Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ସହରରେ ଅମାନିଆ ଗାଡ଼ି ଚାଳକଙ୍କ ବଢୁଛି ପ୍ରାଦୁର୍ଭାବ, ନିରବଦ୍ରଷ୍ଟା ସାଜିଛି ପୋଲିସ
ଆଜିର ଖବର

ବାଣପୁର ସହରରେ ଅମାନିଆ ଗାଡ଼ି ଚାଳକଙ୍କ ବଢୁଛି ପ୍ରାଦୁର୍ଭାବ, ନିରବଦ୍ରଷ୍ଟା ସାଜିଛି ପୋଲିସ

November 13, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ ଦିନକୁ ଦିନ ଅମାନିଆ ଗାଡ଼ିଚାଳକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବେଧଡ଼କ ଭାବେ ଅନେକ ଗାଡିଚାଳକ ସହରରେ କ୍ଷିପ୍ର ଗତିରେ ବାଇକ ଚଲାଉଥିବା ବେଳେ ଏଥିପ୍ରତି ପୋଲିସର ନିଘା ନାହିଁ। ଏପରିକି ଅନଭିଜ୍ଞ ବାଇକ ଚାଳକଙ୍କ ଲାଗି ସହରରେ ସଦାବେଳେ ଛୋଟ ବଡ଼ ଦୁର୍ଘଟଣା ଲାଗିରହୁଛି। ଉକ୍ତ ଅମାନିଆ ଗାଡ଼ିଚାଳକଙ୍କ ଲାଗି ସହରରେ ଯାତାୟାତ କରୁଥିବା ଅନେକ ନିରୀହ ଲୋକ ନାନାଦି ପ୍ରକାରର ହଇରାଣ ହରକତ ହେଉଛନ୍ତି।

ସହରରେ ବସବାସ କରୁଥିବା ତଥା ସହରକୁ ଆସୁଥିବା ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ଉକ୍ତ ଅମାନିଆ ଚାଳକଙ୍କ ଲାଗି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ବାଇକ ଗୁଡିକରୁ ସାଇଲେନ୍ସର ପାଇପ କାଢି ବାଇକ ଚଲାଇବା ହେଉ ଅବା ବିକୃତ ହର୍ନ ଲଗାଇ ବାଇକ ଚଲାଇବା ହେଉ ସବୁଥିରେ ଉକ୍ତ ଅସାମାଜିକ ଯୁବକମାନେ ମାହିର।

ସ୍କୁଲ ଓ କଲେଜ ଅଞ୍ଚଳରେ ବାଇକର ସର୍ବନିମ୍ନ ଗତି ୨୦ ଏବଂ ବଜାରରେ ୩୦ କିମି ପ୍ରତି ଘଣ୍ଟା ନିୟମ ରହିଥିବା ବେଳେ ବାଣପୁର ବଜାରରେ ଉକ୍ତ ଅମାନିଆଙ୍କ ଗାଡ଼ି ସ୍ପିଡ଼ ୬୦ ରୁ ଅଧିକ ରହୁଛି। ଯାହାଫଳରେ ବଜାରରେ ଯାତାୟାତ କରୁଥିବା ଜନସାଧାରଣମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଯୁବତୀମାନଙ୍କୁ କେତେକ ରୋଡ଼ ରୋମିଓ ଅସଦାଚରଣ ଉଦ୍ଦେଶ୍ୟରେ ଏପରି ବାଇକ ଚଳାଉଥିବା ଦେଖିବାକୁ ମିଳୁଛି। ଏପରିକି ଖୋଦ ବାଣପୁର ଥାନା ଦେଇ ପ୍ରତିଦିନ ଏପରି ଅମାନିଆ ମାନେ ବୁଲୁଥିବା ବେଳେ ପୋଲିସ ନିଦାବିଷ୍ଣୁ ପାଲଟିଛି।

ଖୋର୍ଦ୍ଧା ଜିଲ୍ଲାରେ ବାଣପୁରର ସ୍ଥାନ ସ୍ୱତନ୍ତ୍ର। ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଏଠାରେ ଅବସ୍ଥିତ। ଉଭୟ ବ୍ଲକ ଏବଂ ଏନଏସିକୁ ନେଇ ଗଠିତ ବାଣପୁର ତହସିଲ।  ବାଣପୁର ଏନଏସି ଜିଲ୍ଲାର ଏକ ପୁରୁଣା ସହର ହୋଇଥିବାବେଳେ ଏଠାକାର ରାସ୍ତା ଘାଟ ତଥା ଦୋକାନ ବଜାର ପ୍ରାୟତଃ ଅଣଓସାର। ତେବେ ୧୫ ଟି ୱାର୍ଡ ବିଶିଷ୍ଟ ଉକ୍ତ ସହରର ଜନସଂଖ୍ୟା ବର୍ତ୍ତମାନ ୨୦ ହଜାରରୁ ଉର୍ଦ୍ଧ୍ଵ ହୋଇଥିବାବେଳେ ବ୍ଲକର ଜନସଂଖ୍ୟା ଏକ ଲକ୍ଷରୁ ଉର୍ଦ୍ଧ୍ଵ ହେବ।

ସମୟ ଅନୁଯାୟୀ ସହରର ଆୟତନ ବୃଦ୍ଧିପାଉଥିବା ବେଳେ ବାଣିଜ୍ୟ ବେପାର ନିମନ୍ତେ ଦୋକାନ ବଜାର ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି। ହେଲେ ସହରର ଦୋକାନ ବଜାର ଉପରେ ନିର୍ଭର ରହୁଛନ୍ତି ଉଭୟ ଏନଏସି ଓ ପଞ୍ଚାୟତବାସି। ତେବେ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ। ଏଠାରେ ଟ୍ରାଫିକ କଣ୍ଟ୍ରୋଲ ପାଇଁ ପୋଲିସ କୌଣସି ପଦକ୍ଷେପ ନେଉନାହିଁ। ସହରର କଲେଜ ଛକରୁ ପଲଟନ ପଡିଆ ଯାଏଁ ଅହରହ ଟ୍ରାଫିକ ସମସ୍ୟା ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଜନସାଧାରଣଙ୍କୁ ତେଲ ପୋଡି ରାସ୍ତାରେ ଅପେକ୍ଷା କରିବାକୁ ପଡୁଛି।

ତେବେ ଏହାକୁ ସରଳିକରଣ କରିବା ଦିଗରେ ପୋଲିସର ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ବୁଦ୍ଧିଜୀବୀମାନଙ୍କ ମତ ହେଲା କି ସହର ମଧ୍ୟରେ ଭାରୀଯାନ ଗୁଡିକର ପ୍ରବେଶ ପଥ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ପୋଲିସ ନିର୍ଦ୍ଧାରଣ କରୁ।  ଯାହାଦ୍ୱାରା ଉକ୍ତ ସମସ୍ୟାର ସମାଧାନ ହୋଇପାରିବ।

ଅନୁରୂପ ଭାବେ ଯେହେତୁ ବାଣପୁର ଏକ ଯୋଜନାଭୁକ୍ତ ସହର ନୁହଁ, ଏଠାରେ ରାସ୍ତା ଘାଟ ସବୁ ଅଣ ଓସାରିଆ ତେଣୁ ଏନଏସି ର ବିଭିନ୍ନ ବଜାର ଅଞ୍ଚଳରେ ଗାଡ଼ି ପାର୍କିଂ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚି଼ହ୍ନଟ କରୁ ପୋଲିସ। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଯାଇଥିବାବେଳେ ରାଜ୍ୟର କୋଣଅନୁକୋଣରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବାଣପୁର ଆସୁଛନ୍ତି ଏବଂ ଆଗକୁ ଉକ୍ତ ସଂଖ୍ୟା ବଢିବାକୁ ଥିବାବେଳେ ସହରର ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବା ଏବଂ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ବାଣପୁର ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ର ବିଷୟ ପାଲଟିଛି।

ନଚେତ ସରକାରଙ୍କ ‘ଅତିଥି ଦେବୋ ଭବ’ ଉକ୍ତି ବାଣପୁରରେ ବୁମେରାଙ୍ଗ ପାଲଟିବ ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ବାଲୁଗାଁ ଏସଡିପିଓ, ବାଣପୁର ତହସିଲଦାର, ବାଣପୁର ଆଇଆଇସି ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମିଳିତଭାବେ ଉକ୍ତ ଗୁରୁସମସ୍ୟାର ସମାଧାନ କରିବା ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

ଅମାନିଆ ଗାଡ଼ିଚାଳକ ବାଣପୁର ବାଣପୁରବାସୀ ବେପରୁଆ ଗାଡି ଚାଳନା
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.