Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ କୃଷକ ସଚେତନତା କର୍ମଶାଳା
ଆଜିର ଖବର

ସୋଆରେ କୃଷକ ସଚେତନତା କର୍ମଶାଳା

October 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୃଷକମାନେ ମିଳିତ ଭାବେ କୃଷି କାର୍ଯ୍ୟ କରନ୍ତୁ। ଏକାଠି ଗୋଟିଏ ଉତ୍ପାଦ ଉପରେ କୃଷି ଅଧିକ ଫଳପ୍ରଦ ହେବ ଏବଂ ସେମାନଙ୍କର ଉତ୍ପାଦ ମଧ୍ୟ ଠିକ୍ ମୂଲ୍ୟରେ ଅଧିକ ଆକାରରେ ବିକ୍ରି ହୋଇପାରିବ ବୋଲି କହିଛନ୍ତି ଓରିଗୋର କମୋଡିଟିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଉପାଧ୍ୟକ୍ଷ କ୍ରିଷ୍ଣା ବୀର ସିଂ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବଦିଦ୍ୟାଳୟ ଲାଇଭଲିହୁଡ ଅଲଟରନେଟିଭ ଓ ସିଦ୍ଧ ଡେଭେଲପ୍‌ମେଂଟ ରିସର୍ଚ୍ଚ ଆଣ୍ଡ କନ୍‌ସଲ୍‌ଟାନ୍ସି ମିଳିତ ଆନୁକୂଲ୍ୟରେ ଆୟୋଜିତ କୃଷକ ସଚେତନତା କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ସିଂ କୃଷକମାନଙ୍କ ଉଦ୍ଦେଶ୍ୟରେ ଏହି ବକ୍ତବ୍ୟ ରଖିଛନ୍ତି।

ଏହି କର୍ମଶାଳାର ଉଦ୍‌ଘାଟନୀ ସଭାରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍  ସାଇନ୍‌ସେସର ଡିନ୍ ପ୍ରଫେସର ବିଜୟୟ କୁମାର ସାହୁ, ସ୍ନାତକୋତର ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ), ଡ.ପ୍ରିୟବ୍ରତ ପଟ୍ଟନାୟକ, ଲାଇଭଲିହୁଡ ଅଲଟରନେଟିଭର ଅଧ୍ୟକ୍ଷ ସମ୍ବିତ ତ୍ରିପାଠୀ ଏବଂ ଏସଡିଆରସିର ଅଧ୍ୟକ୍ଷ ଶ୍ରୀ ରତ୍ନାକର ପାଣିଗ୍ରାହୀ ଯୋଗ ଦେଇଥିଲେ।

ସମ୍ବିତ ତ୍ରିପାଠୀ ସମସ୍ତଙ୍କ ପରିଚୟ ପ୍ରଦାନ କରିବା ସହିତ ଚାଷୀମାନଙ୍କୁ ସେମାନଙ୍କର କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟ ପାଇବା ପାଇଁ ବଜାରର ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ। ସଭାରେ ଚାଷୀଙ୍କୁ ଉପଯୁକ୍ତ ବଜାର ସହ ସଂଯୋଗୀକରଣର ମାଧ୍ୟମ ଉପରେ ଆଲୋକପାତ କରାଯିବା ସହ ଚାଷୀମାନଙ୍କର କୃଷି ସମ୍ବନ୍ଧୀୟ ସମସ୍ୟା ଉପରେ କୃଷି ମହାବିଦ୍ୟାଳୟର ବୈଜ୍ଞାନିକମାନେ ଆଲୋଚନା କରିଥିଲେ।

ଏହି ସଭାର ଦ୍ୱିତୀୟାର୍ଦ୍ଧରେ ନାଫେଡର ଶାଖା ପ୍ରବନ୍ଧକ ଭବ୍ୟା ଆନନ୍ଦ, ସହଭାଗୀ ବିକାଶ ଅଭିଯାନର ଅଧ୍ୟକ୍ଷ ଜଗଦୀଶ ପ୍ରଧାନ ଯୋଗଦେଇ କୃଷକ ଉତ୍ପାଦକ ସଂଘର କାର୍ଯ୍ୟକାରିତା ଏବଂ ସଫଳତାର ଆଧାର ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହା ସହିତ ଇନ୍‌ଟେଲୋ ଲ୍ୟାବର କର୍ମକତାମାନେ ଚାଷୀମାନଙ୍କୁ କୃଷିରେ ପ୍ରୟୋଗ ହୋଇପାରୁଥିବା କୃତ୍ରିମ ବୁଦ୍ଧିମତା ବିଷୟରେ ଅବଗତ କରାଇଥିଲେ। କୃଷକମାନେ ସ୍ଥାନୀୟ ଅଂଚଳରେ ବ୍ୟବହାର କରାଯାଉଥିବା ପଦାର୍ଥ ଅଧିକ ଉତ୍ପାଦନ କଲେ ସେମାନଙ୍କର ରୋଜଗାର ବଢ଼ିବା ସହ ବଜାରର ଚାହିଦା ମଧ୍ୟ ମେଂଟାଇହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

ଏହି ସଭାରେ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଓ କୃଷକ ଉତ୍ପାଦକ ସଂଘର ପରିଚାଳକ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି କର୍ମଶାଳାରେ କୃଷି ମହାହବିଦ୍ୟାଲୟର ସମସ୍ତ ବିଭାଗୀୟ ମୁଖ୍ୟ ଯଥା ଡ. ଜଗମୋହନଲାଲ ଗୁଲାଟି, ଡ. ଦୀନବନ୍ଧୁ ଜେନା, ଡ.ଅଜୟ ପଟ୍ଟନାୟକ, ଡ. ବିଜୟ କୁମାର ମିଶ୍ର, ଡ. କାର୍ତିକ ଚନ୍ଦ୍ର ସାହୁ, ଡ. ରବୀନ୍ଦ୍ର କୁମାର ରାଜ, ଡ. ହୃଦାନନ୍ଦ ଅତିବୁଦ୍ଧୀ, ଡ. ଶିଶିରକାନ୍ତ ବେହେରା, ଡ.ମନମୋହନ ଦଳବେହେରା, ଡ. ସୁରେନ୍ଦ୍ର ନାୟକ ଓ ଡ. ନିରଞ୍ଜନ ନାୟକ ଉପସ୍ଥିତ ଥିଲେ।

କୃଷି ମହାବିଦ୍ୟାଳୟ ତରଫରୁ ଡ. ଶୁଭପ୍ରଦ ଦାଶ ଏବଂ ଡ. ଅଂଶୁମାନ ଜେନା ଓ ଲାଇଭଲିହୁଡ ଅଲଟରନେଟିଭ ତରଫରୁ ସନ୍ଦୀପ ସାମଲ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସଚେତନତା କର୍ମଶାଳା ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ: ସିଙ୍ଗାପୁର ବିରୋଧରେ ୨୫ ଟି ଗୋଲ୍‌ କରି ରଚିଲା ଇତିହାସ

June 3, 2026

ଓମର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ବିଦ୍ରୋହ!: ନୋ-ନେଟୱାର୍କ ଜୋନକୁ ଗଲେ ଦଳର ସାଂସଦ ଏବଂ ବିଧାୟକ

June 3, 2026

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026
Latest News

ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ: ସିଙ୍ଗାପୁର ବିରୋଧରେ ୨୫ ଟି ଗୋଲ୍‌ କରି ରଚିଲା ଇତିହାସ

June 3, 2026

ଓମର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ବିଦ୍ରୋହ!: ନୋ-ନେଟୱାର୍କ ଜୋନକୁ ଗଲେ ଦଳର ସାଂସଦ ଏବଂ ବିଧାୟକ

June 3, 2026

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.