କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କଲେ ଯୁବକ: କାରଣ ଅସ୍ପଷ୍ଟ

Published: Oct 13, 2021, 1:53 pm IST

ଭୁବନେଶ୍ଵର: ଭୁବନେଶ୍ଵର କଂଗ୍ରେସ ଭବନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ତାଲା ଭାଙ୍ଗି କିଛି ଯୁବକ ଯୁବ କଂଗ୍ରେସ ଅଫିସ ଭିତରକୁ ପସିଥିବା ଖବର ହସ୍ତଗତ ହୋଇଛି। ଅଫିସ ଭିତରେ ପଶି କିଛି ଯୁବକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜଣା ପଡିନାହିଁ।

ତେବେ ଗତ କିଛି ଦିନ ହେଲା ପ୍ରଦେଶ କଂଗ୍ରେସରେ ଅସନ୍ତୋଷ ପରିବେଶ ସୃଷ୍ଟି ହୋଇଛି। ପିସିସି ସଭାପତି ପରିବର୍ତ୍ତନ କରିବା ଲାଗି ଦଳର କେତେଜଣ ନେତା ଦାବି କରିଆସୁଥିବା ବେଳେ ଗିଛି ଦିନ ତଳେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତିରୁ ବହିଷ୍କାର ଲାଗି ପ୍ଲା କାର୍ଡ ଧରି  କିଛି ଯୁବକ ଦାବି କରିଥିଲେ।

Related posts