Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ କମିଶନ ଏବଂ ଆୟକର ବିଭାଗ ସହିତ ମୋଦିଙ୍କ ଭିତିରିଆ ବୁଝାମଣା : କାନିମୋଝି
ଆଜିର ଖବର

ନିର୍ବାଚନ କମିଶନ ଏବଂ ଆୟକର ବିଭାଗ ସହିତ ମୋଦିଙ୍କ ଭିତିରିଆ ବୁଝାମଣା : କାନିମୋଝି

April 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
kanimozhi critisized to pm modi on it issue
kanimozhi critisized to pm modi on it issue

ଆୟକର ବିଭାଗ ଏବଂ ନିର୍ବାଚନ କମିଶନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁପ୍ତ ରାଜିନାମା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଡିଏମ୍‌କେ ପ୍ରାର୍ଥୀ କାନିମୋଝି। ନିଜ ଘରେ ଆୟକର ବିଭାଗର ଚଢାଉ ପରେ ଏହି ଅଭିଯୋଗ ଆଣିଛନ୍ତି ତୁଥୁକୁଡିରୁ ଡିଏମ୍‌କେର ଏହି ସାଂସଦ ପ୍ରାର୍ଥୀ। ମୋଦି ନିର୍ବାଚନ କମିଶନ ଏବଂ ଆୟକର ବିଭାଗକୁ ମନ ମୁତାବକ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ସହିତ କେବଳ ବିପକ୍ଷରେ ଥିବା ନେତାଙ୍କ ଘରେ ଚଢାଉ କରୁଛନ୍ତି। ମଙ୍ଗଳବାର ରାତିରେ ଆୟକର ବିଭାଗ ଅଧିକାରୀଙ୍କ ଚଢାଉରୁ କିଛି ତଥ୍ୟ ମିଳିନଥିବା ବେଳେ ବିପକ୍ଷରେ ରହିଥିବାରୁ ଏପରି ରାଜନୈତିକ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କାନିମୋଝି। ଆୟକର ବିଭାଗ ଅଧିକାରୀଙ୍କ ନିକଟରେ ସର୍ଚ୍ଚ ଓ୍ବାରେଣ୍ଟ ନଥିଲା ବୋଲି ମଧ୍ୟ କାନିମୋଝି ଅଭିଯୋଗ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଆୟକର ବିଭାଗ ଅଧିକାରୀ ମାନେ ଖୋଜିବା ଜାରି ରଖିଥିଲେ ମଧ୍ୟ କିଛି ନପାଇ ଫେରି ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ଡିଏମ୍‌କେ ମହିଳା ମୋର୍ଚ୍ଚା ମୁଖ୍ୟ। ଏହି ଚଢାଉକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ଶାସକ ଦଳ ପରାଜୟ ଭୟରେ ଏପରି କାମ କରୁଛି ବୋଲି କହିଛନ୍ତି କାନିମୋଝି। ବିଜେପି ସାଂସଦ ପ୍ରାର୍ଥୀ ତାମିଲସାଇ ସୌନ୍ଦରାଜନଙ୍କ ଘରେ କୋଟି କୋଟି ଟଙ୍କା ଲୁଚାଇ ରଖାଯାଇଥିବା ବେଳେ ଆୟକର ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି କାନିମୋଝି।

ec pmmodi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026
Latest News

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.