Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକ ଗଣହତ୍ୟା ବିରୁଦ୍ଧରେ ଭୁବନେଶ୍ୱରରେ ପ୍ରତିବାଦ
ଆଜିର ଖବର

କୃଷକ ଗଣହତ୍ୟା ବିରୁଦ୍ଧରେ ଭୁବନେଶ୍ୱରରେ ପ୍ରତିବାଦ

October 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଗତିକାଲି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଗୁଣ୍ଡାବାହିନୀ ୮ଜଣ କୃଷକଙ୍କ ଉପରେ ଅତ୍ୟନ୍ତ ବର୍ବର ଭାବେ ଗାଡ଼ି ଚଢାଇ ହତ୍ୟା କରିଛନ୍ତି। ଏହି ଘଟଣାକୁ ଧିକ୍କାର କରି, ଏହାର ପ୍ରତିବାଦରେ ଆଜି ସାରା ଦେଶରେ ଏବଂ ଓଡ଼ିଶାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଶହ ଶହ ସଂଖ୍ୟାରେ ପ୍ରତିବାଦକାରୀମାନେ ଏହି ବର୍ବର ଏବଂ ବିଭତ୍ସ କୃଷକ ଗଣହତ୍ୟାକୁ ତୀବ୍ର ନିନ୍ଦା ଏବଂ ପ୍ରତିବାଦ ଜଣାଇ ମହାତ୍ମା ଗାନ୍ଧୀ ମାର୍ଗରେ ପଟୁଆର କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି ଯେ, ଗତକାଲିର ବର୍ବର କୃଷକ ହତ୍ୟାକାଣ୍ଡରେ ସମଗ୍ର ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି।

ଯେଉଁଭଳି ଭାବେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ କିଛିଦିନ ପୂର୍ବେ କୃଷକମାନଙ୍କ ବିରୁଦ୍ଧରେ ଉତ୍ତେଜନାମୂଳକ ବକ୍ତବ୍ୟ ଦେଇଥିଲେ, ସେଥିରୁ ସ୍ପଷ୍ଟ ହେଉଥିଲା ଯେ, କୃଷକ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଏକ ଚକ୍ରାନ୍ତର ପରିକଳ୍ପନା କରାଯାଉଛି। କୃଷକମାନଙ୍କ ବିରୁଦ୍ଧରେ ଏହା ଏକ ସଂଗଠିତ ଏବଂ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ଦୃଢ ଭାବେ କହିଛି। ଅନ୍ନଦାତାମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ଏଭଳି ଘଟଣା ଆମର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୁତରାଂ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦାବି କରାଯାଇଛି ଯେ, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁତ୍ର ଆଶିଷ ମିଶ୍ର ଏବଂ ତାଙ୍କ ଗୁଣ୍ଡାବାହିନୀଙ୍କ ବିରୁଦ୍ଧରେ ୩୦୨ ଦଫାରେ ମୋକଦ୍ଦମା ରୁଜୁ କରି ଗିରଫ କରାଯାଉ। ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ଏକ ‘ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ’ (ଏସ୍‌.ଆଇ.ଟି) ଗଠନ କରି ସମଗ୍ର ଘଟଣାର ତଦନ୍ତ କରାଯାଉ। ହିଂସା ଏବଂ ଉସ୍‌କାନୀମୂଳକ ବକ୍ତବ୍ୟ ପ୍ରଦାନ କରିଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ନିଜ ନିଜର ସାମ୍ବିଧାନିକ ପଦବୀରୁ ବହିଷ୍କାର କରାଯାଉ। ମୃତକ ପରିବାରମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। ଏହି ଚାରିଦଫା ଦାବି ଉପରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ପ୍ରତିବାଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି।

ଭୁବନେଶ୍ୱରରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଅଶୋକ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ଶଙ୍କର ସାହୁ, ନିରଞ୍ଜନ ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ରାଧାକାନ୍ତ ସେଠି, ନାରାୟଣ ରେଡି, ସୁଦର୍ଶନ ପ୍ରଧାନ, ଅରୁଣ ଜେନା, ଯୁଧିଷ୍ଠିର ମହାପାତ୍ର, ରାଜେନ୍ଦ୍ର ବର୍ମା, ବିଶ୍ୱପ୍ରିୟ କାନୁନଗୋ, କ୍ଷୀରୋଦ ସିଂହଦେଓ, ପ୍ରଭାତ ପାଣିଗ୍ରାହୀ, ଲେନିନ୍ କୁମାର, ପ୍ରମିଳା ବେହେରା, ଅଭିରାମ ବେହେରା, ପ୍ରମୋଦିନୀ ସାହୁ, କିଷାନ ପଟ୍ଟନାୟକ, ଗଣେଶ ତ୍ରିପାଠୀ, ସତୀଶ ମିଶ୍ର, ମହମ୍ମଦ ସୁକ୍ରୁ, ସଂଘମିତ୍ରା ଜେନା, ମଧୁସୂଦନ, ସୁବାସ ନାୟକ, ପ୍ରଦିପ୍ତ ନାୟକ, ଭାନୁମତି ରେଡ଼ି, ଅଶୋକ ସାହୁ, ଅଶୋକ ମିଶ୍ର, ରଶ୍ମିରଞ୍ଜନ ଜେନା, ସୁବାସ ସାହୁ, ସାଲ ମାର୍ଣ୍ଡିଂ, ଚାମ୍ବୁର ସୋରେନ, ଅନୁରାଧା ସୁବୁଦ୍ଧି, ମଧୁସୂଦନ ବିଶ୍ୱାଳ, ସୁନିତା ପାଣିଗ୍ରାହୀ, ଅନାମିକା ମିଶ୍ର, କ୍ଷୀରମଣି ମହନ୍ତ, ରାମଚନ୍ଦ୍ର ତ୍ରିପାଠୀ, ଜଗଦୀଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ଜାନକୀ ବଲ୍ଲଭ ରାଓ, ବିବେକ କୃଷ୍ଣ ପ୍ରମୁଖ କୃଷକ, ଶମ୍ରିକ, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ନେତୃତ୍ୱ ନେଇଥିଲେ।

ପ୍ରତିବାଦ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026
Latest News

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.