ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରତିବାଦ” ଜାତୀୟ ସ୍ତରରେ ହେଲା ପୁରସ୍କୃତ

Published: Sep 27, 2023, 9:26 am IST

ଭୁବନେଶ୍ବର: ନବମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସିମଳାରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରତିବାଦ” ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚ୍ଚିତ୍ରର ଭାବେ ପୁରସ୍କୃତ ହୋଇଛି। ହିମାଚଳ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଏହି ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ଉଦଯାପିତ ଦିବସରରେ ମୁଖ୍ୟ ଅତିଥି ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ଶିବ ପ୍ରତାପ ଶୁକ୍ଳା ଙ୍କ ଠାରୁ ପ୍ରଯୋଜକ ଶ୍ରୀ ଅତିଶ କୁମାର ରାଉତ ପୁରସ୍କାର ଗ୍ରହଣ କରିଥିଲେ।

ଏଥିରେ ୨୦ ଟି ଦେଶ ଓ ୨୪ ଟି ରାଜ୍ୟ ରୁ ଚଳଚିତ୍ର ଭାଗ ନେଇଥିଲେ। “ପ୍ରତିବାଦ” ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ସମସ୍ତଙ୍କ ମନକୁ ଛୁଇଁ ଥିଲା ଓ ପୁରସ୍କୃତ ହୋଇଥିଲା। କାହାଣୀକାର ଓ ନିର୍ଦ୍ଦେଶକ ଜିତେନ୍ଦ୍ରିୟ ପ୍ରଧାନ କୁହନ୍ତି ନାରୀ କିଛି କାମ ହାସଲ କରିବାକୁ ପ୍ରଲୋଭନ ର ବଶବର୍ତ୍ତୀ ନ ହୋଇ ଏବଂ ଶାରିରୀକ ଶୋଷଣ ର ଶିକାର ହେବା ପୂର୍ବୁରୁ ନିଜର ସୁରକ୍ଷା ପାଇଁ ନା କହିବା ଦରକାର ।

କଳାକାର ପ୍ରଭଞ୍ଜନ ମିଶ୍ର, ସୃତିଦାସ ମହାପାତ୍ର, କାଜଲ ଶତପଥୀ ଓ ମନ୍ଦାକିନୀ ଜେନା ଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଛୁଇଥିଲା। ପ୍ରଯୋଜକ ଅତିସ କୁମାର ରାଉତ ସମାଜ ପାଇଁ ଚଳଚ୍ଚିତ୍ର ମାଧ୍ୟମରେ ଏହା ଏକ ସୁନ୍ଦର ବାର୍ତ୍ତା ବୋଲି କହିଥିଲେ।

Related posts