Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିପିଏମ୍ ସଂଗଠନ ଛାଡି ବିଜେଡ଼ିରେ ଯୋଗ ଦେଲେ ୪୨ଟି ଟ୍ରେଡ୍ ୟୁନିୟନର ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଓ କର୍ମର୍ଚାରୀ
ଆଜିର ଖବର

ସିପିଏମ୍ ସଂଗଠନ ଛାଡି ବିଜେଡ଼ିରେ ଯୋଗ ଦେଲେ ୪୨ଟି ଟ୍ରେଡ୍ ୟୁନିୟନର ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଓ କର୍ମର୍ଚାରୀ

October 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ୪୨ଟି ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଟ୍ରେଡ୍ ୟୁନିୟନର ପ୍ରୟ ଏକ ହଜାର ଶ୍ରମିକ ଓ କର୍ମଚାରୀ ମାନେ ବିଶିଷ୍ଟ ଶ୍ରମିକନୋତା ନବ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲହୋଇଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶ୍ରମିକ କଲ୍ୟାଣ ନିତି ଓ ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ନେଉଥିବା ପଦକ୍ଷେପକୁ ସ୍ୱାଗତକରି ସେମାନଙ୍କର ସାମୁହିକ ବିକାଶ ପାଇଁ କାର୍ଯ୍ୟକରିବାକୁ ଇଚ୍ଛା ପ୍ରକାଶକରି ୪୨ ଟି ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ସଂଗଠନ ଅଧିନରେ କାର୍ଯ୍ୟକରିଥିବା ଶତାଧିକ ସଂଗଠନ ଓ ଏଥିରେ ସଂପୃକ୍ତ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ କର୍ମଚାରୀ ଆଜିଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହେଯାଗରେ ବିଜୁ ଶ୍ରମିକ ସାମୁଖ୍ୟକୁ ଶକ୍ତିଶାଳି କରିବା ପାଇଁ କାର୍ଯ୍ୟକରିବେ ବୋଲି ଏହି ସଂଗଠନର କର୍ମକର୍ତାମାନେ ଘୋଷଣା କରିଥିଲେ।

ଏହି ଶ୍ରମିକ କର୍ମଚାରୀ ମାନେ ଦିର୍ଘଦିନଧରି ସିପିଏମ୍ ଓ ବାମପନ୍ଥୀ ସଂଗଠନ ସହିତ ସାମିଲହୋଇ କାର୍ଯ୍ୟକରି ଆସୁଥିଲେ। ଏହି ସଂଗଠନ ମାନଙ୍କ ମଧ୍ୟରେ ବିଡିଏ ୱର୍କର୍ସ ୟୁନିୟନ୍‌, ଘରୋଇ ମେଡିକାଲ୍ ରେ କାର୍ଯ୍ୟରତ କର୍ମଚାରୀ ସଂଘ, ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ୟୁନିୟନ୍‌, ଉତ୍କଳ ୟୁନିଭରସିଟି ୱାର୍କର୍ସ ୟୁନିୟନ, ରାଜଧାନୀ ଆମ୍ବୁଲାନ୍ସ ଡ୍ରାଇଭର୍ସ ଆସୋସିଏସନ୍‌, ରାଜଧାନୀ ଟାକ୍ସି ଓ ଅଟୋଚାଳକ ମହାସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ସିଫା ଶ୍ରମିକ ସଂଘ, ରାଜଧାନୀ ପରିବହନ କର୍ମଚାରୀ ସଂଘ, କଳିଙ୍ଗ ଷ୍ଟୁଡିଓ କର୍ମଚାରୀ ସଂଘ, ଓଡିଶା ରାଜ୍ୟ କାଜୁ ଉନ୍ନୟନ ୱାର୍କର୍ସ ୟୁନିୟନ୍‌, ସିକ୍ୟୁରିଟି ସର୍ଭିସ ଏମ୍ଲୋଇଜ୍ ୟୁନିୟନ୍‌, ଓଡିଶା ସେତୁ ନିଗମ କର୍ମଚାରୀ ସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ଷ୍ଟଟ୍ କୋପରେଟିଭ୍ ବ୍ୟାଙ୍କ ୱାର୍କର୍ସ ୟୁନିୟନ୍ ପ୍ରଭୁତି ୪୨ ପ୍ରମୁଖ କେନ୍ଦ୍ର ଓ ରାଜ୍ୟସରକାର କର୍ମଚାରୀ ଙ୍କ ସମେତ ବହୁ ଘରୋଇ କର୍ମଚାରୀ ଓ ଶ୍ରମିକ ସଂଗଠନ ଗୁଡିକ ଏଥିରେ ସଂପୃକ୍ତ ଅଛନ୍ତି।

ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ମହାସଚିବ ସାଂସଦ ଶ୍ରୀ ସୁବାସ ସିଂହ ଦୀର୍ଘ ୨ବର୍ଷଧରି ଏହି ସଂଗଠନ ଗୁଡିକୁ ସାହାର୍ଯ୍ୟ ଓ ସହଯୋଗ କରି କାର୍ଯ୍ୟକରି ଆସୁଛନ୍ତି। ଏହି ମିଶ୍ରଣ ପର୍ବରେ ଶ୍ରୀ ସଂହ ଙ୍କ ସମେତ ଭୁବନେଶ୍ୱର ମଧ୍ୟମ ବିଧାୟକ ତଥା ଭୁବନେଶ୍ୱର ଅଟୋ ଚାଳକ ମହାସଂଘର ସଭାପତି ଅନନ୍ତ ନାରାୟଣ ଜେନା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭାର ସର୍ବ ଭାରତୀୟ ଉପସଭାପତି ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବକ୍ତବ୍ୟଦେଇ କହିଲେ ମୁଁ ଆପଣ ମାନଙ୍କ ସହିତ ବିଶେଷକରି ଶ୍ରୀ ନବ ମହାନ୍ତିଙ୍କ ସହିତ ଦୀର୍ଘଦିନ ଧରି ସମ୍ପର୍କରେ ଆସିଛି। ଆପଣଙ୍କ କାର୍ଯ୍ୟଧାରାକୁ ମୁଁ ଉଚ୍ଚପ୍ରସଂଶା କରୁଛି। ଆପଣମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟଧାରା ଓ ଓଡିଶା ବିକାଶର ଧାରାକୁ ଆଗେଇ ନେବା ପାଇଁ ଯେଉଁ ଆସ୍ଥାପ୍ରକଟ କରିଛନ୍ତି ସେଇଥିପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ଦେଉଛି।

ଏହି ମିଶ୍ରଣ ପର୍ବରେ ସଂଗଠନ ମାନଙ୍କ ନେତୃତ୍ୱ ମଧ୍ୟରେ ରାଧାକାନ୍ତ ମାଝି, ବିକ୍ରମ ନାୟକ, ଦିବ୍ୟରଂଜନ ସେଠୀ, ରାଜେସ ବେହୁରା, ଗୈାରାଙ୍ଗ ପରିଡା, ରାଜେସ୍ ପଣ୍ଡା, କଳ୍ପନା ମହାନ୍ତି, ତୁଳସି ମହାପାତ୍ର, ରସ୍ମିତା ଜେନା, ଅରୁପାନନ୍ଦ ବରାଳ, ଶିବ ପ୍ରସାଦ ମୁଦୁଲି, କୈଳାସ ମହାପାତ୍ର, ସୁରେଶ ଦାସ, ବିଜୟ ପଟ୍ଟନାୟକ,ଯୋଗେନ୍ଦ୍ର ପଟ୍ଟନାୟକ, ଦେବେନ୍ଦ୍ର ସାହାଣୀ, ସର୍ବେଶ୍ୱର ମହାନ୍ତି, ଗୋବର୍ଧନ ପୃଷ୍ଟି, ବଟକୃଷ୍ଣ ବେହୁରା, ଦେବେନ୍ଦ୍ର ମଲିକ, ଦିଲିପ ପ୍ରଧାନ, କାମଦେବ ମୁଖି, ବିରଂଚି ନାରାୟଣ ଦତ,ବାନାମ୍ବର ଲେଙ୍କା, କାର୍ତିକ ଖୁଂଟିଆ, ବୃନ୍ଦାବନ ସେଠୀ, ଏମ୍‌.ଏମ୍‌. ପଟ୍ଟନାୟକ, ସଂଜିବ ଚୈାଧୁରୀ ପ୍ରଭୁତି ଉପସ୍ଥିତ ଥିଲେ।

ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026

ନୟାଗଡ଼ରେ ଭାରତର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

March 23, 2026

ରାଜସ୍ଥାନର ଭାରତୀୟ ପ୍ରବନ୍ଧନ ସଂସ୍ଥାନରେ ସମ୍ମାନିତ ହେଲେ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ

March 23, 2026
Latest News

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026

ନୟାଗଡ଼ରେ ଭାରତର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

March 23, 2026

“କେରଳରେ ହେବ ତ୍ରିକୋଣୀୟ ପ୍ରତିଯୋଗିତା”: ବିଜେପି ବିଷୟରେ ଭବିଷ୍ୟବାଣୀ କଲେ ସିପିଆଇ ନେତା

March 23, 2026

ରାଜସ୍ଥାନର ଭାରତୀୟ ପ୍ରବନ୍ଧନ ସଂସ୍ଥାନରେ ସମ୍ମାନିତ ହେଲେ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.