Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରତିବାଦ” ଜାତୀୟ ସ୍ତରରେ ହେଲା ପୁରସ୍କୃତ

ଭୁବନେଶ୍ବର: ନବମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସିମଳାରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରତିବାଦ” ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚ୍ଚିତ୍ରର ଭାବେ ପୁରସ୍କୃତ ହୋଇଛି। ହିମାଚଳ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଏହି ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ଉଦଯାପିତ ଦିବସରରେ ମୁଖ୍ୟ ଅତିଥି ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ଶିବ ପ୍ରତାପ ଶୁକ୍ଳା ଙ୍କ ଠାରୁ ପ୍ରଯୋଜକ ଶ୍ରୀ ଅତିଶ କୁମାର ରାଉତ ପୁରସ୍କାର ଗ୍ରହଣ କରିଥିଲେ।

ଏଥିରେ ୨୦ ଟି ଦେଶ ଓ ୨୪ ଟି ରାଜ୍ୟ ରୁ ଚଳଚିତ୍ର ଭାଗ ନେଇଥିଲେ। “ପ୍ରତିବାଦ” ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ସମସ୍ତଙ୍କ ମନକୁ ଛୁଇଁ ଥିଲା ଓ ପୁରସ୍କୃତ ହୋଇଥିଲା। କାହାଣୀକାର ଓ ନିର୍ଦ୍ଦେଶକ ଜିତେନ୍ଦ୍ରିୟ ପ୍ରଧାନ କୁହନ୍ତି ନାରୀ କିଛି କାମ ହାସଲ କରିବାକୁ ପ୍ରଲୋଭନ ର ବଶବର୍ତ୍ତୀ ନ ହୋଇ ଏବଂ ଶାରିରୀକ ଶୋଷଣ ର ଶିକାର ହେବା ପୂର୍ବୁରୁ ନିଜର ସୁରକ୍ଷା ପାଇଁ ନା କହିବା ଦରକାର ।

କଳାକାର ପ୍ରଭଞ୍ଜନ ମିଶ୍ର, ସୃତିଦାସ ମହାପାତ୍ର, କାଜଲ ଶତପଥୀ ଓ ମନ୍ଦାକିନୀ ଜେନା ଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଛୁଇଥିଲା। ପ୍ରଯୋଜକ ଅତିସ କୁମାର ରାଉତ ସମାଜ ପାଇଁ ଚଳଚ୍ଚିତ୍ର ମାଧ୍ୟମରେ ଏହା ଏକ ସୁନ୍ଦର ବାର୍ତ୍ତା ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ହେବ ଜନ ଆନ୍ଦୋଳନ: ବିଦ୍ୟୁତ୍ ଉପଭୋକ୍ତା ମହାସଂଘ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ (ଓଇଅରସି)ଙ୍କ ନିକଟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ ଉତ୍ପାଦନ ଓ ବିତରଣ କମ୍ପାନୀମାନେ ଆବେଦନ କରିଛନ୍ତି। ସେମାନଙ୍କ ଦରଖାସ୍ତକୁ ବିଚାରକୁ ନେଇ ଆଗାମୀ ଆର୍ଥିକ ବର୍ଷ ପାଇଁ ଓଇଆରସି କର୍ତ୍ତୃପକ୍ଷ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ମସୁଧାରେ ଆଗାମୀ କାଲିଠାରୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଆଭାସୀ ଜନଶୁଣାଣି କରିବାକୁ ଯାଉଛନ୍ତି। ଏହି ଆଭାସୀ ଜନଶୁଣାଣିକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ବିରୋଧ କରାଯାଇଛି।

ଆଜି ‘ମହାସଂଘ’ର ଏକ ବୈଠକ ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଜୟଦେବ ବିିହାରସ୍ଥିତ ଗୋପବନ୍ଧୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଆଭାସୀ ଜନ ଶୁଣାଣିକୁ ବିରୋଧ କରିବା ସଙ୍ଗେ ସଙ୍ଗେ ସମ୍ଭାବ୍ୟ ବିଦ୍ୟତ୍ ଶୁଳ୍କ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି। ପ୍ରାରମ୍ଭରେ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ‘ମହାସଂଘ’ର ଆବାହକ ରବି ବେହେରା ସୂଚନା ଦେଲା ପରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ବିପର୍ଯ୍ୟସ୍ତ ବିଜୁଳି ସେବା, ଅଘୋଷିତ ବିଜୁଳି କାଟ ଓ ଶୁଳ୍କ ବୃଦ୍ଧି ଉପରେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ଜନଶୁଣାଣିକୁ ଆଳ କରି ବିଜୁଳ କମ୍ପାନୀମାନେ ଜବରଦସ୍ତ ଖାଉଟିଙ୍କ ଉପରେ ନିଜର କ୍ଷତି ଭରଣା କରିବା ପାଇଁ ବିଜୁଳି ଶୁଳ୍କ ଭଳି ବୋଝକୁ ଲଦି ଚାଲିଛନ୍ତି ବୋଲି ମତପ୍ରକାଶ ପାଇଥିଲା।

ଏଠାରେ ଉଲ୍ଲେଖଥାଉକି କରୋନା କାଳରେ ମଧ୍ୟ ଦୁଇ ଦୁଇଥର ଆମ ରାଜ୍ୟରେ ବିଦ୍ୟୁତ୍ କମ୍ପାନୀମାନଙ୍କର ଚାପରେ ଓଇଆରସି କର୍ତ୍ତୃପକ୍ଷ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିଛନ୍ତି । ଫଳରେ ସର୍ବନିମ୍ନ ୫୦ ୟୁନିଟ୍ ପର୍ଯ୍ୟନ୍ତ ଗତ ଆର୍ଥିକ ବର୍ଷରେ ଥିବା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇ ୫୦ ପଇସା ବଢି ୩ ଟଙ୍କାରେ ପହଞ୍ଚିଛି। ଏହା ସତ୍ତ୍ୱେ ମଧ୍ୟ ବିଜୁଳି କମ୍ପାନୀମାନେ ପୁନଶ୍ଚ ୨୦୨୨-୨୩ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ ନିଜର ଦରଖାସ୍ତ ଦେଇଛନ୍ତି। ଏଠାରେ ପ୍ରକାଶଥାଉକି, ସମଗ୍ର ଦେଶରେ ଆଜିକୁ ୨୭ବର୍ଷ ତଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ବିଜୁଳି ସଂସ୍କାର ବା ବିଜୁଳିର ଘରୋଇକରଣ କ୍ଷେତ୍ରରେ ୧୯୯୪-୯୫ ମସିହାରେ ବିଶ୍ୱବ୍ୟାଙ୍କରୁ ଋଣ ଆଣି ସଂସ୍କାର ଆରମ୍ଭ କରିଥିଲା। ଲକ୍ଷ୍ୟ ଥିଲା ସରବରାହ ଜନିତ ବିଜୁଳି କ୍ଷତିକୁ ୧୫ପ୍ରତିଶତକୁ କମାଇବା ଏବଂ ବିଜୁଳି ସେବାକୁ ସୁଲଭ, ନିରବଚ୍ଛିନ୍ନ ଓ ଗୁଣାତ୍ମକ କରିବା।

କିନ୍ତୁ ଦୀର୍ଘ ତିନିଦଶନ୍ଧି ପରେ ମଧ୍ୟ ଖୋଦ ରାଜଧାନୀରେ ବିଜୁଳି ସେବା ଆଜି ମଧ୍ୟ ବିପର୍ଯ୍ୟସ୍ତ। ଗାଁ ଗହଳିରେ ବିଜୁଳି କାଟ କଥା ନ କହିବା ଭଲ? ଆମ ପଛରେ ବିଦ୍ୟୁତ୍ ସଂସ୍କାରକୁ ଆପଣାଇଥିବା ଆନ୍ଧ୍ର ଓ ଦିଲ୍ଲୀ ଭଳି ରାଜ୍ୟ ଆଜି ବହୁ ଆଗରେ। ଆମେ ଯଦି ଗୋଟିଏ ପ୍ରତିଶତ ସରବରାହ ଜନିତ (ଏଟିଆଣ୍ଡ ସି) କ୍ଷତିକୁ କମାଇ ପାରିବା, ତାହେଲେ ବାର୍ଷିକ ଆମେ ୭୫ରୁ ୮୦ କୋଟି ଟଙ୍କା ରାଜସ୍ୱ ସଞ୍ଚୟ କରିପାରିବା। କିନ୍ତୁ ଦୁଃଖର କଥା ସରବରାହ ଜନିତ କ୍ଷତି କମାଇବା ପାଇଁ ଭିତ୍ତିଭୂମିର ଯେଉଁ ବିକାଶ କରିବା କଥା ଆବଣ୍ଟନ କମ୍ପାନୀଗୁଡ଼ିକ ସେ ଦିଗରେ ଆଦୌ ଟଙ୍କାଟିଏ ଖର୍ଚ୍ଚ କରୁନାହାଁନ୍ତି।

ଦୀର୍ଘ ତିନିଦଶନ୍ଧି ଧରି ଭିତ୍ତିଭୂମି ବିକାଶରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, ଟାଟା କମ୍ପାନୀ ଆବଣ୍ଟନ କମ୍ପାନୀଗୁଡ଼ିକୁ ବହନ କରିବା ପରେ କେତେ ଟଙ୍କା ଭିତ୍ତିଭୂମି ଦିଗରେ ଖର୍ଚ୍ଚ ହୋଇଛି, ଏ ସବୁର ହିିସାବ ଜନସାଧାରଣଙ୍କ ଅବଗତ ନିମନ୍ତେ ଓଇଆରସି ପ୍ରକାଶ କରିବାର ସମୟ ଆସିଛି। ତାନହେଲେ ଜନସାଧାରଣଙ୍କୁଅନ୍ଧାରେ ରଖି ଯଦି ଶୁଳ୍କ ବୃଦ୍ଧି ପାଇଁ ଓଇଆରସି କର୍ତ୍ତୃପକ୍ଷ ଢାଲ ସାଜନ୍ତି, ତେବେ ଉପଭୋକ୍ତା ମହାସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ। ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସରବରାହ ଜନିତ ଭିତ୍ତିଭୂମିକର ବିକାଶ, ବନ୍ୟା, ବାତ୍ୟା ସମୟରେ ରିପାୟାର ଓ ରେଷ୍ଟୋରେସନ ଉପରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେବୁଲ ବିଛାଇବା ପାଇଁ କେତେ ଟଙ୍କାର ବଜେଣ ଆକଳନ କରାଯାଇ ଏପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, ଏହାର ହିସାବ ବିଜୁଳି କମ୍ପାନୀମାନେ ଜନସାଧାରଣଙ୍କ ସମ୍ମୁଖରେ ପ୍ରଦାନ କରିବାକୁ ଆଜିର ବୈଠକରେ ଦାବି କରାଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରା, ଶ୍ରୀମତୀ ପ୍ରମିଳା, ଶେଖ ଅବଦୁଲ ୱାଲି ଓ ଏନ୍‌. ନାରାୟଣ ରେଡ଼ି, ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମୂହର ପ୍ରତିନିଧିମାନେ ଯୋଗ ଦେଇ ଅଂଶଗ୍ରହଣ କରିଥିଲେ। ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବିଦ୍ୟୁତ୍ ସଂସ୍କାରକୁ ନେଇ ଏକ ରାଜ୍ୟସ୍ତରୀୟ ଗଣ କନ୍‌ଭେନସନ ଅନୁଷ୍ଠିତ ହେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା।

ଆଭାସୀ ଜନଶୁଣାଣି ପରିବର୍ତ୍ତେ ଓଇଆରସି କର୍ତ୍ତୃପକ୍ଷ ଶାରୀରିକ ଜନଶୁଣାଣି କରିବାକୁ ମହାସଂଘ ଦାବି କରିଛି। ନିର୍ବାଚନ ପ୍ରଚାର ସରଗରମ ହେଉଥିଲା ବେଳେ ସ୍କୁଲ୍‌, କଲେଜ, ବିଶ୍ୱବିଦ୍ୟାଳୟ ଖୋଲି ସାରିଥିଲା ବେଳେ ଆଭାସି ଜନଶୁଣାଣିର ଆଳ ଦେଖାଇ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ଲଦି ଦିଆଗଲେ ଆନ୍ଦୋଳନ ହେବ ବୋଲି ଆଜିର ବୈଠକରେ ମହାସଂଘ ପକ୍ଷରୁ ଓଇଆରସି, ଗ୍ରୀଡ଼କୋ, ଟାଟାପାୱାର ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦର ଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡ଼ି

ଭୁବନେଶ୍ବର: ରାଜ୍ୟରେ ଦର ଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇଛି। ଆଜି ବିଜୁ ଜନତା ଦଳ ଦର ଦାମ ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରୁଛି। ପେଟ୍ରୋଲ-ଡିଜେଲ ଏବଂ ଇନ୍ଧନ ଗ୍ୟାସ ଦରର ବୃଦ୍ଧିକୁ ନେଇ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇଛି।

ନଭେମ୍ବର ପହିଲାରୁ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ଆନ୍ଦୋଳନ କରାଯିବ ବୋଲି ବିଜେଡ଼ି ଘୋଷଣା କରିଛି। ଆସନ୍ତାକାଲି ମହିଳା ବିଜେଡ଼ି ମଧ୍ୟ ରାସ୍ତାକୁ ଓହ୍ଳାଇବ। ସେମାନେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ କରିବେ। ସେହିଭଳି ଆସନ୍ତା ୫ ତାରିଖରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର ବିଜେଡ଼ି ମଧ୍ୟ ବିରୋଧ ପ୍ରଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଠାରୁ ରାସ୍ତାକୁ ଓହ୍ଳାଇବ ବିଜେଡ଼ି

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାଜ୍ୟରେ ବିଜୁ ଜନତା ଦଳ ଆନ୍ଦୋଳନ କରିବ। ଆସନ୍ତାକାଲି ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜୁଜନତା ଦଳ ଧାରଣା ଦେବ। ତାପରେ ନଭେମ୍ବର ୧ ତାରିଖରୁ ସମସ୍ତ ୧୪୭ ବିଧାନସଭା ଅଞ୍ଚଳରେ ବିଜେଡ଼ି ଆନ୍ଦୋଳନ କରିବ। ଏହା ସହିତ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡ଼ି ନଭେମ୍ବର ୧ ତାରିଖରେ ରାସ୍ତାକୁ ଓହ୍ଳାଇବ।

ସେହିପରି ଛାତ୍ର ବିଜେଡ଼ି ମଧ୍ୟ ଆସନ୍ତା ୫ ତାରିଖରେ ପ୍ରତିବାଦ କରିବ। ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର ବିଜେଡ଼ି ବିକ୍ଷୋଭ କରିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କୃଷକ ସଭା ପକ୍ଷରୁ ନିରାକାରପୁର ଷ୍ଟେସନରେ ରେଳରୋକ ଓ ପ୍ରତିବାଦ

ନିରାକାରପୁର: ଅହେତୁକ ଦରଦାମ ବୃଦ୍ଧି, ଚାଷୀ ମାରଣ ନୀତି ଓ କେନ୍ଦ୍ର ମନ୍ତ୍ରୀଙ୍କ ପୂଅ ଚାଷୀ ମାନଙ୍କୁ ଗାଡି ଚଢାଇ ହତ୍ୟା କରିଥିବା ଆଦି ଦାବି ନେଇ ଓଡିଶା କୃଷକ ସଭା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇ ରେଳରୋକ କରାଯାଇଛି। ରେଳରୋକକୁ ସାରାଦେଶରେ ବାମପନ୍ଥୀ ଦଳ ରେଳରୋକ ଅରିବାକୁ ସମର୍ଥନ ଜଣାଇଛନ୍ତି। ଏହି ରେଳରୋକକୁ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ବାମପନ୍ଥୀ ନେତା ଓ କର୍ମୀ ମାନେ ନିରାକାରପୁର ଷ୍ଟେସନ ଉପରେ ରେଳଧାରଣାରେ ବସି ରହି ରେଳରୋକ କରି ପ୍ରତିବାଦ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ଦୃଢ ଭାବରେ ବିରୋଧ କରିଛି ବାମପନ୍ଥୀ ସମର୍ଥକ ଓଡିଶା କୃଷକ ସଭା। ନିକଟ ଅତିତରେ ଚାଷୀମାନେ ବସି ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ପୂଅ ଯେଉଁ ଭଳି ଭାବରେ ଗାଡି ଚଢ଼ାଉ ଚାଷୀ ମାନଙ୍କୁ ହତ୍ୟା କଲେ ତାହାକୁ ନେଇ ରେଳରୋକ କରି ଦୃଢ ପ୍ରତିବାଦ କରାଯାଇଛି। ଓଡିଶା କୃଷକ ସଭା ପକ୍ଷରୁ ବାମପନ୍ଥୀ ଦଳର ନେତା ଓ ଦଳର କର୍ମକର୍ତ୍ତା ମାନେ ନିରାକାରପୁର ଷ୍ଟେସନରେ ରାସ୍ତା ଉପରେ ବସିରହି ବିକ୍ଷୋଭ କରିଛନ୍ତି। ରେଳ ଧାରଣାର ଉଭୟ ପାର୍ଶ୍ୱରେ ଦୁଇଟି ମାଲ ବୋଝେଇ ଗାଡି ଅଟକି ରହିଛି। ପ୍ରାୟ ଦୁଇଘଣ୍ଟା ଧରି ରେଳରୋକ କରାଯାଇଛି। ଖୋର୍ଦ୍ଧା ରେଳବାଇ ପୋଲିସ ଓ ନିରାକାରପୁର ପୋଲିସ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ଗଣହତ୍ୟା ବିରୁଦ୍ଧରେ ଭୁବନେଶ୍ୱରରେ ପ୍ରତିବାଦ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଗତିକାଲି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଗୁଣ୍ଡାବାହିନୀ ୮ଜଣ କୃଷକଙ୍କ ଉପରେ ଅତ୍ୟନ୍ତ ବର୍ବର ଭାବେ ଗାଡ଼ି ଚଢାଇ ହତ୍ୟା କରିଛନ୍ତି। ଏହି ଘଟଣାକୁ ଧିକ୍କାର କରି, ଏହାର ପ୍ରତିବାଦରେ ଆଜି ସାରା ଦେଶରେ ଏବଂ ଓଡ଼ିଶାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଶହ ଶହ ସଂଖ୍ୟାରେ ପ୍ରତିବାଦକାରୀମାନେ ଏହି ବର୍ବର ଏବଂ ବିଭତ୍ସ କୃଷକ ଗଣହତ୍ୟାକୁ ତୀବ୍ର ନିନ୍ଦା ଏବଂ ପ୍ରତିବାଦ ଜଣାଇ ମହାତ୍ମା ଗାନ୍ଧୀ ମାର୍ଗରେ ପଟୁଆର କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି ଯେ, ଗତକାଲିର ବର୍ବର କୃଷକ ହତ୍ୟାକାଣ୍ଡରେ ସମଗ୍ର ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି।

ଯେଉଁଭଳି ଭାବେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ କିଛିଦିନ ପୂର୍ବେ କୃଷକମାନଙ୍କ ବିରୁଦ୍ଧରେ ଉତ୍ତେଜନାମୂଳକ ବକ୍ତବ୍ୟ ଦେଇଥିଲେ, ସେଥିରୁ ସ୍ପଷ୍ଟ ହେଉଥିଲା ଯେ, କୃଷକ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଏକ ଚକ୍ରାନ୍ତର ପରିକଳ୍ପନା କରାଯାଉଛି। କୃଷକମାନଙ୍କ ବିରୁଦ୍ଧରେ ଏହା ଏକ ସଂଗଠିତ ଏବଂ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ଦୃଢ ଭାବେ କହିଛି। ଅନ୍ନଦାତାମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ଏଭଳି ଘଟଣା ଆମର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୁତରାଂ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦାବି କରାଯାଇଛି ଯେ, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁତ୍ର ଆଶିଷ ମିଶ୍ର ଏବଂ ତାଙ୍କ ଗୁଣ୍ଡାବାହିନୀଙ୍କ ବିରୁଦ୍ଧରେ ୩୦୨ ଦଫାରେ ମୋକଦ୍ଦମା ରୁଜୁ କରି ଗିରଫ କରାଯାଉ। ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ଏକ ‘ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ’ (ଏସ୍‌.ଆଇ.ଟି) ଗଠନ କରି ସମଗ୍ର ଘଟଣାର ତଦନ୍ତ କରାଯାଉ। ହିଂସା ଏବଂ ଉସ୍‌କାନୀମୂଳକ ବକ୍ତବ୍ୟ ପ୍ରଦାନ କରିଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ନିଜ ନିଜର ସାମ୍ବିଧାନିକ ପଦବୀରୁ ବହିଷ୍କାର କରାଯାଉ। ମୃତକ ପରିବାରମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। ଏହି ଚାରିଦଫା ଦାବି ଉପରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ପ୍ରତିବାଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି।

ଭୁବନେଶ୍ୱରରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଅଶୋକ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ଶଙ୍କର ସାହୁ, ନିରଞ୍ଜନ ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ରାଧାକାନ୍ତ ସେଠି, ନାରାୟଣ ରେଡି, ସୁଦର୍ଶନ ପ୍ରଧାନ, ଅରୁଣ ଜେନା, ଯୁଧିଷ୍ଠିର ମହାପାତ୍ର, ରାଜେନ୍ଦ୍ର ବର୍ମା, ବିଶ୍ୱପ୍ରିୟ କାନୁନଗୋ, କ୍ଷୀରୋଦ ସିଂହଦେଓ, ପ୍ରଭାତ ପାଣିଗ୍ରାହୀ, ଲେନିନ୍ କୁମାର, ପ୍ରମିଳା ବେହେରା, ଅଭିରାମ ବେହେରା, ପ୍ରମୋଦିନୀ ସାହୁ, କିଷାନ ପଟ୍ଟନାୟକ, ଗଣେଶ ତ୍ରିପାଠୀ, ସତୀଶ ମିଶ୍ର, ମହମ୍ମଦ ସୁକ୍ରୁ, ସଂଘମିତ୍ରା ଜେନା, ମଧୁସୂଦନ, ସୁବାସ ନାୟକ, ପ୍ରଦିପ୍ତ ନାୟକ, ଭାନୁମତି ରେଡ଼ି, ଅଶୋକ ସାହୁ, ଅଶୋକ ମିଶ୍ର, ରଶ୍ମିରଞ୍ଜନ ଜେନା, ସୁବାସ ସାହୁ, ସାଲ ମାର୍ଣ୍ଡିଂ, ଚାମ୍ବୁର ସୋରେନ, ଅନୁରାଧା ସୁବୁଦ୍ଧି, ମଧୁସୂଦନ ବିଶ୍ୱାଳ, ସୁନିତା ପାଣିଗ୍ରାହୀ, ଅନାମିକା ମିଶ୍ର, କ୍ଷୀରମଣି ମହନ୍ତ, ରାମଚନ୍ଦ୍ର ତ୍ରିପାଠୀ, ଜଗଦୀଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ଜାନକୀ ବଲ୍ଲଭ ରାଓ, ବିବେକ କୃଷ୍ଣ ପ୍ରମୁଖ କୃଷକ, ଶମ୍ରିକ, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ନେତୃତ୍ୱ ନେଇଥିଲେ।

Categories
ଆଞ୍ଚଳିକ

ଚିଲିକାରେ ରାଜ୍ୟ ସରକାର ବିରୋଧରେ ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା ଦେଇଛି ଚିଲିକା ବିଜେପି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଚିରାଯାଇଛି। ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରୀତିମତ ଯୋଜନା କରୁଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି। ଏହା ସହିତ ବାଣପୁର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଇପିସି ୪୨୦ ଦଫା ଅନୁଯାୟୀ ମୁକଦମା ରୁଜ୍ଜୁ କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରସ୍ତୁତ ଘରେ ଲାଗୁଥିବା ଫଳକରେ ଖୁବ୍‍ ଛୋଟ ଅକ୍ଷରରେ ପ୍ର.ଆ.ଯୋ ଲେଖିଥିଲା ବେଳେ ଚଞ୍ଚକତା କରି ବିଜୁବାବୁଙ୍କ ଫଟୋ ଲୋଗୋ ସହ ବଡବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ଚଞ୍ଚକତା କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବା ସହ ରାଜ୍ୟବାସୀଙ୍କୁ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ନକରି ସବୁ ପକ୍କାଘର ତାଙ୍କ ସରକାର ଯୋଗାଇ ଦେଇଥିବା ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରଦାନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଏହି ପ୍ରତିବାଦ ରାଲିରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଜିଲ୍ଲା ଉପସଭାପତି ବିଜୟ ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ସର୍ବେଶ୍ୱର ପ୍ରଧାନ, ମଣ୍ଡଳ ସଭାପତି କୈଳାଶ ବରାଳ, ସୌମ୍ୟରଂଜନ ସାମନ୍ତରାୟ, ଜିତେନ୍ଦ୍ର ଭୋଳ, ଦିଲ୍ଲୀପ ମହାନ୍ତି, ବିଭିନ୍ନ ପଞ୍ଚାୟତ ସରପଞ୍ଚ ରମେଶ ପ୍ରଧାନ, ଦୀପକ ପ୍ରଧାନ, ଅଜୟ ମାର୍ଥା, ଇନ୍ଦୁ ଜାଲି, ସୁଜାତା ବିଶ୍ୱାଳ, ଲକ୍ଷ୍ମୀ ସେଠି, କଳ୍ପନା ଦୈରିଗଞ୍ଜନ ଏବଂ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉକ୍ତ ଦୁଇ ବ୍ଲକ ଆନ୍ଦୋଳନରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଗର୍ଜିଲେ ଗ୍ରାମବାସୀ: ଡ଼ିଇଓ ଅଫିସ୍ ଘେରାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବୁଗୁଡ଼ା ବ୍ଲକ୍ ବାଲିପଦର ପଞ୍ଚାୟତ ସଦାଶିବପୁର ଗ୍ରାମର ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଏଠାରେ ପଢ଼ୁôଥବା କୋମଳମତି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଆଜି ଗର୍ଜିଛନ୍ତି ଗ୍ରାମବାସୀ। ବିଭିନ୍ନ ସ୍ଥାନରେ ଅପିଲ୍ କରି ନିରାଶ ହେବା ପରେ ଆଜି ଗ୍ରାମ୍ୟ ପରିଚାଳନା କମିଟି, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀମାନେ ବ୍ରହ୍ମପୁର ଡ଼ିଇଓ ଅଫିସ୍ ପହଞ୍ଚି ଘେରାଉ କରିବା ସହ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଜିଲ୍ଲା ଡ଼ିଇଓ ଅମୂଲ୍ୟ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ ମଧ୍ୟ କରିଛନ୍ତି।

ପୂର୍ବରୁ ଗ୍ରାମବାସୀମାନେ ବୁଗୁଡ଼ା ବିଇଓ, ବିଡ଼ିଓ, ସରକାରଙ୍କ ପ୍ରଦତ୍ତ ଅନ୍‌ଲାଇନ୍ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ସ୍କୁଲରେ ନାମଲେଖା ହୋଇନଥିବାରୁ ଗ୍ରାମବାସୀମାନେ ନିଜ ପିଲାଙ୍କୁ ଅନ୍ୟତ୍ର ଛାଡ଼ିବୁ ନାହିଁ ବୋଲି ଜିଦ୍‌ରେ ରହିବା ସହ ଗ୍ରାମ ସ୍କୁଲକୁ ତୁରନ୍ତ ଖୋଲିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟ ପଞ୍ଚାୟତରେ ଥିବା ଦଶିପୁର ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରିଛନ୍ତି। ଏନେଇ ଗ୍ରାମ ସ୍କୁଲରେ ଚଳିତବର୍ଷ ନାମ ଲେଖାଇବା ପାଇଁ ତତ୍କାଳୀନ ବିଇଓ ରସାନନ୍ଦ କର ପ୍ରଧାନଶିକ୍ଷକଙ୍କୁ ବାରଣ କରିଥିଲେ। ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ଟିସିକୁ ଜବରଦସ୍ତ ଦଶିପୁର ସ୍କୁଲକୁ ନେଇଛନ୍ତି। କିନ୍ତୁ ସଦାଶିବପୁର ଠାରୁ ଦଶିପୁର ଯିବା ରାସ୍ତାରେ ବହୁ ପ୍ରକାର ବିପଦ ରହିଛି। ଯଥା ରାସ୍ତାଟି ସଂପୂର୍ଣ୍ଣ କଚା ଓ ମାଟି ରାସ୍ତା ତଥା ନିଛାଟିଆ ଜଂଗଲ ରାସ୍ତା ଅଟେ, ଯାହାକି ବର୍ଷା ଋତୁରେ ଯିବା ଆସିବା ସଂପୂର୍ଣ୍ଣ ଅସମ୍ଭବ। ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ଅଛି। ଯାହା ଛାତ୍ରଛାତ୍ରୀଙ୍କ ମନରେ ଭୟ ବିପଦର କାରଣ ଅଟେ। ରାସ୍ତା ପାଶ୍ୱର୍ରେ ଦୁଇଟି ବିଦ୍ୟୁତ ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଯାହାକି ଛାତ୍ରଛାତ୍ରୀ ପାଇଁ ନିରାପଦ ନୁହେଁ। ଏହା ନିଛାଟିଆ ରାସ୍ତା ସହ ଦଶିପୁର ଗ୍ରାମଟି ଅନ୍ୟ ପଞ୍ଚାୟତରେ ଅବସ୍ଥିତ।

ତେଣୁ ଅଭିଭାବକମାନେ ଦୃଢ଼ ସଂକଳ୍ପ ନେଇ ସେମାନଙ୍କ ପିଲାଙ୍କୁ ଦଶିପୁର ସ୍କୁଲକୁ ଛାଡ଼ିବେ ନାହିଁ। ପିଲାମାନେ ମୁର୍ଖ ହେଲେ କେବଳ ସରକାର ହିଁ ଦାୟୀ। ତେଣୁ ଏହିଭଳି ଅବସ୍ଥାର ଅନୁସନ୍ଧାନ ନକରି ବିଇଓ ଶ୍ରୀ କର କିଭଳି ସ୍କୁଲ ବନ୍ଦ ପାଇଁ ସୁପାରିଶ ଦେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସହ ଚଳିତ ବର୍ଷ ସ୍କୁଲରେ ଅଧିକ ପିଲା ଜଏନ୍ ହେବେ ଏବଂ ସବୁ ପିଲାକୁ ମିଶାଇ ୨୬ ଜଣ ଛାତ୍ରଛାତ୍ରୀଙ୍କ ନାମ ଅଭିଯୋଗ ପତ୍ରରେ ଦର୍ଶାଯାଇଅଛି। ଯାହାକୁ ସରକାରୀ ନିର୍ଦ୍ଦେଶ ଠାରୁ ଅଧିକ ପିଲା ହେବେ। ତେଣୁ ଏହି ସ୍କୁଲକୁ ସ୍ଥାନାନ୍ତରିତ ନକରିବା ପାଇଁ ସେମାନେ ଡ଼ିଇଓଙ୍କୁ ନିବେଦନ କରିଥିଲେ। ନଚେତ୍ ଗରିବ ବ୍ରାହ୍ମଣ ଶିକ୍ଷାର୍ଥୀ ଅଧାରୁ ପାଠ ଛାଡ଼ିବା ଆଶଙ୍କା ରହିଛି।

ଦାବି ପତ୍ର ପ୍ରଦାନ ସମୟରେ ବିଦ୍ୟାଳୟ ସୁରକ୍ଷା ମଂଚ ଆବାହକ କାହ୍ନୁଚରଣ ଖାଡ଼ଙ୍ଗା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୋଶ ରଥ, ପ୍ରବୋଧ ରଥ, ତପନ କୁମାର ରଥ, ଗ୍ରାମର ଯୁବକ ସଂଘର ସଦସ୍ୟ ହରମୋହନ ଖାଡ଼ଙ୍ଗା, ଶଶୀଭୂଷଣ ରଥ, ଆଶୁତୋଷ ଖାଡ଼ଙ୍ଗା, ଆଶିଷ ଖାଡ଼ଙ୍ଗା, ଟିନୁ ଖାଡ଼ଙ୍ଗା, ଶିବାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।