Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆପଡ଼ା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଗୁରୁତ୍ବ
ଆଜିର ଖବର

ନୂଆପଡ଼ା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଗୁରୁତ୍ବ

November 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡ଼ା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଗୁରୁତ୍ବ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ପ୍ରମୁଖ ବେଉସା ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ନୂଆପଡ଼ାଠାରେ ଏହା ପ୍ରକାଶ କରିଛନ୍ତି । ବିଶେଷ ଭାବେ ନୂଆପଡ଼ା ଜିଲ୍ଲା ଏ କ୍ଷେତ୍ରରେ ଅଧିକ ଲାଭାନ୍ୱିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମରୁଡ଼ି ପ୍ରପୀଡ଼ିତ ନୂଆପଡ଼ା ଜିଲ୍ଲାରେ ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାରେ କୃଷି, ଗମନାଗମନ, ଟେଲି ଯୋଗାଯୋଗ, ବିଦ୍ୟୁତ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ଅନେକ ବିକାଶ ହୋଇଛି ।

ବିଶେଷ ଭାବେ ସ୍ଥାନୀୟ ମୃର୍ତ୍ତିକା କପାଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୪୬ଟି କୁକୁଡ଼ା ଫାର୍ମ ଗଢ଼ି ଉଠିଥିବା ଏକ ଭଲ ଖବର ବୋଲି ସେ କହିଥିଲେ । ତା’ଛଡ଼ା ଉଦ୍ୟାନକୃଷି, ମାଛଚାଷ, ପ୍ରାଣୀପାଳନ ଆଦି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ପାଇଁ ଅର୍ଥକରୀ ବେଉସା ହୋଇପାରିବ । ସେହିପରି ସୂର୍ଯ୍ୟମୁଖୀ ଚାଷକୁ ବ୍ୟାପକ ଭାବେ କରିବା ପାଇଁ ସ୍ଥାନୀୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଉଦ୍ୟାନକୃଷି ବିଭାଗକୁ ପ୍ରବର୍ତ୍ତାଇଥିଲେ । ଏବେ ଜୈବିକ ଫସଲ ବିକ୍ରିବଟାର ଚାହିଦା ରହିଥିବା ହେତୁ ଚାଷୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାଣ୍ଡିଆ ଚାଷର ଭଲ ରେକର୍ଡ ଥିବା ହେତୁ ନୂଆପଡ଼ା ଜିଲ୍ଲାରେ ମାଣ୍ଡିଆ ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସେ ପ୍ରକାଶ କରିଥିଲେ । ବିଜୁ ଏକ୍ସପ୍ରେସ୍‌ େୱ ଜିଲ୍ଲା ପାଇଁ ବରଦାନ ପାଲଟିବ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ଗଢ଼ିଉଠିଲେ ଜିଲ୍ଲାର ଅର୍ଥନୀତିରେ ପ୍ରଭୂତ ଉନ୍ନତି ସାଧନ ହେବା ସହିତ ସ୍ଥାନୀୟ ଲୋକେ କର୍ମସଂସ୍ଥାନ ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ଏଥିପାଇଁ କେତେକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଇଡ୍‌କୋ ତରଫରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଥିବା ସେ ଦର୍ଶାଇଥିଲେ ।

ଜିଲ୍ଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଏସବୁ ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାକୁ ବାହାର ପର୍ଯ୍ୟଟକ କିପରି ଆସିପାରିବେ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ । ପତୋରା ଡ୍ୟାମ୍‌ଠାରେ ନେଚର କ୍ୟାମ୍ପ୍‌ ପ୍ରତିଷ୍ଠା ଏବଂ ତିଖାଲିଠାରେ ବୋଟିଂ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସାମ୍ବାଦିକମାନଙ୍କୁ କହିଥିଲେ । ଏଥି ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଆବଶ୍ୟକୀୟ ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ତାଙ୍କର ଗସ୍ତ କାଳରେ ସେ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣର ଅଗ୍ରଗତି ପରିଦର୍ଶନ କରିବା ସହ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ସେଠାରେ ଥିବା ୱାଚ୍‌ ଟାୱାର, ସ୍ପିଲ୍‌ୱେ, ଡ୍ୟାମ୍‌ହେଡ୍‌, ଉଦ୍ୟାନ ପ୍ରଭୃତି ବୁଲି ଦେଖିଥିଲେ । ପରେ ସେ ଖଡ଼ିଆଳ ନିକଟସ୍ଥ ବାଦୀଗାଆଁଠାରେ ନିର୍ମିତ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ । ତାଙ୍କ ଗସ୍ତ ସମୟରେ ସେ ସ୍ଥାନୀୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇଥିଲେ । ତାଙ୍କର ଏହି ଚାରିଦିନିଆ ଗସ୍ତରେ ସେ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।

ଅସିତ କୁମାର ତ୍ରିପାଠୀ ନୂଆପଡା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026
Latest News

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.