Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଗର୍ଜିଲେ ଗ୍ରାମବାସୀ: ଡ଼ିଇଓ ଅଫିସ୍ ଘେରାଉ
ଆଜିର ଖବର

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଗର୍ଜିଲେ ଗ୍ରାମବାସୀ: ଡ଼ିଇଓ ଅଫିସ୍ ଘେରାଉ

December 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବୁଗୁଡ଼ା ବ୍ଲକ୍ ବାଲିପଦର ପଞ୍ଚାୟତ ସଦାଶିବପୁର ଗ୍ରାମର ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଏଠାରେ ପଢ଼ୁôଥବା କୋମଳମତି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଆଜି ଗର୍ଜିଛନ୍ତି ଗ୍ରାମବାସୀ। ବିଭିନ୍ନ ସ୍ଥାନରେ ଅପିଲ୍ କରି ନିରାଶ ହେବା ପରେ ଆଜି ଗ୍ରାମ୍ୟ ପରିଚାଳନା କମିଟି, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀମାନେ ବ୍ରହ୍ମପୁର ଡ଼ିଇଓ ଅଫିସ୍ ପହଞ୍ଚି ଘେରାଉ କରିବା ସହ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଜିଲ୍ଲା ଡ଼ିଇଓ ଅମୂଲ୍ୟ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ ମଧ୍ୟ କରିଛନ୍ତି।

ପୂର୍ବରୁ ଗ୍ରାମବାସୀମାନେ ବୁଗୁଡ଼ା ବିଇଓ, ବିଡ଼ିଓ, ସରକାରଙ୍କ ପ୍ରଦତ୍ତ ଅନ୍‌ଲାଇନ୍ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ସ୍କୁଲରେ ନାମଲେଖା ହୋଇନଥିବାରୁ ଗ୍ରାମବାସୀମାନେ ନିଜ ପିଲାଙ୍କୁ ଅନ୍ୟତ୍ର ଛାଡ଼ିବୁ ନାହିଁ ବୋଲି ଜିଦ୍‌ରେ ରହିବା ସହ ଗ୍ରାମ ସ୍କୁଲକୁ ତୁରନ୍ତ ଖୋଲିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟ ପଞ୍ଚାୟତରେ ଥିବା ଦଶିପୁର ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରିଛନ୍ତି। ଏନେଇ ଗ୍ରାମ ସ୍କୁଲରେ ଚଳିତବର୍ଷ ନାମ ଲେଖାଇବା ପାଇଁ ତତ୍କାଳୀନ ବିଇଓ ରସାନନ୍ଦ କର ପ୍ରଧାନଶିକ୍ଷକଙ୍କୁ ବାରଣ କରିଥିଲେ। ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ଟିସିକୁ ଜବରଦସ୍ତ ଦଶିପୁର ସ୍କୁଲକୁ ନେଇଛନ୍ତି। କିନ୍ତୁ ସଦାଶିବପୁର ଠାରୁ ଦଶିପୁର ଯିବା ରାସ୍ତାରେ ବହୁ ପ୍ରକାର ବିପଦ ରହିଛି। ଯଥା ରାସ୍ତାଟି ସଂପୂର୍ଣ୍ଣ କଚା ଓ ମାଟି ରାସ୍ତା ତଥା ନିଛାଟିଆ ଜଂଗଲ ରାସ୍ତା ଅଟେ, ଯାହାକି ବର୍ଷା ଋତୁରେ ଯିବା ଆସିବା ସଂପୂର୍ଣ୍ଣ ଅସମ୍ଭବ। ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ଅଛି। ଯାହା ଛାତ୍ରଛାତ୍ରୀଙ୍କ ମନରେ ଭୟ ବିପଦର କାରଣ ଅଟେ। ରାସ୍ତା ପାଶ୍ୱର୍ରେ ଦୁଇଟି ବିଦ୍ୟୁତ ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଯାହାକି ଛାତ୍ରଛାତ୍ରୀ ପାଇଁ ନିରାପଦ ନୁହେଁ। ଏହା ନିଛାଟିଆ ରାସ୍ତା ସହ ଦଶିପୁର ଗ୍ରାମଟି ଅନ୍ୟ ପଞ୍ଚାୟତରେ ଅବସ୍ଥିତ।

ତେଣୁ ଅଭିଭାବକମାନେ ଦୃଢ଼ ସଂକଳ୍ପ ନେଇ ସେମାନଙ୍କ ପିଲାଙ୍କୁ ଦଶିପୁର ସ୍କୁଲକୁ ଛାଡ଼ିବେ ନାହିଁ। ପିଲାମାନେ ମୁର୍ଖ ହେଲେ କେବଳ ସରକାର ହିଁ ଦାୟୀ। ତେଣୁ ଏହିଭଳି ଅବସ୍ଥାର ଅନୁସନ୍ଧାନ ନକରି ବିଇଓ ଶ୍ରୀ କର କିଭଳି ସ୍କୁଲ ବନ୍ଦ ପାଇଁ ସୁପାରିଶ ଦେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସହ ଚଳିତ ବର୍ଷ ସ୍କୁଲରେ ଅଧିକ ପିଲା ଜଏନ୍ ହେବେ ଏବଂ ସବୁ ପିଲାକୁ ମିଶାଇ ୨୬ ଜଣ ଛାତ୍ରଛାତ୍ରୀଙ୍କ ନାମ ଅଭିଯୋଗ ପତ୍ରରେ ଦର୍ଶାଯାଇଅଛି। ଯାହାକୁ ସରକାରୀ ନିର୍ଦ୍ଦେଶ ଠାରୁ ଅଧିକ ପିଲା ହେବେ। ତେଣୁ ଏହି ସ୍କୁଲକୁ ସ୍ଥାନାନ୍ତରିତ ନକରିବା ପାଇଁ ସେମାନେ ଡ଼ିଇଓଙ୍କୁ ନିବେଦନ କରିଥିଲେ। ନଚେତ୍ ଗରିବ ବ୍ରାହ୍ମଣ ଶିକ୍ଷାର୍ଥୀ ଅଧାରୁ ପାଠ ଛାଡ଼ିବା ଆଶଙ୍କା ରହିଛି।

ଦାବି ପତ୍ର ପ୍ରଦାନ ସମୟରେ ବିଦ୍ୟାଳୟ ସୁରକ୍ଷା ମଂଚ ଆବାହକ କାହ୍ନୁଚରଣ ଖାଡ଼ଙ୍ଗା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୋଶ ରଥ, ପ୍ରବୋଧ ରଥ, ତପନ କୁମାର ରଥ, ଗ୍ରାମର ଯୁବକ ସଂଘର ସଦସ୍ୟ ହରମୋହନ ଖାଡ଼ଙ୍ଗା, ଶଶୀଭୂଷଣ ରଥ, ଆଶୁତୋଷ ଖାଡ଼ଙ୍ଗା, ଆଶିଷ ଖାଡ଼ଙ୍ଗା, ଟିନୁ ଖାଡ଼ଙ୍ଗା, ଶିବାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିବାଦ ବୁଗୁଡ଼ା ବ୍ଲକ୍ ସ୍କୁଲ ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026
Latest News

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.