
ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ସକାଳ ଆଠଟାରେ ଏହି ଗଣତି ଆରମ୍ଭ ହେବ। ସେଥିପାଇଁ ପୁରୀର ପେଣ୍ଠକଟା ୱେର ହାଉସିଂରେ ସମସ୍ତ ବ୍ୟବସ୍ଥା କରାଯାଇଛି।
ପ୍ରଥମେ ବାଲଟ ଭୋଟ ଗଣତି କରାଯିବ। ଏହାର 30 ମିନଟ ପରେ ଉଭୟ ଇଭିଏମ ଏବଂ ବାଲଟ ପେପର ଭୋଟ ଗଣତି ହେବ। ସେଥିପାଇଁ ସେଠାରେ ତିନୋଟି ହଲ କରାଯାଇଛି। ପ୍ରତି ହଲରେ ସାତୋଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ତିନିଜଣ ଗଣତି ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ।
ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗଣିତ ସ୍ଥାନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୋଲିସ ସହିତ ରାଜ୍ୟ ଆର୍ମଡ ଫୋର୍ସ, ସିଏପିଏଫ। ପ୍ରତିଟି କାଉଣ୍ଟିଂ ହଲ ନିକଟରେ ଆର୍ମଡ ଫୋସ, କାଉଣ୍ଟି କେନ୍ଦ୍ରରେ ସିଏପିଏଫ ଏବଂ ବାହାରେ ସ୍ଥାନୀୟ ପୋଲିସ ତଦାରଖ କରିବେ। ଅପରାହ୍ନ ସୁଦ୍ଧା ଫଳାଫଳ କଣ ହେବ ତାହା ଜଣାପଡିଯିବ। ଫଟୋ- ପୂର୍ବ ସଂଗୃହିତ