
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏକ ପ୍ରେସ୍ମିଟ୍ରେ ଘୋଷଣା କରିଛନ୍ତି। ଅତାବିରାର ବୁଥ୍-୨୩୫ ଓ ବରଗଡ଼ର ବୁଥ୍-୬୮ରେ ଇଭିଏମ୍ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟାୟର ମତଦାନରେ ମଧ୍ୟ ମହିଳାମାନେ ଆଗରେ ରହିଛନ୍ତି। ତେବେ ୪ଟା ସମୟରେ ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ମିଳିଛି। ଆଜି ୫ଟି ଲୋକସଭା ସହ ତତ୍ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା।