Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାୟନୀ ଘୋଷଙ୍କୁ ଗିରଫ ଘଟଣା: ଗୃହ ମନ୍ତ୍ରଣାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କଲେ ଟିଏମସି ସାଂସଦ
ଆଜିର ଖବର

ଶାୟନୀ ଘୋଷଙ୍କୁ ଗିରଫ ଘଟଣା: ଗୃହ ମନ୍ତ୍ରଣାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କଲେ ଟିଏମସି ସାଂସଦ

November 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତ୍ରିପୁରାରେ ପୋଲିସର ଅତ୍ୟାଚାର ଅଭିଯୋଗରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ ସାଂସଦଙ୍କ ଏକ ପ୍ରତିନିଧୀ ଗୃହ ମନ୍ତ୍ରଣାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିଏମସି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ଡେରେକ ଓ’ବ୍ରାଇନ୍, ସୁଖେନ୍ଦୁ ଶେଖର ରୟ, ଶାନ୍ତନୁ ସେନ୍, ଡୋଲା ସେନଙ୍କ ସମେତ ୧୬ ଜଣ ତୃଣମୂଳ ସାଂସଦ ଆଜି ସକାଳେ ଦିଲ୍ଲୀର ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଗୃହ ମନ୍ତ୍ରଣାଳୟ ବାହାରେ ବିରୋଧ ବେଳେ ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରୟ କହିଛନ୍ତି ଯେ, ତ୍ରିପୁରା ସରକାରଙ୍କୁ ବରଖାସ୍ତ କରାଯିବା ଉଚିତ। ତ୍ରିପୁରାରେ ଗୁଣ୍ଡାରାଜ ପ୍ରତିଷ୍ଠା କରାଯାଇଛି। ଆମେ ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲୁ, କିନ୍ତୁ ସେ ଆମକୁ ସମୟ ଦେଇନାହାଁନ୍ତି। ଆମର ଟିଏମସି ଯୁବ ନେତାଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ ହୋଇଛି।

ଏଥି ସହ ଟିଏମସି ସାଂସଦ ସୌଗତ ରାୟ କହିଛନ୍ତି ଯେ, ତ୍ରିପୁରାରେ ଏହି ଘଟଣା ଗଣତନ୍ତ୍ର ଉପରେ ଆକ୍ରମଣ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ଆମେ ସମୟ ଖୋଜିଛୁ, କିନ୍ତୁ ଏପର୍ଯ୍ୟନ୍ତ ସମୟ ପାଇନାହୁଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆସୁଛନ୍ତି, ସେ ଅନେକ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିବେ।

କ’ଣ ରହିଛି ବିବାଦ?:

ପ୍ରକୃତରେ ଟିଏମସି ନେତା ଶାୟନୀ ଘୋଷଙ୍କୁ ତ୍ରିପୁରାରେ ଗିରଫ କରାଯାଇଛି। ଜଣେ ବିଜେପି କର୍ମୀ ଘୋଷଙ୍କୁ ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଏକ ବୈଠକରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ଏହାସହିତ କର୍ମୀଙ୍କୁ ହତ୍ୟା ଏବଂ ଆକ୍ରମଣ ଅଭିଯୋଗରେ ମଧ୍ୟ ଅଭିଯୋଗ ହୋଇଛି। ବିଜେପି କହିଛି ଯେ, ଟିଏମସି କର୍ମୀ ଅସଲମ ଶେଖଙ୍କ ହତ୍ୟା ଟିଏମସି ମଧ୍ୟରେ ବିବାଦର ଫଳାଫଳ। ତ୍ରିପୁରାରେ ଟିଏମସି ହିଂସା ବିସ୍ତାର କରୁଛି। ଶାୟନୀ ଘୋଷଙ୍କ ଗିରଫଦାରୀକୁ ବିରୋଧ କରି ଟିଏମସି ବର୍ତ୍ତମାନ ତ୍ରିପୁରା ସରକାର ବିରୋଧରେ ଏକ ଫ୍ରଣ୍ଟ ଖୋଲିଛି।

ଗୃହ ମନ୍ତ୍ରଣାଳୟ ଟିଏମସି ସାଂସ ବିରୋଧ ପ୍ରଦର୍ଶନ ଶାୟନୀ ଘୋଷ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.