Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ଼
ଆଜିର ଖବର

ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ଼

October 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥ ରେଳବାଇ ଅଡିଟୋରିୟମ ଠାରେ ୬୬ତମ ରେଳସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଅଛି।  ଏହି ସମାରୋହ ରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମସ୍ତ କୃତି କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରିଛନ୍ତି। ଏଥିରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ରେଳବାଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ରେଳବାଇ କର୍ମଚାରୀଙ୍କ ପ୍ରଗତିଶୀଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ପାଦନ କରି ରେଳବାଇ କୁ ମୂଲ୍ୟବାନ ଅବଦାନ ପ୍ରଦାନ ସହ ଉତ୍କର୍ଷତା ଆଣିବାରେ ସହାୟକ ହୋଇଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ଉଦ୍ୟମ ଓ ନିଷ୍ଠା ଜାରିରଖିବାକୁ ଆହ୍ୱାନ ଦେଇଛନ୍ତି ଯାହା ଫଳରେ ଏହି ରେଳପଥ ଏକ ଶ୍ରେଷ୍ଠ ରେଳ ଜୋନ ଭାବେ ନିଜକୁ ବଜାୟ ରଖିବ।

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳକୁ ସିଭିଲ ଇଂଜିନିୟରିଂ, ଟ୍ରେନ ପରିଚାଳନା ଓ ବାଣିଜ୍ୟ ଦକ୍ଷତା ସୀଲଡ଼ ମିଳିଥିବାବେଳେ ୱାଲଟିୟର ରେଳ ମଣ୍ଡଳକୁ ବିତ୍ତ (ଫାଇନାନ୍ସ), କୋଚିଂ ଡିପୋ ଓ କାର୍ମିକ ବିଭାଗ ଦକ୍ଷତା ସୀଲଡ଼ ଗ୍ରହଣ କରିଛି। ସେହିଭଳି ବିଦ୍ୟୁତ ପରିଚାଳନା ଓ ଯାନ୍ତ୍ରିକ (ମେକାନିକାଲ) ଦକ୍ଷତା ସୀଲଡ଼ ସମ୍ବଲପୁର ରେଳ ମଣ୍ଡଳକୁ ପ୍ରଦାନ କରାଯାଇଅଛି।

ଏହି ଅବସରରେ ସବୁ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ଼, ବ୍ରହ୍ମପୁର ରେଳ ଷ୍ଟେସନ୍କୁ ଉତ୍ତମ ବୃହତ ପରିଚ୍ଛନ୍ନ ଷ୍ଟେସନ ଓ ହଣ୍ଡପା ରେଳଷ୍ଟେସନ୍କୁ ଉତ୍ତମ ଛୋଟ ପରିଚ୍ଛନ୍ନ ଷ୍ଟେସନ ସିଲଡ଼ ପ୍ରଦାନ କରାଯାଇ ଅଛି।  ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ରେଳସପ୍ତାହ ଉପରେ ଆଲୋକପାତ କରିଥିବାବେଳେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ମଧ୍ୟ ରେଳ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଉପ ମହାପ୍ରବନ୍ଧକ  ଅଶୋକ କୁମାର ମିଶ୍ର ଏହି ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧା ରୋଡ ପୁରସ୍କାର ବିତରଣ ଉତ୍ସବ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.