କରୋନା ପାଇଁ ଗାଡି କାଗଜ ପତ୍ର ବୈଧତାକୁ ପୁଣି ଥରେ ବୃଦ୍ଧି କଲେ କେନ୍ଦ୍ର ସରକାର

Published: Oct 1, 2021, 10:17 am IST

ନୂଆଦିଲ୍ଲୀ: ମୋଟର ଯାନ ଆଇନ ସହ ଜଡିତ କାଗଜପତ୍ର ବୈଧତା ପୁଣି ଥରେ ବୃଦ୍ଧି କରାଯାଇଛି। ସେହି ଅନୁସାରେ ଗାଡି କାଗଜପତ୍ର ବୈଧତା 31 ଅକ୍ଟୋବର 2021 ପର୍ଯ୍ୟନ୍ତ ବୈଧ ବୋଲି ଘୋଷଣା କରାଯାଇଛି। ସେହି ଅନୁସାରେ  ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପରାମର୍ଶ ଜାରି କରିଛି।

ଫଳରେ ମୋଟର ଯାନ ନିୟମ 1988 ଏବଂ ସେଣ୍ଟ୍ରାଲ୍ ମୋଟର ଯାନ ନିୟମ, 1989 ଅଧିନରେ ଗାଡିର ଫିଟନେସ୍, ଅନୁମତି (ସମସ୍ତ ପ୍ରକାର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟାନ୍ୟ ସଂପୃକ୍ତ ଡକ୍ୟୁମେଣ୍ଟଗୁଡିକ 31 ଅକ୍ଟୋବର ପର୍ଯ୍ୟନ୍ତ ବୈଧତା ରହିବ। ଅର୍ଥାତ ଯେଉଁମାନଙ୍କର ଏହି କାଗଜପତ୍ରର ବୈଧତା ଶେଷ ହେଉ ଯାଉଛି ତାହା କାୟମ ରହିବ।

ଏନଫୋର୍ସମେଣ୍ଟ୍ କର୍ତ୍ତୃପକ୍ଷଙ୍କୁ ଏହି ଦଲିଲଗୁଡ଼ିକୁ ଅକ୍ଟୋବର 2021 ପର୍ଯ୍ୟନ୍ତ ବୈଧତା ଭାବେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

Related posts