Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଲଖିମପୁର ଖେରୀ ହିଂସା ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି ସାଂସଦ
ଆଜିର ଖବର

ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଲଖିମପୁର ଖେରୀ ହିଂସା ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି ସାଂସଦ

October 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ଲଖିମପୁର ଖେରୀରେ ହିଂସା ମାମଲାରେ ପିଲିଭୀତ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଲଖିମପୁର ଖେରୀରେ ତିକୋନିୟା ହିଂସାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ବରୁଣ ଗାନ୍ଧୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ବିଜେପି ସାଂସଦ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଲଖିମପୁର ଖେରୀ ହିଂସାରେ ୪ ଜଣ କୃଷକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।

ବରୁଣ ଗାନ୍ଧୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ହେଉଛି ଖେରି ଜିଲ୍ଲାର ପଡୋଶୀରେ ଥିବା ପିଲିଭୀତ। ବରୁଣ ଗାନ୍ଧୀ ତାଙ୍କ ଚିଠିକୁ ଟ୍ୱିଟରରେ ସେୟାର କରିଛନ୍ତି। ସିବିଆଇ ତଦନ୍ତ ସହିତ ପୀଡ଼ିତାଙ୍କ ପରିବାରକୁ ୧-୧କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ସାଂସଦ। ବରୁଣ ଗାନ୍ଧୀ ଲେଖିଛନ୍ତି ଯେ, ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ଭବିଷ୍ୟତରେ ଚାଷୀଙ୍କ ସହ ଏପରି ଅନ୍ୟାୟ କିମ୍ବା ଅତ୍ୟାଚାର ଯେପରି ନହୁଏ ସେଥିପାଇଁ ବିଜେପି ସାଂସଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ, “ଅକ୍ଟୋବର ୩ ତାରିଖରେ ଖେରୀରେ ବିରୋଧୀ ଚାଷୀଙ୍କୁ ଅତି ନିର୍ମମ ଭାବରେ ଗାଡି ଚଢାଇବା ଭଳି ହୃଦୟ ବିଦାରକ ଘଟଣା ସମଗ୍ର ଦେଶରେ ଦୁଃଖ ଓ କ୍ରୋଧ ସୃଷ୍ଟି କରିଛି। ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା। କିନ୍ତୁ ପରଦିନ ଲକ୍ଷ୍ମୀପୁର ଖେରୀରେ ଆମର ଖାଦ୍ୟ ଦାତାଙ୍କୁ ହତ୍ୟା କରାଯାଇଥିବା ଘଟଣା କୌଣସି ସଭ୍ୟ ସମାଜରେ କ୍ଷମା ଯୋଗ୍ୟ ନୁହେଁ।

ବରୁଣ ଲେଖିଛନ୍ତି ଯେ, ଆନ୍ଦୋଳନକାରୀ କୃଷକ ଭାଇମାନେ ଆମ ଦେଶର ନାଗରିକ। ଯଦି କୃଷକ ଭାଇମାନେ କିଛି ପ୍ରସଙ୍ଗରେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରୁଛନ୍ତି, ତେବେ ଆମେ ସେମାନଙ୍କ ପ୍ରତି ଅତ୍ୟଧିକ ସଂଯମତା ଏବଂ ଧର୍ଯ୍ୟର ସହ ବ୍ୟବହାର କରିବା ଉଚିତ୍। ଯେକୌଣସି ପରିସ୍ଥିତିରେ, ଆମେ ଆମର କୃଷକମାନଙ୍କୁ ସମ୍ବେଦନଶୀଳତା ସହିତ ବ୍ୟବହାର କରିବା ଉଚିତ ଏବଂ କେବଳ ଗାନ୍ଧୀବାଦୀ ତଥା ଗଣତାନ୍ତ୍ରିକ ଉପାୟରେ ସମାଧାନ କରିବା ଉଚିତ୍।

ପିଲିଭୀତ ସାଂସଦ ବରୁଣ ଗାନ୍ଧୀ ବିଜେପି ସାଂସଦ ସିବିଆଇ ତଦନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Latest News

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ରାଶିଫଳ: ମେ ୧୯ ତାରିଖ ମଙ୍ଗଳବାର ଦିନ ଏହି ରାଶିର ଲୋକ ପାଇବେ ଖୁସି ଖବର

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.