ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଘୋଷଣା କଲେ ନୂଆ ଦଳ

Published: Nov 2, 2021, 5:58 pm IST

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ଏକ ନୂଆଦଳ ଗଠନ କରିଛନ୍ତି। ସେହି ଦଳର ନାମ ହେଲା ‘ପଞ୍ଜାବ ଲୋକ କଂଗ୍ରେସ’ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଥିଲେ।

ନୂଆଦଳ ଘୋଷଣା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ସାତ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଏକ ନୂଆ ଦଳ ଗଠନ କରିବା ପରେ ବର୍ତ୍ତମାନ ପଂଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ତାଙ୍କ ଦଳରେ କେଉଁ ବିଧାୟକ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଚାଲିଛି।

Related posts