Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ
ଆଜିର ଖବର

ଅଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ

November 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୧) ଏବଂ (୨) ଅଧୀନରେ ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳରେ ସଡ଼କ ସଂଯୋଗ କାର୍ଯ୍ୟ ନିମିତ୍ତ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ପ୍ରଦାନ କରିଛି। ଏ ବାବଦରେ ୨ଠ୨୧-୨୨ରୁ ୨ଠ୨୪-୨୫ ଅବଧି ମଧ୍ୟରେ ୧,୧୨,୪୧୯ କୋଟି ଟଙ୍କା ରାଜ୍ୟର ଅଂଶ ସହିତ ଏହି ଯୋଜନାରେ ବିନିଯୋଗ କରାଯାଇ ଚାଲିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ। ୯ଟି ରାଜ୍ୟର ୪୪ଟି ଜିଲ୍ଲାରେ ରହିଥିବା ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳରେ ୨ଠ୧୬ ମସିହା ଠାରୁ ଏପର୍ଯ୍ୟନ୍ତ ୧ଠ୫ଟି ପୋଲ ସହିତ ୪୪୯ଠ କିଲୋମିଟର ସଡ଼କ ନିର୍ମାଣ ଶେଷ ହେଲାଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ଆଜି ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୧) ଏବଂ (୨)କୁ  ୨ଠ୨୨ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁ କରିବା ଏବଂ ସଡ଼କ ନିର୍ମାଣ କାର୍ଯ୍ୟ ସରି ନଥିବା ପ୍ରକଳ୍ପଗୁଡ଼ିକୁ ୨ଠ୨୩ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନା (୧) ଅଧୀନରେ ସମତଳ ଅଞ୍ଚଳର ୫ଠଠରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମ ଏବଂ ଉତ୍ତର-ପୂର୍ବାଞ୍ଚଳ ତଥା ହିମାଳୟ ଅଞ୍ଚଳରେ ୨୫ଠ ଏବଂ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ କରାଯାଉଛି।

ସେହିପରି ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳରେ ୧ଠଠରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ କରାଯାଉଛି। ଏହି ଯୋଜନା ଅଧିନରେ ୧,୮୮,୪୪୪ଟି ଗ୍ରାମକୁ ୭୫୨୩ଟି ପୋଲ ସହିତ ୬୪୪୫୬୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି। ଏ ପର୍ଯ୍ୟନ୍ତ ଏ ଦିଗରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆଉ ମାତ୍ର ୧୯୭୪ଟି ପୋଲ ଏବଂ ୨ଠ,୯୫ଠ କିଲୋମିଟର ରାସ୍ତା ବାକି ରହିଛି।

ଏହି ଯୋଜନା (୨) ଅଧୀନରେ ୫ଠ ହଜାର କିଲୋମିଟର ସଡ଼କ ନିର୍ମାଣ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିବା ବେଳେ ୪୯,୮୮୫ କିଲୋମିଟର ରାସ୍ତା ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୨୪ଠ କିଲୋମିଟର ସଡ଼କ ଏବଂ ୨୫୪ଟି ପୋଲ କାମ ଅଳ୍ପଦିନ ମଧ୍ୟରେ ଶେଷ ହେଲେ ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। କରୋନା ସଂକ୍ରମଣ, ଅତିବୃଷ୍ଟି, ପ୍ରବଳ ଥଣ୍ଡା ଏବଂ ପାର୍ବତ୍ୟ ଅଞ୍ଚଳରେ ଜଙ୍ଗଲରେ ସଡ଼କ ନିର୍ମାଣଜନିତ ଅସୁବିଧାଗୁଡ଼ିକ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିଲା। ୨ଠ୨୨ ମସିହା ସେପ୍ଟେମ୍ବର ସୁଦ୍ଧା ଏହିସବୁ ନିର୍ମାଣ କାର୍ଯ୍ୟ ଶେଷ ହେବ। ୯ଟି ରାଜ୍ୟର ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ୪୪ଟି ଜିଲ୍ଲାରେ ୨ଠ୧୬ ମସିହାରେ ୫୭୧୪ କିଲୋମିଟର ସଡ଼କ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଆଉ ୧୮୮୭ କିଲୋମିଟର ସଡ଼କ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଗଲା। ଏବେ ୩୯୮ଟି ପୋଲ ସମେତ ସମୁଦାୟ ୭୬ଠ୧ କିଲୋମିଟର ସଡ଼କ ନିର୍ମାଣ ୨ଠ୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ଯୋଜନା ଅଧିନରେ ସଡ଼କ ନିର୍ମାଣ ପାଇଁ ସବୁଜ ବୈଷୟିକ କୌଶଳ ପ୍ରୟୋଗ କରାଯାଉଛି। ଏଥିରେ ସ୍ଥାନୀୟ ଭାବେ ମିଳୁଥିବା ସମାଗ୍ରୀ ବ୍ୟବହାର କରାଯାଇ ୧ ଲକ୍ଷ କିଲୋମିଟର ଦୀର୍ଘ ସଡ଼କପଥ ନିର୍ମାଣ କରାଯିବ। ଏଥିମଧ୍ୟରୁ ୬୧ ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ଶେଷ ହେଲାଣି । ଏହି ଯୋଜନା ଅଧିନରେ କାର୍ଯ୍ୟର ମାନର ସୁନିଶ୍ଚିତତା ପାଇଁ ତିନୋଟି ସ୍ତର ନିର୍ଦ୍ଧାରଣ କରାଯାଇଛି। ଏହା ଫଳରେ ଉଚ୍ଚମାନର ସଡ଼କ ନିର୍ମିତ ହୋଇପାରୁଛି।

୨ଠ୧୯ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୨) କାର୍ଯ୍ୟକାରୀ କରାଗଲା। ୨ଠ୨୫ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାରେ ୧ ଲକ୍ଷ ୨୫ ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ରାଜ୍ୟ ଅଂଶକୁ ମିଶାଇ ୧,୧୨,୪୧୯ କୋଟି ଟଙ୍କା ବିନିଯୋଗ କରାଯାଉଛି।

କ୍ୟାବିନେଟ୍ କମିଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

October 24, 2026

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026

୧୬ ଜିଲ୍ଲାକୁ ସତର୍କ ସୂଚନା: ବାତ୍ୟା ଆଶଙ୍କାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

October 24, 2026

Cyclone News: ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାରେ ବାତ୍ୟା….

October 24, 2026
Latest News

ଦୁଇ ଟ୍ରେନର ଏୟାରକ୍ରାଫ୍ଟ ମୁହାଁମୁହିଁ ଧକ୍କା : ୪ ପାଇଲଟ୍ ମୃତ

October 24, 2026

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

October 24, 2026

ସମ୍ଭାବ୍ୟ ବାତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସମୀକ୍ଷା ଓ ଗଞ୍ଜାମରେ ପ୍ରଶାସନିକ ସଜବାଜ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.