Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାନ୍ଧୀ ଓ ବିନୋବାଙ୍କ ପଥରେ ଆତ୍ମନିର୍ଭର ଭାରତ ସମ୍ଭବ
ଆଜିର ଖବର

ଗାନ୍ଧୀ ଓ ବିନୋବାଙ୍କ ପଥରେ ଆତ୍ମନିର୍ଭର ଭାରତ ସମ୍ଭବ

November 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିନୋବା ସେବା ପ୍ରତିଷ୍ଠାନ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ରୋଟାରୀ ଭବନଠାରେ ଭୂଦାନ ଆନ୍ଦୋଳନର ପୁରୋଧା ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳନ ହୋଇଯାଇଛି। ଏହି ଅବସରରେ ‘ଭୂଦାନ ଆନ୍ଦୋଳନ ଓ ଆତ୍ମନିର୍ଭର ଭାରତ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ। ବିନୋବା ଭାବେ ମହାଭାରତ ପିତାମହ ଭୀଷ୍ମଙ୍କ ପରେ ଇଚ୍ଛା ଅନୁସାରେ ମୃତ୍ୟୁବରଣ କରିଥିଲେ। ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ବିଚାରକୁ କାର୍ଯ୍ୟକାରୀ କରିବାକୁ ବିନୋବା ଭାବେ ଗାନ୍ଧିବାଦୀଙ୍କୁ ନେଇ ସର୍ବୋଦୟ ସମାଜ ପ୍ରତିଷ୍ଠା କରିଥିଲେ। ଗାନ୍ଧୀ ଓ ବିନୋବା ଭାବେଙ୍କ ଆଦର୍ଶ ଓ ବିଚାର ପ୍ରତି ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳ, ନୂଆଦିଲ୍ଲୀର ପୂର୍ବତନ ଅଧ୍ୟକ୍ଷ ଦୀପକ ମାଲବ୍ୟ ଯୋଗଦେଇ କହିଥିଲେ ଯେ, ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନ ଏକ ଅହିଂସକ ସମୃଦ୍ଧ ସମାଜ ଗଢିବାରେ ସହାୟକ ହୋଇଥିଲା। ସରକାର କ୍ଷମତା ମୋହରେ ନରହି ଅନ୍ନଦାତା କୃଷକଙ୍କ ଆନ୍ଦୋଳନ ପ୍ରତି ସମବେଦନା ସହ ସମସ୍ୟାର ନିରାକରଣ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସର୍ବୋଦୟ ନେତ୍ରୀ ତଥା ହରିଜନ ସେବକ ସଂଘର ରାଜ୍ୟ ଅଧ୍ୟକ୍ଷା ବିରଜା ଦେବୀ ବିନୋବାଜୀଙ୍କ ଭୂଦାନ ଯଜ୍ଞ, ବଞ୍ଚିତ ଓ ଶୋଷିତବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବାକୁ ସହାୟକ ହୋଇଥିଲା ବୋଲି କହିଥିଲେ।

ବିଶିଷ୍ଟ ମାନବାଧିକାର ପ୍ରବକ୍ତା ଓ ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା ସଭାକୁ ସଞ୍ଚାଳନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ବିବରଣୀ ସହ ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନର ଲକ୍ଷ୍ୟ ଏବେବି ଅଧୁରା ରହିଛି ବୋଲି କହିଥିଲେ। ଗାନ୍ଧୀ ଓଡ଼ିଶାର ଆବାହିକା ତଥା ପରିବେଶବିତ୍ ଡ. ରୀନା ରାଉତରାୟ ଯୁବପିଢୀ ଗାନ୍ଧୀ ଓ ବିନୋବାଙ୍କ ବିଚାରକୁ ଆପଣେଇ ପାରିଲେ ସ୍ୱାବଲମ୍ବନ ସମାଗ ଗଠନ ହୋଇପାରିବ ବୋଲି କହିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଓ ପୂଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ଜୟକିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଗାନ୍ଧୀ ଓ ବିନୋବା ବିଚାର ଏକମାତ୍ର ପନ୍ଥା ବୋଲି କହିଥିଲେ। ସଭା ପ୍ରାରମ୍ଭରେ ବିଶିଷ୍ଟ ଗାନ୍ଧିବାଦୀ ସ୍ୱର୍ଗତ ଡ. ଏସ୍‌.ଏନ୍ ସୁବରାଓଜୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।

ଗାନ୍ଧୀ ବିଚାରକୁ ସମାଜରେ ପ୍ରଚାର ଓ ପ୍ରସାର ସହ ଏକ ଅହିଂସକ ସମାଜ ନିର୍ମାଣରେ ଏକ ନିଆରା ଭୂମିକା ନିର୍ବାହ କରିଥିବା ଲୋକସେବକ ମଣ୍ଡଳର ପ୍ରାକ୍ତନ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କୁ ‘ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ କାଳୀ ଚରଣ ସିଂ ପ୍ରାରମ୍ଭିକ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଆଚାର୍ଯ୍ୟ ବିନୋବା ଭାବେ ଆତ୍ମନିର୍ଭର ଭାରତ ନୂଆଦିଲ୍ଲୀ ବିନୋବା ସେବା ପ୍ରତିଷ୍ଠାନ ଭୁବନେଶ୍ୱର ରୋଟାରୀ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026

‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ

August 29, 2026

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026
Latest News

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026

‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ

August 29, 2026

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.