ଆଇଏନଏସ ଚିଲିକା ଦ୍ୱାରା ଅବସରପ୍ରାପ୍ତ ନାବିକମାନଙ୍କ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Nov 21, 2021, 1:04 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜାଦୀ କା ଅମୃତ ମହୋତ୍ସବ, ସ୍ୱର୍ଣ୍ଣିମ ବିଜୟ ବର୍ଷ ଏବଂ ଆଗାମୀ ନୌସେନା ଦିବସ ପାଳନ ଅବସରରେ, ଆଇଏନଏସ ଚିଲିକା ଗତକାଲି ଭେଟେରାନ୍ ନାବିକ ଫୋରମ୍ (ଓଡିଶା) ର ସଦସ୍ୟମାନଙ୍କ ଏକ ଦିନିଆ ଭ୍ରମଣର ଆୟୋଜନ କରିଥିଲା।

ଏହି ଅବସରରେ କମୋରେଡ଼ ଏନପି ପ୍ରଦୀପ, ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଏବଂ କମାଣ୍ଡିଂ ଅଫିସର ଆଇଏନଏସ ଚିଲିକା ଏବଂ ବିନ୍ଦୁ ପ୍ରଦିପ, ସଭାପତି ଏନଡବ୍ଲୁଡବ୍ଲୁଏ, ଚିଲିକାର ୧୨୦ ଜଣ ନାଭାଲ ଭେଟେରାନ ଏବଂ ସେମାନଙ୍କ ପରିବାରକୁ ମିଶାଇ ସମୁଦାୟ ୨୯୦ ଜଣ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଏହି ଭେଟେରାନ୍ ମାନଙ୍କୁ ଉକ୍ତ ସମ୍ମାନଜନକ ପ୍ରତିଷ୍ଠାନରେ ସେମାନଙ୍କର ଗୌରବମୟ ସମୟର ପ୍ରଶିକ୍ଷଣର ସ୍ମୃତି ଏବଂ ଅଭିଜ୍ଞତାକୁ ଉପଭୋଗ କରିବାର ସୁଯୋଗ ଦିଆଯାଇଥିଲା। ଦେଶ ତଥା ଭାରତୀୟ ନୌସେନା ପ୍ରତି ସେମାନଙ୍କର ନିସ୍ୱାର୍ଥପର ସେବାର ଏକ ସ୍ୱୀକୃତି ଭାବରେ ଏହା ଭେଟେରାନମାନଙ୍କ ପାଇଁ ଏକ ଭାବୁକ ମୁହୂର୍ତ୍ତ ଥିଲା।

ଏହି ଅବସରରେ ବର୍ତ୍ତମାନର ପିଢ଼ିର ପ୍ରଶିକ୍ଷକ, ନାବିକ, ଅଧିକାରୀ ଏବଂ ସେମାନଙ୍କ ପରିବାର ସହିତ ଭେଟେରାନମାନେ ସେମାନଙ୍କ ସେବା ସମୟର ଅନୁଭୂତିକୁ ପରିପ୍ରକାଶ କରିବାସହ ବିଭିନ୍ନ ଆଲୋଚନା କରିଥିଲେ। ଏହି ଅବସରରେ ପେନ୍‌ସନ୍‌, କଲ୍ୟାଣ ଯୋଜନା, ଇସିଏଚଏସ.ଓ ଭେଟେରାନମାନଙ୍କ ପାଇଁ କ୍ୟାଣ୍ଟିନ ସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏକ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।

ତେବେ ଉକ୍ତ କାର୍ଯ୍ୟକ୍ରମଟି ଏକ ବଡ଼ ସଫଳ କାର୍ଯ୍ୟକ୍ରମ ଭାବେ ପରିଗଣିତ ହେବା ସହ “ଅତୀତ” ଓ “ବର୍ତ୍ତମାନ” ମଧ୍ୟରେ ଏକ ସେତୁ ରୂପକ ପ୍ରଭାବଶାଳୀ ପ୍ଲାଟଫର୍ମ ଭାବରେ ପ୍ରମାଣିତ ହୋଇପାରିଥିଲା।

Related posts