Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ବେଚ୍ଛାସେବୀ ବିକ୍ରମ ବିଷୋୟୀଙ୍କୁ ବିପୁଳ ସମ୍ବର୍ଦ୍ଧନା
ଆଜିର ଖବର

ବାଲୁଗାଁ: ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ବେଚ୍ଛାସେବୀ ବିକ୍ରମ ବିଷୋୟୀଙ୍କୁ ବିପୁଳ ସମ୍ବର୍ଦ୍ଧନା

September 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ବିକ୍ରମ ବିଷୋୟୀ ଚଳିତ ବର୍ଷ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା କ୍ଷେତ୍ରରେ ଜାତୀୟ ସେବା ଯୋଜନା ପକ୍ଷରୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଛନ୍ତି। ସେ ଦିଲ୍ଲୀରୁ ଫେରିବା ପରେ ଆଜି ଜନ ସାଧାରଣ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସମ୍ବର୍ଦ୍ଧନା ଜଣାଇଥିଲେ।

ଗତକାଲି ଅପରାହ୍ନରେ ସମାଜସେବୀ ପ୍ରଭାସ ସୁନ୍ଦରାୟ ଓ ଚିଲିକା ପ୍ରେସ କ୍ଳବର ସଭାପତି ପ୍ରକାଶ ପ୍ରଧାନଙ୍କ ସଂଯୋଜନାରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବିକ୍ରମ ବିଷୋୟୀଙ୍କୁ ତାଙ୍କ ଗ୍ରାମ ବଡକୁଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଶୋଭାଯାତ୍ରା ପଥରେ ବାଲୁଗାଁ ଗାନ୍ଧୀ ଛକ ଠାରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇବା ସହ ରାଷ୍ଟ୍ରପତିଙ୍କ ଦ୍ଵାରା ପଦକ ପିନ୍ଧାଇବା ପରେ ଶ୍ରୀ ବିଷୋୟୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଗାଁ ମାଟିରେ ପାଦ ଦେବା ପରେ ବଡକୁଳ ପଞ୍ଚାୟତର ଶହ ଶହ ଜନସାଧାରଣ ସମ୍ବର୍ଦ୍ଧନା ଜଣାଇ ଶ୍ରୀ ବିଷୋୟୀଙ୍କୁ ଏକ ପଟୁଆରରେ ଗ୍ରାମ ପରିକ୍ରମା କରାଇଥିଲେ। ଏହାପରେ ଅମର ଜ୍ୟୋତି କ୍ଳବ୍ ପକ୍ଷରୁ ଗ୍ରାମରେ ପ୍ରଭାସ ସୁନ୍ଦରାୟଙ୍କ ସଭାପତିତ୍ବରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଜୟ ପାଇକରାୟ, ସହଦେବ ପାଇକରାୟ, ବଳଭଦ୍ର ବିଷୋୟୀ, ଦୀପକ ପାଇକରାୟ, ଦିଲ୍ଲୀପ ମାନସିଂହ , ରାକେଶ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିକ୍ରମ ବିଶୋଇଙ୍କ ସମାଜସେବା ପ୍ରତି ଥିବା ଅଙ୍ଗୀକାରବଦ୍ଧତାର ବିଭିନ୍ନ ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ।

ପ୍ରେରଣାଦାୟୀ ଶିକ୍ଷକ ଭାଗିରଥି ସ୍ବାଇଁ ଶ୍ରୀ ବିଶୋଇଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ। ସମାଜସେବୀ ଜିନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ, ଉଚ୍ଚଶିକ୍ଷା ସଚିବ , ଇନଷ୍ଟିଚ୍ୟୁଟ ଅଫ ମେଡିଆ ସ୍ଟଡିଜ୍ ର ନିର୍ଦେଶକ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ପ୍ରକାଶ ଥାଉକି ଶ୍ରୀ ବିକ୍ରମ ବିଷୋୟୀ ଜାତୀୟ ସେବା ଯୋଜନାର ସ୍ବେଛସେବୀ ଭାବେ ଯୋଗଦେଇ ପକ୍ଷୀ ସୁରକ୍ଷା ଚିଲିକା ରକ୍ଷା, ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଚିଲିକା, ଦିବ୍ୟ।ଙ୍ଗ ମଙ୍ଗଳ ଯୋଜନା, ଦୁଃସାହସିକ କାର୍ଯ୍ୟକ୍ରମ, ଆବାସ ନିର୍ମାଣ ପରିଚାଳନା, ଏଡ଼ସ ରୋଗ ସଚେତନତା, ସାକ୍ଷରତା, ଅଙ୍ଗ ଦାନ ସଚେତନତା, ଉପକୂଳ ବୃକ୍ଷରୋପଣ ଆଦି ଅନେକ ଉଲ୍ଲେଖନୀୟ ସମାଜସେବା କରିବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ଶିବିରରେ ଯୋଗଦେଇ ପାଲା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଜାଗରଣ ସୃଷ୍ଟିକରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବାଲୁଗାଁ ବିପୁଳ ସମ୍ବର୍ଦ୍ଧନା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ବେଚ୍ଛାସେବୀ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026
Latest News

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.