ପ୍ରଦାନକାରୀ ସଂସ୍ଥା/ସଂଗଠନ ଜାତୀୟ ହେଲ୍ଥ ରେଜିଷ୍ଟ୍ରୀରେ ସାମିଲ ହୋଇଛନ୍ତି ।

ରୋଗୀ ସହଜରେ ଏବିଡିଏମ୍ ନେଟୱାର୍କକୁ ସର୍ଚ୍ଚ କରି ଦେଶର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ପ୍ରକାର ଚିକିତ୍ସା ସୁବିଧା ସମ୍ପର୍କରେ ତଥ୍ୟ ପାଇପାରିବେ। ଏସବୁ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାସବୁ ଏବିଡିଏମ୍ ସହିତ ସହବନ୍ଧିତ ଏବଂ ପଞ୍ଜୀକୃତ। ଏସବୁ କେନ୍ଦ୍ରରେ ଏଲୋପାଥି ଭଳି ଆଧୁନିକ ଚିକିତ୍ସାଠାରୁ ଆରମ୍ଭ କରି ଆୟୁର୍ବେଦ, ଦନ୍ତଚିକିତ୍ସା, ହୋମିଓପାଥି, ଫିଜିଓଥେରାପୀ, ୟୁନାନୀ, ସିଦ୍ଧ କିମ୍ବା ସୋୱା ରିଗ୍ପା ଭଳି ଚିକିତ୍ସା ସୁବିଧା ଏସବୁ ପଞ୍ଜୀକୃତ ଚିକିତ୍ସାଳୟ/ ହସ୍ପିଟାଲରେ ଉପଲବ୍ଧ।”

ସେ ଆହୁରି କହିଛନ୍ତି ଯେ ଆମେ ମଧ୍ୟ ରୋଗୀ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବିଶେଷଜ୍ଞ ଓ ପେସାଦାରଙ୍କ ପାଇଁ ରେଜିଷ୍ଟ୍ରୀରେ “ଆଭା” ନମ୍ବରର ବ୍ୟବସ୍ଥା କରିଛୁ। ରୋଗୀ ଏହି ନମ୍ବର ମାଧ୍ୟମରେ ଚିକିତ୍ସକ, ନର୍ସ ଓ ପାରାମେଡିକାଲ କର୍ମୀ ତଥା ପେସାଦାରଙ୍କ ସହିତ ଯୋଗାଯୋଗ କରିପାରିବେ। ଏହି ଜାତୀୟ ରେଜିଷ୍ଟ୍ରୀ ଦେଶରେ ଉନ୍ନତମାନର ଚିକିତ୍ସା ସୁବିଧା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବାରେ ସହାୟକ ହେବ ବୋଲି ଡକ୍ଟର ଶର୍ମା କହିଛନ୍ତି।

ଏଚଏଫ୍ଆର୍ରେ ପଞ୍ଜୀକରଣ ଦ୍ୱାରା ସ୍ୱାସ୍ଥ୍ୟାସେବା ପ୍ରଦାନକାରୀ ହସ୍ପିଟାଲ ଓ କ୍ଲିନିକ ଆଦି ଏକ୍ ବିଶ୍ୱସନୀୟ ଜାତୀୟ ପ୍ଲାଟଫର୍ମରେ ସ୍ଥାନିତ ହେବାର ସୁଯୋଗ ପାଇବେ। ଏହା ମାଧ୍ୟମରେ ସେସବୁ ଏବିଡିଏମ୍ ଅନୁକୂଳ ସଫ୍ଟଓୟାର ସଲ୍ୟୁସନ୍ସ ସହିତ ସମ୍ପୃକ୍ତ ହୋଇ ଦେଶର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବେ। ଏହାଫଳରେ ଜନସାଧାରଣ ଭରସାଯୋଗ୍ୟ ଚିକିତ୍ସା ସୁବିଧା ସଂକ୍ରାନ୍ତ ତଥ୍ୟ ସହଜରେ ପାଇପାରିବେ। ଏଥିପାଇଁ ଖୁବ୍ ଶୀଘ୍ର ଏକ ୟୁନିଫାଏଡ୍ ହେଲ୍ଥ ଇଣ୍ଟରଫେସ୍ ଆରମ୍ଭ ହେବ। ସମ୍ପୃକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା https://facility.abdm.gov.in/ ୱେବସାଇଟ୍ କିମ୍ବା ହେଲଥ୍ ଟେକ୍ ପ୍ଲେୟାରଙ୍କ ଭଳି ବିଭିନ୍ନ ଇଣ୍ଟ୍ରିଗ୍ରେଟରଙ୍କ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ।

ଏଯାଏ ପଞ୍ଜୀକୃତ ଓ ପ୍ରମାଣିକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/ସଂଗଠନ ମଧ୍ୟରୁ ୯୭% ସରକାରୀ କ୍ଷେତ୍ରର। ଏଥିରେ ସର୍ବାଧିକ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡର ସଂସ୍ଥା/ ସଂଗଠନ ରହିଛନ୍ତି। ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଏଡିଏମ୍ ପବ୍ଲିକ ଡ୍ୟାଶବୋର୍ଡ https://dashboard.abdm.gov.in/abdm/ ରୁ ମିଳିପାରିବ।

ଏହି ଜାତୀୟ ସ୍ତରର ରେଜିଷ୍ଟ୍ରୀରୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକର ତଥ୍ୟ ଦୈନିକ, ମାସିକ ଓ ସାମଗ୍ରିକ ଧାରା ଅନୁସାରେ ମିଳିପାରିବ । ରେଜିଷ୍ଟ୍ରୀର ଅନ୍ତର୍ଭୁକ୍ତ ହୋଇଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟସେବା ଯୋଗାଣକାରୀ କେନ୍ଦ୍ରକୁ ଏକ ୟୁନିକ ଆଇଡେଣ୍ଟିଫାୟାର ପ୍ରଦାନ କରାଯାଇଛି । ଏହାକୁ ବ୍ୟବହାର କରି ଏବିଡିଏମ୍ ବ୍ୟବସ୍ଥାରେ ଥିବା ଦେଶର ସବୁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/କେନ୍ଦ୍ରଙ୍କ ବିଷୟରେ ତଥ୍ୟ ଜାଣିହେବ ଏବଂ ସେସବୁର ଅବସ୍ଥିତି ସମ୍ପର୍କରେ ରୋଗୀ ସୂଚନା ପାଇପାରିବେ।

ଏହି ୟୁନିକ୍ ଆଇଡେଣ୍ଟିଫାୟରକୁ ସମ୍ପୃକ୍ତ କେନ୍ଦ୍ର/ସଂସ୍ଥାର ସମ୍ମତିକ୍ରମେ ଅନ୍ୟମାନେ ବ୍ୟବହାର କରିପାରିବେ। କେଉଁଠି କି ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ତାହା ଏହା ଦ୍ୱାରା ସହଜରେ ଜାଣିହେବ। ଏବିଡିଏମ୍ ଅନୁକୂଳ ସଲ୍ୟୁସନ୍ସ ଏ ସଂକ୍ରାନ୍ତ ସମସ୍ତ ପୂର୍ଣ୍ଣାଙ୍ଗ ତଥ୍ୟ ରୋଗୀ ଓ ଅନ୍ୟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଯୋଗାଇ ଦେବ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଅନ୍ତର୍ଭୁକ୍ତ ହେବେ ନର୍ସ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ନର୍ସମାନଙ୍କର ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକରଣ ଆରମ୍ଭ କରିଛି। ପୂର୍ବରୁ ପାରମ୍ପରିକ ଚିକିତ୍ସା ପଦ୍ଧତି ସମେତ ସମସ୍ତ ପଦ୍ଧତିରେ ଡାକ୍ତରମାନଙ୍କର ବୃତ୍ତିଗତ ସ୍ୱାସ୍ଥ୍ୟ ମଡ୍ୟୁଲ ପଞ୍ଜୀକରଣ ହୋଇସାରିଛି। ବର୍ତ୍ତମାନ ସମଗ୍ର ଦେଶରେ ନର୍ସମାନଙ୍କୁ ଏହି ମଡ୍ୟୁଲରେ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ପଦ୍ଧତିର ଚିକିତ୍ସା ବୃତ୍ତିରେ ନିୟୋଜିତ ନର୍ସମାନେ ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାରେ ଏଣିକି ଅନ୍ତର୍ଭୁକ୍ତ ହୋଇପାରିବେ। ଏହି ପଞ୍ଜୀକରଣ ସହିତ ସମ୍ପୃକ୍ତ କାଉନସିଲ ମାନେ ଆବେଦନଗୁଡିକର ଯାଞ୍ଚ କରିବେ। ଆହୁରି ମଧ୍ୟ ପାରା ମେଡିକାଲ, ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ବୃତ୍ତିରେ ଥିବା ଆଶା, ସ୍ୱାସ୍ଥ୍ୟସେବାରେ ସହାୟତା କରୁଥିବା କର୍ମଚାରୀମାନଙ୍କର ମଧ୍ୟ ପଞ୍ଜୀକରଣ ହେବ।

ପାରମ୍ପରିକ ଏବଂ ଆଧୁନିକ ଚିକିତ୍ସା ପ୍ରଣାଳୀରେ ସମ୍ପୃକ୍ତ ଥିବା ସମସ୍ତ ବୃତ୍ତିଗତ ବ୍ୟକ୍ତିମାନଙ୍କର ବିସ୍ତୃତ ସୂଚନା, ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାରେ ଅନ୍ତର୍ଭୁକ୍ତ କରାଯାଇଥାଏ। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର  ମୂଳ ଭିତ୍ତିଭୂମି ହେଉଛି ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକା। ଏହା ମାଧ୍ୟମରେ ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭିତରେ ରୋଗୀ ସହ ସ୍ୱାସ୍ଥ୍ୟକର୍ମୀ କିମ୍ବା ସ୍ୱାସ୍ଥକର୍ମୀଙ୍କ ସହ ରୋଗୀ ସମ୍ପର୍କ ସ୍ଥାପନ କରିପାରିବେ। ଏହି ବ୍ୟବସ୍ଥାରେ ସବୁଠାରୁ ବଡ ଲାଭ ହେଲା- ନିର୍ଭର ଯୋଗ୍ୟ ପରିଚୟ ସହିତ ଅନ୍‌ଲାଇନ ବ୍ୟବସ୍ଥାରେ ଟେଲି ମେଡିସିନ୍ ଭଳି ଡିଜିଟାଲ ସ୍ୱାସ୍ଥ୍ୟ ସେବା ରୋଗୀ ପାଇପାରିବେ।

ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ବୃତ୍ତିଗତ ସେବା ପ୍ରଦାନକାରୀ ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାର ଏକ ଅଙ୍ଗ ହୋଇପାରିବେ । ଏଥିପାଇଁ ଆଧାର ନମ୍ବର କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ବ୍ୟବହାର କରି ୱେବସାଇଟ୍ ((https:// hpr.abdm.gov.in)) ରେ ପଞ୍ଜୀକରଣ କରିପାରିବେ।

ଦେଶର ବିଭିନ୍ନ୍ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାରଙ୍କ ବିଭାଗ, ଘରୋଇ କ୍ଷେତ୍ର, ସମାଜସେବୀ ଅନୁଷ୍ଠାନ ଆଦି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସହଯୋଗୀ ଭାବରେ କାର୍ଯ୍ୟ କରିବା କ୍ଷେତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ହେଉଛି ସର୍ବୋଚ୍ଚ ନୟନ୍ତ୍ରକ ସଂସ୍ଥା। ଡିଜିଟାଲ ବ୍ୟବସ୍ଥା  ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହେଉଥିବା ବିଭିନ୍ନ ଶୂନ୍ୟସ୍ଥାନ କିମ୍ବା ଦୂରତାକୁ ହଟାଇ ଏହା ସମସ୍ତ ଆବଶ୍ୟକତାର ସଂଯୋଗକାରୀ ଭୂମିକା ନେଉଛି। ସ୍ୱାସ୍ଥ୍ୟସେବା ସମ୍ପର୍କୀତ ସମସ୍ତଙ୍କର ବ୍ୟକ୍ତିଗତ ସୂଚନାକୁ ଗୋପନ ରଖିବା, ନିରାପତ୍ତା ଯୋଗାଇବା, ଉଚ୍ଚମାନର ସେବା ଯୋଗାଇବା, ତଥ୍ୟ, ସୂଚନା ଆଦି ଜଣାଇବା, ଭିତ୍ତିଭୂମି ସେବା ଯୋଗାଇବା ଭଳି ବିଭିନ୍ନ ପ୍ରକାରର ସେବା କ୍ଷେତ୍ରରେ ଅନଲାଇନ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଆୟୁଷ୍କାନ ଭାରତ ଡିଜିଟାଲ ମିଶନ ଉଦ୍ୟମ କରୁଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ମଧ୍ୟ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି କଲ୍ୟାଣକାରୀ ଯୋଜନାଗୁଡିକୁ ଦେଶରେ କାର୍ଯ୍ୟକାରୀ କରୁଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗତ ସାତ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ କରିବା ଅଭିଯାନ ଆଜିଠାରୁ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଆଜି ଏକ ମିଶନ ଆରମ୍ଭ ହେଉଛି, ଯାହାର ଭାରତର ସ୍ୱାସ୍ଥ୍ୟ ସୁବିଧାକୁ କ୍ରାନ୍ତିକାରୀ ପରିବର୍ତ୍ତନ କରିବାର ଶକ୍ତି ଅଛି।

ତେବେ ଏହି ଯୋଜନାରେ ସମସ୍ତଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ ମିଳିବ। ସମସ୍ତ ନାଗରିକଙ୍କ ପାଇଁ ହେଲ୍ଥ ଆଇଡି ପ୍ରସ୍ତୁତ କରାଯିବ। ଏହି ଆଇଡିରେ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ପ୍ରଥମେ କେତୋଟି ରାଜ୍ୟରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦ୍ୱାରା ସିମ୍‌ଲେସ୍ ଅନ୍‌ଲାଇନ ପ୍ଲାର୍ଟଫର୍ମ ସୃଷ୍ଟି ହେବ, ଯାହା ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଇଣ୍ଟରପୋଟେବିଲିଟି ସୁବିଧା ଯୋଗାଇବ। ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ। ଏହା ପରେ ସେ ଏଥିରେ ଉଦ୍‌ବୋଧନ ଦେବେ ।

୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଳାର ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଥିଲେ । ସମ୍ପ୍ରତି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ଆଗୁଆ ପ୍ରକଳ୍ପ (ପାଇଲଟ୍ ପ୍ରକଳ୍ପ) ଭାବେ ଛ’ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚ୍‌ଏ ଏହାର ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତିପାଳନ କରିବା ଅବସରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶବ୍ୟାପୀ କାର‌୍ୟ୍ୟକାରୀ ହେବ । ଏହା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍‌-ଜେଏୱାଇ)କୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ରହିବେ।