
ନୂଆଦିଲ୍ଲୀ: ଆଜି ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କ ୯୪ ତମ ଜନ୍ମଦିନ। ଏହି ଅବସରରେ ଅନେକ ଲୋକ ତାଙ୍କୁ ଅଭିବାଦନ ଜଣାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମେତ ଅନେକ ନେତା ପୃଥ୍ବୀରାଜ ରାସ୍ତାରେ ଥିବା ଏଲ.କେ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ୱିଟରେ କହିଛନ୍ତି ଯେ, ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗର୍ବ ବଢାଇବା ପାଇଁ ସେ କରିଥିବା ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ରହିବ।