Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

November 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସବୁଦିନ କର୍ମଦିନ। ରବିବାର ବି କାମ ହେବ। ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ଆଜି ରବିବାର ଛୁଟିଦିନରେ ଅଚାନକ ବାଣପୁର ଗସ୍ତକୁ ଆସି ଏକାଧିକ କାର୍ଯ୍ୟର ସମୀକ୍ଷା କରିବା ସହ ବହୁତ ଦିନରୁ ପଡିରହିଥିବା ବ୍ଲକ ଓ ତହସିଲର ଏକାଧିକ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି।

ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ବାଣପୁର ପହଞ୍ଚି ପ୍ରଥମେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ଥିବା ସରକାରୀ ଜାଗାକୁ ସ୍ଥାନୀୟ ଅଞ୍ଚଳବାସୀ ମାଡି ବସିଥିବାର ଦେଖିବାକୁ ପାଇଥିଲେ ଜିଲ୍ଲାପାଳ ଏବଂ ସଙ୍ଗେସଙ୍ଗେ ଅବରୋଧ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଭାବେ ଭଗବତୀ ମନ୍ଦିରର ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠିରୁ ପୂର୍ବରୁ ଅନୁମୋଦନ ହୋଇଥିବା ୫୦ ଲକ୍ଷ ଟଙ୍କାକୁ ଯଥାଶୀଘ୍ର ବିନିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏହାପରେ ଜିଲ୍ଲାପାଳ ବାଣପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ତହସିଲରେ ଅଦ୍ୟାବଧି ଏକ ହଜାର ମ୍ୟୁଟେସନ ମାମଲା ପଡିରହିଥିବାର ଜାଣିବାକୁ ପାଇଥିଲେ ଜିଲ୍ଲପାଳ। ଉକ୍ତ ମାମଲାଗୁଡିକୁ ଆଗାମୀ ୧୦ ଦିନ ମଧ୍ୟରେ ରଫାଦଫା କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ସେହିପରି ଜିଲ୍ଲାପାଳ ବାଣପୁର ବ୍ଲକ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଗତ ସପ୍ତାହରେ ଜିଲ୍ଲା ପ୍ରଶାସନ ଦ୍ୱାରା ୪୩୦ ବାର୍ଦ୍ଧକ୍ୟ ଭତ୍ତା ଅନୁମୋଦନ ହୋଇଥିବା ବେଳେ ସେଗୁଡିକୁ ଆସନ୍ତା ସାତ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଦେବାପାଇଁ ଜିଲ୍ଲପାଳ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପ ଭାବେ ଆଉ ୧୩୦ ଟି ଭତ୍ତା ବାଣପୁର ବ୍ଲକ ପାଇଁ ଅନୁମୋଦନ ହୋଇଥିବାବେଳେ ତୁରନ୍ତ ସେଥିପାଇଁ ହିତାଧିକାରୀଙ୍କୁ ଚି଼ହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲପାଳ।

ସେହିପରି ଭାବେ ଚଳିତ ମାସ ଶେଷସୁଧା ବାଣପୁର ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ଥିବା ନଅ ଗୋଟି ମିଶନ ଶକ୍ତି ଗୃହ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।  ବିଶେଷ କରି ପେପର ଲେସ କାର୍ଯ୍ୟଉପରେ ଗୁରୁତ୍ୱ ଦେଇ ସବୁ ଅଧିକାରୀମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସକ୍ରିୟ ରହିବା ସହ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଆସିବା ଖବର ଶୁଣି ବହୁ ହିତାଧିକାରୀମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଅଭିଯୋଗପତ୍ର ଦେଇଥିବାବେଳେ କେତେକ ଅଭିଯୋଗଗୁଡିକୁ ଜିଲ୍ଲାପାଳ ସଙ୍ଗେସଙ୍ଗେ ସମାଧାନ କରିବା ସହ ବାକି ଅଭିଯୋଗକୁ ତୁରନ୍ତ ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ନର୍ଦ୍ଦେଶ ଦେଇଥିଲେ। କେତେକ ହିତାଧିକାରୀଙ୍କ ରାସନ କାର୍ଡରେ ଆଧାର ସଂଯୋଗ ହୋଇନଥିବାରୁ ରାସନ ପାଇପାରୁନଥିବା ଅଭିଯୋଗ ପାଇଥିଲେ ଜିଲ୍ଲାପାଳ। ଏଯାବତ ବାଣପୁର ବ୍ଲକରେ ଆଧାର ସଂଯୋଗୀକରଣ ୮୩ ପ୍ରତିଶତ ହୋଇଥିବାବେଳେ ତାକୁ ଯଥାଶୀଘ୍ର ଶତ ପ୍ରତିଶତ କରିବା ପାଇଁ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ବାଣପୁର ଏନଏସି ଅଞ୍ଚଳରେ ସାନିଟେସନ ଉପରେ ଅସନ୍ତୋଷ ପ୍ରକଟ କରିଥିଲେ ଜିଲ୍ଲାପାଳ। ଯଥାଶୀଘ୍ର ସହରରେ ସାନିଟେସନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବାଣପୁର ଏନଏସି ରେ ଡ୍ରେନେଜ ସମସ୍ୟାକୁ ହୃଦୟଙ୍ଗମ କରି ଆଗାମୀ ଦିନରେ କିପରି ସହରରେ ଡ୍ରେନେଜ ନିର୍ମାଣ ହୋଇପାରିବ, ସେ ଲାଗି ବିହିତ ପଦକ୍ଷେପ ଆଜିଠାରୁ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି ଜିଲ୍ଲପାଳ।

ଆସନ୍ତାଦିନରେ ମା’ ଭଗବତୀ ମନ୍ଦିର ନିକଟରେ ଏକ ବସ ଷ୍ଟାଣ୍ଡ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥି ନିମନ୍ତେ ସେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବାର କହିଛନ୍ତି ଏବଂ ଆସନ୍ତା ସପ୍ତାହରେ ଯନ୍ତ୍ରୀ ଉକ୍ତ ଅଞ୍ଚଳ ପରିଦର୍ଶନକୁ ଆସିବେ ବୋଲି ସୂଚନା ଦେଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ଟ୍ୱିଟର ଦ୍ୱାରା ଜିଲ୍ଲାପାଳ ବାଣପୁର ଅଞ୍ଚଳର ଏକାଧିକ ଜନସାଧାରଣଙ୍କ ସମସ୍ୟାଗୁଡିକୁ ସମାଧାନ କରିଥିବାରୁ ବହୁ ନାଗରିକ ମାନେ ଜିଲ୍ଲପାଳଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ ଏଥି ନିମନ୍ତେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟର ଏକ ନମ୍ବର ଜିଲ୍ଲା ଯେଉଁଥିରେ ରାଜଧାନୀ ସାମିଲ ଅଛି, ଏହାର ବିକାଶ ପାଇଁ ଜିଲ୍ଲପାଳଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ବାଣପୁରବାସି ଭୂୟସୀ ପ୍ରଶଂସା କରିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବଳାମୁକୁନ୍ଦ ଦାସ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଉନ୍ନୟନମୂଳକ କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ବାଣପୁର ଗସ୍ତ ସମୀକ୍ଷା କଲେ
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.