Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ: ପୂର୍ବ ଭାରତରେ ପ୍ରଥମ
ଆଜିର ଖବର

ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ: ପୂର୍ବ ଭାରତରେ ପ୍ରଥମ

November 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉତ୍ତମ ରୋଗୀ ସେବା କ୍ଷେତ୍ରରେ ସବୁବେଳେ ଆଗଧାଡ଼ିରେ ରହି ନୂତନ ଜ୍ଞ୍ୟାନ କୌଶଳ ସମ୍ପନ୍ନ ଓ ଅତ୍ୟାଧୁନିକ ସରଞ୍ଜାମ ଆପଣେଇବାରେ ଅଗ୍ରଣୀ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ ଲାବୋରେଟୋରୀ ହେମାଟୋଲୋଜି କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି। ପୂର୍ବାଂଚଳର ପ୍ରଥମ ହସପିଟାଲ୍ ଭାବେ ସବୁଠାରୁ ଅତ୍ୟାଧୁନିକ ଅଟୋମେଟେଡ ସିବିସି ଆନାଲାଇଜର ସମ୍‌ରେ ପ୍ରତିଷ୍ଠା କରାଯାଇଛି।

ଭାରତର ଚତୁର୍ଥ ହସପିଟାଲ ଭାବେ ସମ୍‌ରେ ଏହି ମେସିନ୍‌ର ପ୍ରତିଷ୍ଠା କରାଯାଇଥିବା ହସପିଟାଲର ପାଥୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଲାବୋରେଟୋରୀ ହେମାଟୋଲୋଜିର ଇନଚାର୍ଜ ଡ. ରାଜେଶ କୁମାର ଭୋଳ ସୂଚନା ଦେଇଛନ୍ତି। ରକ୍ତ ନମୂନା ପରୀକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୂନିକ ମେସିନ (ସିସମେକ୍ସ ଏକ୍ସଏନ୩୧୧୧ଏ ଆନାଲାଇଜର) ରକ୍ତ ନମୁନାକୁ ଅତି ଅଳ୍ପ ସମୟରେ ପରୀକ୍ଷା କରିବାରେ ସାହାଯ୍ୟ କରିବ। ଏହା ଦ୍ୱାରା ସିବିସି ପରୀକ୍ଷା ସହ ସ୍ଲାଇଡ ପ୍ରସ୍ତୃତ କରାଯିବ ଓ ରିଫ୍ଲେକ୍ସ ରୁଲ ମାଧ୍ୟମରେ ଷ୍ଟେନିଂ ମଧ୍ୟ କରାଯିବ।ଅଟୋମେଟେଡ ଡ଼ିଜିଟାଲ ମାଇକ୍ରୋସ୍କୋପ ଦ୍ୱାରା ରକ୍ତ ନମୂନାରେ ଥିବା ସମସ୍ୟାକୁ ଚିହ୍ନଟ କରିହେବ ବୋଲି ସେ କହିଛନ୍ତି।

ସିବିସି ପରୀକ୍ଷା କ୍ଷେତ୍ରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ଡିଜିଟାଲ ପାଥୋଲୋଜି ସେଲାଭିଜନ ସ୍ଥାପନ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ଦ୍ୱାରା ମାଇକ୍ରୋସ୍କୋପି ସ୍ଲାଇଡ ରିଭ୍ୟୁ ପ୍ରୋସେସକୁ ଦ୍ରୁତ ଓ ସରଳ କରିବା ସହ ଏହାର ଫଳାଫଳ ମଧ୍ୟ ଠିକ୍ ଭାବେ ବାହାରି ପାରିବ ବୋଲି ଡ. ଭୋଳ କହିଛନ୍ତି।

ଏହି ଆନାଲାଇଜର ଦ୍ୱାରା ଷ୍ଟେମ ସେଲ କାଉଂଟ ମଧ୍ୟ ହୋଇପାରିବ ଯାହାକି ବୋନ ମ୍ୟାରୋ ପ୍ରତ୍ୟାରୋପଣ ପ୍ରକ୍ରିୟାରେ ସାହାଯ୍ୟ କରିବ। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ଗବେଷଣା କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଡିଜିଟାଲ ଏବଂ ଭର୍ଚୁଆଲ ମାଇକ୍ରୋସ୍କୋପି ଉପରେ ଦୃଷ୍ଟି କେନ୍ଦ୍ରିଭୂତ ହେବ।

ଏହି ନୂଆ ମେସିନ୍‌ଟି ଶୁକ୍ରବାର ଦିନ ହସପିଟାଲରେ ଉଦଘାଟନ କରାଯାଇଥିବାବେଳେ ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏମଏସ ସମ୍ ହସପିଟାଲ ଡିନ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଂଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡ. ରାଜେଶ ଲେଙ୍କା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମହାପାତ ଏବଂ ସମ୍ ସେଂଟ୍ରାଲ
ଲବୋରେଟୋରୀର ମୁଖ୍ୟ ପ୍ରଫେସର ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି ଯେ ଏହି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଅନେକ ଗୁଡିଏ ରକ୍ତ ପରୀକ୍ଷା ନମୁନା ଖୁବ୍ ଶୀଘ୍ର ହେବା ସହ ସଠିକ୍ ଏବଂ ନିର୍ଭୁଲ ହେବ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆଇଏମଏସ ଓ ସମ୍ ହସପିଟାଲରେ ପ୍ରତିଷ୍ଠା କରିବା ଦିଗରେ ଡ. ଭୋଳଙ୍କ ସମେତ ତାଙ୍କ ଟିମ୍‌ର ସଦସ୍ୟ ଡ. ସରିତା ପ୍ରଧାନ, ଡ. ରିପୂଞ୍ଜୟ ମହାନ୍ତି, ଡ. ରାକା ହୋତା, ଡ. ଗାୟତ୍ରୀ ବେହେରା ଓ ଡ. ସଞ୍ଜିତା ହଜାରୀଙ୍କ ସମେତ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଲ୍ୟାବ ଟେକନିସିଆନ ଓ କର୍ମଚାରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି।

ଅତ୍ୟାଧୁନିକ ପୂର୍ବ ଭାରତ ସମ୍ ହସପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026
Latest News

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.