
ନୂଆଦିଲ୍ଲୀ: ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବରରେ ପହଁଞ୍ଚିବା ପରେ କଟକ ମୁଣ୍ଡୁଳି ଗସ୍ତରେ ଯିବେ। ସେଠାରେ ଥିବା ସିଆଇଏସଏଫ ର 180 ମ୍ୟାନ ବାରକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଲକ୍ଷ୍ମୀପୁର ଖେରାରେ ଚାଷୀ ହତ୍ୟା ଘଟଣାରେ ତାଙ୍କ ପୁଅଙ୍କୁ ନେଇ ସେ ବିବାଦୀୟ ହୋଇପଡିଛନ୍ତି। ଏପରି ପରିସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତକୁ କଂଗ୍ରେସ ବିରୋଧ କରିବ ବୋଲି ଘୋଷଣା କରିଛି। ତାଙ୍କର ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।