Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଓଡିଶା ପାଇଁ ନୂଆ ପ୍ରଚାର କମିଟ ସଦସ୍ୟଙ୍କ ନାମ, ଅଛନ୍ତି ୫୯ ଜଣ ନେତା

ଭୁବନେଶ୍ବର: ଆଜି ଏଆଇସିସି ତରଫରୁ ଓଡିଶା ପାଇଁ ନୂଆ ପ୍ରଚାର କମିଟ ଘୋଷଣା କରିଛି। ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଏହି କମିଟ ଘୋଷଣା କରାଯାଇଛି।

ଏଥିରେ ମୋଟ ୫୯ ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ପ୍ରଚାର କମିଟ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ବର୍ତ୍ତମାନ ପୁରା କମିଟ ଗଠନ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି। ଯେଉଁମାନେ ଏହି କମିଟରେ ଅଛନ୍ତି ସେମାନେ ହେଲେ ..

ଏହି କମିଟରେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଏବଂ ସୁଧାଂଶୁ ଶେଖର ଦେଓଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଟରେ ବରିଷ୍ଠ ନେତାମାନଙ୍କୁ ଦଳ ପ୍ରାଧ୍ୟାନ୍ୟ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହେବ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ଅଧ୍ୟକ୍ଷ ପଂଚାନନ କାନୁନଗୋଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିମ୍ନମତେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଇସ୍ତାହାର କମିଟି ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକପ୍ରତିନିଧି, ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କ ସହ ବିଷଦ ଆଲୋଚନା କରାଯିବ। ରାଜ୍ୟରେ ଥିବା ବିଭିନ୍ନ ବିଷୟ ବିଷାରଦ ମାନଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରିବ। ବିଭିନ୍ନ ରାଜ୍ୟ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଇସ୍ତାହାର ମାନ ଅଧ୍ୟୟନ କରି ଇସ୍ତାହାର ଦସ୍ତାବିଜ ପ୍ରସ୍ତୁତ କରାଯିବ।

ଏହି ସମସ୍ତ ପ୍ରକ୍ରିୟା ଅକ୍ଟୋବର ଶେଷସୁଦ୍ଧା ଚୂଡ଼ାନ୍ତ କରିବାକୁ ସଭାରେ ଉପସ୍ଥିତ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଦନୁଯାୟୀ ଏହି କାର‌୍ୟ୍ୟ ଅକ୍ଟୋବର ଶେଷସୁଦ୍ଧା ସମାପନ କରିବାପାଇଁ ନିଷ୍ପତି ନିଆଯାଇଛି।

ଆଜିର ବୈଠକରେ ସର୍ବଶ୍ରୀ ପୂବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ବିଶ୍ୱନାଥ ଆଚାର‌୍ୟ୍ୟ, ଉଦ୍ଧବ କର, ଇନ୍ଦ୍ରମୋହନ ପଣ୍ଡା, ଆବାହକ ପ୍ରଶାନ୍ତ ଶତପଥି, ପ୍ରକାଶ ମିଶ୍ର, ସସ୍ମିତା ବେହେରା, ସୁଦର୍ଶନ ଦାସ, ଜିଆଉଲ ହକ, ଅମିୟ ପଟ୍ଟନାୟକ, ରଜନୀ ମହାନ୍ତି, ବିଷ୍ମୟ ମହାପାତ୍ର, ଅମୀୟ ପାଣ୍ଡବ, ମନଷା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ପିସିିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସ ଭବନରେ ନେତା ପାଳିଲେ ଉତ୍ସବ

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଥିଲା। କୋର୍ଟ ରାହୁଳ ଗାନ୍ଧିଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ ରୋକ ଲଗାଇଥିଲେ। ଫଳରେ ରାହୁଳ ପୁଣିଥରେ ସାଂସଦ ପଦ ଫେରିପାଇବେ।

ଏହାକୁ ନେଇ ଭୁବନେଶ୍ବରର କଂଗ୍ରେସ କାର୍ଯ୍ୟାଳୟରେ କର୍ମି ଓ ନେତାମାନେ ବାଜା, ବାଣ ଓ ନୃତ୍ୟ ଆସର ହେବା ସହ ବିଷ୍ଠାନ୍ନ ବଂଟନ ହୋଇଥିଲା। କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ହାତରେ ହାତ ମିଶାଇ ନୃତ୍ୟ କରିବା ସହ ଏହି ଐତିହାସିକ୍ୟ ରାୟକୁ ସ୍ୱାଗତ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଯଜ୍ଞେଶ୍ୱର ବାବୁ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ,ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତ ରାୟ, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ରଶ୍ମି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ସେହିପରି ସଂନ୍ଧ୍ୟା ମହାପାତ୍ର, ୟାସିର ନୱାଜ, ରଞ୍ଜିତ ପାତ୍ର, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ତରୁଣକାନ୍ତ ମିଶ୍ର, ଦେଓ ପ୍ରସାଦ,ବିସ୍ମୟ ମହାପାତ୍ର, ସଂଜୟ ତ୍ରିପାଠୀ, ହଳଧର ସେଠୀ, ଜ୍ଞାନ ପଟ୍ଟନାୟକ, ପ୍ରଭାତ ପ୍ରତାପ ସିଂ, ଲିଙ୍ଗରାଜ ସାହୁ, ଅଜୟ ସାହୁ, ସଂକୁନା କଂଅର, ମୋହନ ଜେନା, ବଟକୃଷ୍ଣ ରାଉତରାୟ, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ସତ୍ୟବ୍ରତ ନାୟକ, ରାଜ କିଶୋର ବାରିକ, ଅଶୋକ ଦାସ, ବିରଂଚି ବାରିକ, ପ୍ରଣତି ମିଶ୍ର, ମଧୁସ୍ମିତା ଅଚାର୍ଯ୍ୟ,ଜୟଶ୍ରୀ ପାତ୍ର, ପୁଷ୍ପିତା ଦାସ, ଜାନକୀ ମଲ୍ଲିକ ଓ ପ୍ରସନ୍ନ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

ଭୁବନେଶ୍ବର: ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯାଇଥିଲା।  ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ବିଜୟ ପଟ୍ଟନାୟକ ସମ୍ବୋଧିତ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ସରକାର ଲୋକଙ୍କୁ ପାଖକୁ ପହଞ୍ଚିପାରୁ ନାହିଁ। ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନେ ବର୍ତ୍ତମାନ କିଛି କରିପାରୁ ନାହାଁନ୍ତି। ତାଙ୍କ ପାଖକୁ ଗୁହାରୀ କଲେ ସେମାନଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ତେଣୁ ଏପରି କ୍ଷେତ୍ରରେ ରାଜ୍ୟ ସରକାର ଲୋକଙ୍କୁ ଶାସନ ଦେବାରେ ବିଫଳ ହୋଇଛି।

ସେହିପରି ବିଜୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ଓଡିଶା ଲୋକେ ନିର୍ଯ୍ୟାତିତ। ବଡ ବଡ କାମ କଥା ଛାଡନ୍ତୁ ଛୋଟଛୋଟ କାମ ମଧ୍ୟ ଅଣ ଓଡିଆ କଣ୍ଟ୍ରାକ୍ଟର କରୁଛନ୍ତି। ତେବେ ଓଡିଆ କଣ୍ଟ୍ରାଟର ଯିବେ କୁଆଡେ। ବର୍ତ୍ତମାନ ତୃତୀୟ ମହଲାରୁ ସବୁକିଛି ନିୟନ୍ତ୍ରଣ ହେଉଛି ବୋଲି ବିଜୟ ପଟ୍ଟନାୟକ କହିଥିଲେ।

ସେହିପରି ନବ ଦାସ ହତ୍ୟାକାଣ୍ଡ ନେଇ ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଗୋପାଳ କରି ନାହିଁ, ଏହା ପଛରେ ଆଉ ଜଣେ କିଏ ଅଛି। ତାହାକୁ କ୍ରାଇମ ବ୍ରାଞ୍ଚ ଖୋଲି ବାହାର କରୁ। ଯଦି ସେ ନ ପାରିପାରୁଛି ତେବେ ଏହାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜୟ ଦାବୀ କରିଛନ୍ତି। ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ଦୃଢତାର ସହ ବିଜୟ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ୫ ତାରିଖରେ ରାଜଭବନ ଘେରାଉ କରିବ ପ୍ରଦେଶ କଂଗ୍ରେସ, କାରଣ କଣ ??

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୦ ଘଟିକା ସମୟରେ “ରାଜଭବନ ଘେରାଉ” କରାଯିବ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଛେଦିନ”ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ “ଅଛେଦିନ” ପରିବର୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି। ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି। ଲୋକଙ୍କ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି।

ନରେନ୍ଦ୍ର ମୋଦି ମା’ ମାନଙ୍କ ଆଖିରୁ ଲୁହ ପୋଛିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଗ୍ୟାସର ଦରବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ମା ମାନେ ଚୁଲି ମୁଣ୍ଡରେ ଲୁହ ଗଡ଼ାଉଛନ୍ତି। ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ। ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ। ଏ ସରକାର କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ।

ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସକରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ଏ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛି। କେନ୍ଦ୍ର ସରକାରରଙ୍କ ତୃଟିପୂର୍ଣ୍ଣ ଜିଏସଟି ନୀତି ଯୋଗୁ ଭାରତବର୍ଷର ଅଣସଂଗଠିତ କ୍ଷେତ୍ର ଆଜି ସଂପୂର୍ଣ୍ଣ ଉଜୁଡ଼ି ଗଲା। ଯଦ୍ୱରାକି ଭାରତବର୍ଷର ୪୨ କୋଟି ଲୋକ ରୋଜଗାର ହରାଇ ଗରିବି ଭିତରକୁ ଠେଲି ହୋଇଗଲେ। ପ୍ରତିରକ୍ଷାକୁ ଶକ୍ତିଶାଳି କରିବା ପରିବର୍ତେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷ ମିଲିଟାଲିରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ।

ସେନାବାହିନୀରେ ସୈନିକ ସଂଖ୍ୟବି ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ। ଏ ସବୁକୁ ନେଇ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ। ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜଭବନ ଘେରାଉ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟବାସୀ ଓ କଂଗ୍ରେସ ନେତୃବର୍ଗଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ମିଡିଆ ସେଲର ଆବାହକ ସତ୍ୟପ୍ରକାଶ ନାୟକ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କଲେ ଯୁବକ: କାରଣ ଅସ୍ପଷ୍ଟ

ଭୁବନେଶ୍ଵର: ଭୁବନେଶ୍ଵର କଂଗ୍ରେସ ଭବନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ତାଲା ଭାଙ୍ଗି କିଛି ଯୁବକ ଯୁବ କଂଗ୍ରେସ ଅଫିସ ଭିତରକୁ ପସିଥିବା ଖବର ହସ୍ତଗତ ହୋଇଛି। ଅଫିସ ଭିତରେ ପଶି କିଛି ଯୁବକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜଣା ପଡିନାହିଁ।

ତେବେ ଗତ କିଛି ଦିନ ହେଲା ପ୍ରଦେଶ କଂଗ୍ରେସରେ ଅସନ୍ତୋଷ ପରିବେଶ ସୃଷ୍ଟି ହୋଇଛି। ପିସିସି ସଭାପତି ପରିବର୍ତ୍ତନ କରିବା ଲାଗି ଦଳର କେତେଜଣ ନେତା ଦାବି କରିଆସୁଥିବା ବେଳେ ଗିଛି ଦିନ ତଳେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତିରୁ ବହିଷ୍କାର ଲାଗି ପ୍ଲା କାର୍ଡ ଧରି  କିଛି ଯୁବକ ଦାବି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

ଭୁବନେଶ୍ବର: କଂଗ୍ରେସ ଭବନରେ ଆଜି ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। କଂଗ୍ରେସର ସାଧାରଣ ପରିଷଦ ବୈଠକ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ହତାହତି ହୋଇଛନ୍ତି। ବରିଷ୍ଠ ନେତାଙ୍କ ସମ୍ମୁଖରେ ଏଭଳି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ଓବିସି ସେଲର ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକଙ୍କ ବିରୋଧରେ ସ୍ଲୋଗାନ ଦେଇ ଗୋଟିଏ ଗୋଷ୍ଠୀ ହୋହାଲ୍ଲା କରିଥିଲେ। ସରକାରୀ ଦଳ ତଥା ବିଜେଡ଼ି ସହିତ ବିଷ୍ଣୁ ଭିତିରି ସମ୍ପର୍କ ରଖିଛନ୍ତି ବୋଲି ଅଭିଯୋଗ କରାଯାଇ ଠେଲା ପେଲା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ: ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର

ଭୁବନେଶ୍ୱର: ଆଜି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଛନ୍ତି। ଏ.ଚେଲ୍ଲାଙ୍କ ଏହି ଗସ୍ତରେ କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ନୂଆ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର ଆସନ୍ତା ସାଧାରଣ ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ ବୋଲି କହିଥିଲେ। ସେ କଂଗ୍ରେସ ଭବନ ଠାରେ ପହଞ୍ଚି କହିଥିଲେ ଯେ, ଆସନ୍ତା ଉପନିର୍ବାଚନ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ଦଳରେ ଦକ୍ଷ ନେତାଙ୍କ ଅଭାବ ନାହିଁ। ଭୋଟରଙ୍କ ପାଖରେ ପହଞ୍ଚି କଂଗ୍ରେସର ଭଲ କାମ ବିଷୟରେ ଅବଗତ କରାଇବୁ ବୋଲି ଏ.ଚେଲ୍ଲା କୁମାର ତାଙ୍କ ମନ୍ତବ୍ୟରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ 

ଭୁବନେଶ୍ବର : କଂଗ୍ରେସ ଭବନରେ ମଙ୍ଗଳବାର  ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନୁଯୁକ୍ତିକୁ  ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ସ୍ମୃତିଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଦେଇଥିଲେ । ଏହାପରେ ସ୍ମୃତିଙ୍କ ସମର୍ଥକ ମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଏହାକୁ ନେଇ ସ୍ମୃତିଙ୍କ ସମର୍ଥକ ଏବଂ ବିରୋଧି ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯାହାଫଳରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବାକୁ ଗୁରୁମନ୍ତ୍ର ଦେଲେ ପିସିସି ସଭାପତି

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତକାଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ। ଗାନ୍ଧିନଗର ସ୍ଥିତ କଂଗ୍ରେସ ଭବନରେ ବୈଠକରେ ଯୋଗଦେଇ ଗଂଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ। ବିଶେଷଭାବେ ଏହି ଜିଲ୍ଲାଗୁଡ଼ିକରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଗଂଜାମ ଜିଲ୍ଲାରେ ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜ ଦଳକୁ ହିଁ ଦାୟୀ କରିଥିଲେ। କାରଣ ଏଠାରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଏକରକମ ଶୂନ କହିଲେ ଚଳେ। ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି କାମ କରୁଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ଦୁର୍ନିତିରେ ସାହାଯ୍ୟ କରୁଛନ୍ତି ବୋଲି ସେ ଜଣାଇଥିଲେ। ତେଣୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚି କିଭଳି କଂଗ୍ରେସକୁ ସଦୃଢ଼ କରାଯିବ ଏହି କ୍ଷେତ୍ରରେ ଗଭୀର ଭାବେ ଆଲୋଚନା କରିଥିଲେ।

ତାଙ୍କ ସହ ଏଆଇସିସି ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂଘଜି, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଅନୀଲ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କ ସହ ଜିଲ୍ଲାଗୁଡ଼ିକରେ କଂଗ୍ରେସକୁ ଆହୁରି ମଜବୁତ କରିବା ଉପରେ ସମସ୍ତ ସଦସ୍ୟ ପ୍ରାଧାନ୍ୟ ଦେଇଥିଲେ। ଗଂଜାମ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀଙ୍କ ସହ ପ୍ରତିମା ମିଶ୍ର, ସୁଜ୍ଞାନୀ ପଟ୍ଟନାୟକ, ନିରୂପମା ପଟ୍ଟନାୟକ, ଆରତୀ, ରୀନା ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସଭାରେ ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କ ସହ ଗଂଜାମ, କନ୍ଧମାଳ, ଗଜପତି ଏବଂ ବୌଦରୁ ଆସିଥିବା ୫୦୦ ଜଣ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ।