Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ମାଟିର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଉନ୍ମୋଚନ ହେବ ସ୍ୱତନ୍ତ୍ର ଲଫାପା
ଆଜିର ଖବର

ଓଡ଼ିଶା ମାଟିର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଉନ୍ମୋଚନ ହେବ ସ୍ୱତନ୍ତ୍ର ଲଫାପା

October 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କ ସ୍ମୃତିରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯିବ। ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ସହିଦ ବାଜି ରାଉତ, ସହିଦ ଜୟୀ ରାଜଗୁରୁ, ଚାଖି ଖୁଂଟିଆ, ଚକରା ବିଷୋୟୀ ଏବଂ ପାର୍ବତୀ ଗିରିଙ୍କ ଉପରେ ଏହି ଲଫାପା ଉନ୍ମୋଚନ କରାଯିବ।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କେନ୍ଦ୍ର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଉଭୟ କେନ୍ଦ୍ର ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀମାନଙ୍କ ଦ୍ୱାରା ୬ଟି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ ହେବା ପରେ ପ୍ରଥମ ଆଲବମ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବେ।

ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ସଚିବ ବିନୀତ ପାଣ୍ଡେ ସ୍ୱାଗତ ଭାଷଣ ପ୍ରଦାନ କରିବେ। ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ। ଡାକ ବିଭାଗ ମହାନିର୍ଦ୍ଦେଶକ ଆଲୋକ ଶର୍ମା ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱିତୀୟ ପିଢ଼ିର ଦାୟାଦ ଭରତ କୁମାର ଗିରି, ଚକରା ବିଷୋଇଙ୍କର କେହି ବଂଶଜ ନଥିବାରୁ ଚକରା ବିଷୋଇ ସାଂସ୍କୃତିକ ଏକାଡେମୀର ସଭାପତି ଜଗବନ୍ଧୁ ଜେନା, ସହିଦ ବକ୍ସି ଜଗବନ୍ଧୁଙ୍କ ଷଷ୍ଠ ପିଢ଼ିର ବଂଶଜ ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଚାଖି ଖୁଂଟିଆଙ୍କ ବଂଶର ଚତୁର୍ଥ ପିଢ଼ି ହଜୁରି ଭୀମସେନ ଖୁଂଟିଆ, ସହିଦ ବାଜି ରାଉତଙ୍କ ପୁତୁରା କୁଳମଣି ରାଉତ, ଜୟୀ ରାଜଗୁରୁଙ୍କ ବଂଶର ଷଷ୍ଠ ପିଢ଼ି ଦୟାନନ୍ଦ ମହାପାତ୍ର ଓ ତ୍ରିଦେବ ନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନତାର ୭୫ତମ ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026
Latest News

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.