
ଲକ୍ଷ୍ନୌ: ଶାନ୍ତି ଭଙ୍ଗ ଅଭିଯୋଗରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା, ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡା ଏବଂ ୟୁପି କଂଗ୍ରେସ ମୁଖ୍ୟ ଅଜୟ କୁମାର ଲଲୁଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି। ସୀତାପୁର ଜିଲ୍ଲାର ହରଗାଓଁ ପୋଲିସ ଷ୍ଟେସନର ଏସଏଚଓ ଏହି ସୂଚନା ଦେଇଛନ୍ତି।
ସୀତାପୁରର ପିଏସି ଗେଷ୍ଟ ହାଉସ ବାହାରେ କଂଗ୍ରେସ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଯେଉଁଠାରେ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ପୋଲିସ ହେପାଜତରେ ରଖାଯାଇଛି। ଗତକାଲି ପ୍ରିୟଙ୍କା ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାଉଥିବାବେଳେ ତାଙ୍କୁ ଅଟକ ରଖାଯାଇଛି।