ନରହନ୍ତା ହାତୀର ଉପ୍ତାତ: ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଜେପି ପକ୍ଷରୁ ଡିଏଫ୍‌ଓଙ୍କୁ ଦାବିପତ୍ର ପ୍ରଦାନ

Published: Oct 27, 2021, 5:54 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଏକ ନିର୍ଦ୍ଦିଷ୍ଟ ଦନ୍ତାହାତୀର ଉପ୍ତାତ ଯୋଗୁଁ ଅଂଚଳରେ କୋକୁଆ ଭୟ ଦେଖା ଦେଇଛି। ଏହି ହାତୀକୁ ଶିଘ୍ର ଏ ଅଂଚଳରୁ ଟ୍ରାଙ୍କୁଲାଇଜର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି। ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରଓାଲାଙ୍କ ନେତୃତ୍ୱରେ ଏକ ଦଳ ରେଢାଖୋଲ ଡିଏଫ୍‌ଓ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦନ୍ତା ହାତୀଟି ଏକ ବର୍ଷରେ ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରୁ ୬ ଜଣଙ୍କର ଜୀବନ ନେଲାଣି। ଏହି ଦନ୍ତା ହାତୀର ଉତ୍ପାତରେ ଏଠାକାର ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି।

ରାସ୍ତା ଉପରେ ଏହି ନରହନ୍ତା ହାତୀଟି ବହୁ ସମୟ ଧରି ଠିଆ ହୋଇ ରହିଥିବାରୁ ରାସ୍ତାରେ ଆତଯାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ରାସ୍ତାରେ ଯିବା ଆସିବା କରିବାକୁ ସୁରକ୍ଷା ମଣୁ ନାହାନ୍ତି। ଶିଘ୍ର ଏହି ନରହନ୍ତା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଜେପି ଦାବୀ କରିଛି।

Related posts