Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପଣଙ୍କ ବାପା ଜୋତା ତିଆରି କରନ୍ତି, ସନେଟରେ ଏପରି ପ୍ରଶ୍ନର କଣ ଉତ୍ତର ରଖିଲେ ଆବ୍ରାହାମ ଲିଙ୍କନ
ଆଜିର ଖବର

ଆପଣଙ୍କ ବାପା ଜୋତା ତିଆରି କରନ୍ତି, ସନେଟରେ ଏପରି ପ୍ରଶ୍ନର କଣ ଉତ୍ତର ରଖିଲେ ଆବ୍ରାହାମ ଲିଙ୍କନ

November 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କ ବାପା ଜୋତା ତିଆରି କରନ୍ତି, ସନେଟରେ ଏପରି ପ୍ରଶ୍ନର କଣ ଉତ୍ତର ରଖିଲେ ଆବ୍ରାହାମ ଲିଙ୍କନ

Dignity of labour : ଆମେରିକାର 16ତମ ରାଷ୍ଟ୍ରପତି ଆବ୍ରହାମ ଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ। ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାର ଆଭିଜାତ୍ୟ ବର୍ଗକୁ ବଡ଼ ଆଘାତ ଲାଗିଲା। ସିନେଟ ରେ ସେ ଯେବେ ନିଜର ପ୍ରଥମ ଅଭିଭାଷଣ ଦେବାକୁ ଛିଡ଼ା ହେଲେ, ଜଣେ ସିନେଟର ଉଚ୍ଚ ସ୍ୱରରେ କହିଲେ, “ମିଷ୍ଟର ଲିଙ୍କନ ମନେ ରଖ ତୁମ ବାପା ମୋର ଓ ମୋ ପରିବାରର ଜୋତା ତିଆରି କରୁଥିଲେ !”

ପୁରା ସିନେଟ ଅଟ୍ଟହାସରେ ଗୁଞ୍ଜରିତ ହେଲା ! କିନ୍ତୁ ଲିଙ୍କନ ତ ଏକ ଅଲଗା ପଦାର୍ଥରେ ଗଢା ହୋଇଥିଲେ; ସେ କହିଲେ “ମୁଁ ଜାଣିଛି ଯେ ମୋ ପିତା ଜୋତା ତିଆରି କରୁଥିଲେ ! କେବଳ ଆପଣଙ୍କର ନୁହେଁ, ଏଠାରେ ଉପସ୍ଥିତ ଅନେକ ମାନନୀୟଙ୍କର ଜୋତା ସେ ତିଆରି କରିଥିବେ।

ସେ ପୂର୍ଣ୍ଣ ମନୋଯୋଗ ସହ ଜୋତା ପ୍ରସ୍ତୁତ କରନ୍ତି। ତାଙ୍କ ତିଆରି ଜୋତାରେ ତାଙ୍କର ଆତ୍ମା ବାସ କରେ ! ନିଜ କର୍ମ ପ୍ରତି ପୂର୍ଣ୍ଣ ନିଷ୍ଠା କାରଣରୁ ଜୋତାରେ କେବେ କିଛି ଅଭିଯୋଗ ଆସି ନାହିଁ ! ଆପଣଙ୍କର ତାଙ୍କ କାମରେ କିଛି ଅଭିଯୋଗ ଅଛି କି ? ତାଙ୍କ ପୁତ୍ର ହୋଇ ଥିବାରୁ ମୁଁ ନିଜେ ମଧ୍ୟ ଜୋତା ପ୍ରସ୍ତୁତ କରିପାରେ, ଯଦି ଆପଣଙ୍କର କିଛି ଅଭିଯୋଗ ରହିଛି ତାହେଲେ କୁହନ୍ତୁ ମୁଁ ତାଙ୍କ ତିଆରି ଜୋତାକୁ ସଜାଡି ଦେବି ! ମୁଁ ନିଜ ପିତା ଏବଂ ତାଙ୍କ କର୍ମକୁ ନେଇ ଗର୍ବିତ।”

ତାଙ୍କର ଏହି ତର୍କବାଦୀ ଭାଷଣରୁ ସିନେଟରେ ନୀରବତା ଛାଇ ହୋଇଗଲା ଓ ଏହି ଭାଷଣକୁ ଆମେରିକାର ସିନେଟ ଇତିହାସର ସବୁଠାରୁ ଉତ୍କୃଷ୍ଟ ଭାଷଣ କୁହାଯାଇଛି ଓ ଏହି ଭାଷଣରୁ ଗୋଟେ ଅର୍ଥ  ବାହାରିଲା  ଶ୍ରମର ମହତ୍ତ୍ଵ   Dignity of labour ଓ ଏହାର ପ୍ରଭାବରେ ଯେତେ ବି ଶ୍ରମଜୀବୀ ଥିଲେ ସେମାନେ ନିଜ ପେଶାକୁ ନିଜର ଉପନାମ (surname) କରିଦେଲେ, ଯେପରି କି – ଫିସରମେନ୍, ବଟଲର୍, ଶୁମେକର, ବୁଚର, ଟେଲର, ସ୍ମିଥ, କାରପେଣ୍ଟର, ପଟର ଆଦି। ଆମେରିକାରେ ଆଜି ମଧ୍ଯ ଶ୍ରମକୁ ମହତ୍ତ୍ଵ ଦିଆଯାଏ, ସେଥିଲାଗି ସେ ଦୁନିଆର ସବୁଠୁ ବଡ ମହାଶକ୍ତି ଅଟେ।

ତେବେ ଆମ ଦେଶ ଭାରତରେ ଯିଏ ଶ୍ରମ କରେ ତାକୁ କୌଣସି ସମ୍ମାନ ନାହିଁ, ସେ ତଥାକଥିତ  ନୀଚ ବୋଲି ଗଣା ଯାଏ। ଆଉ ଏଠି ଯିଏ ଜମାରୁ କୌଣସି ଶ୍ରମ କରେ ନାହିଁ ତାକୁ ଉଚ୍ଚ ବୋଲି ବିଚାର କରାଯାଏ। ଯେପର୍ଯ୍ୟନ୍ତ ଆମେ ଶ୍ରମ  କରୁଥିବା ବ୍ୟକ୍ତିକୁ ସମ୍ମାନ ଦୃଷ୍ଟିରେ ନ ଦେଖିବା, ସେ ପର୍ଯ୍ୟନ୍ତ ଆମ ସମାଜ କେବେ ବି ଆଗକୁ ବଢି ପାରିବ ନାହିଁ।   ଉଚ୍ଚନୀଚ୍ଚର ଭେଦଭାବ ଯେକୌଣସି ରାଷ୍ଟ୍ର ନିର୍ମାଣରେ ବହୁତ ବଡ଼ ବାଧକ ଅଟେ।

ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.