Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର ରୋଗୀଙ୍କ ପାଇଁ ମାଗଣାରେ ଅତ୍ୟାଧୁନିକ ରୋବୋଟିକ୍ସ ଫିଜିଓଥେରାପି ସେବା
ଆଜିର ଖବର

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର ରୋଗୀଙ୍କ ପାଇଁ ମାଗଣାରେ ଅତ୍ୟାଧୁନିକ ରୋବୋଟିକ୍ସ ଫିଜିଓଥେରାପି ସେବା

November 23, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: “ସେଦିନ ମୋର ରାତି ୧୦ଟାରେ ଡ୍ୟୁଟିକୁ ଯିବାର ଥିଲା। କିନ୍ତୁ ସନ୍ଧ୍ୟାରେ ଘରେ ମୁଁ ହଠାତ୍ ଅଚେତ ହୋଇ ତଳେ ପଡ଼ିଗଲି। ପରିବାର ଲୋକ ମତେ ରାଜଗାଙ୍ଗପୁର ଡାକ୍ତରଖାନାକୁ ନେଇଗଲେ। ସେଠାରୁ ପୁଣି ବୁର୍ଲା ବଡ଼ ଡାକ୍ତରଖାନା। କିଛି ଦିନ ପରେ ଚେତା ଆସିବାରୁ ଜାଣିଲି ଯେ, ମୁଁ ପକ୍ଷାଘାତର ଶିକାର ହୋଇଛି”, ୨୦୦୬ର ସେହି ଦାରୁଣ ସମୟକୁ ମନେପକାଇ କୁହନ୍ତି ସୁନ୍ଦରଗଡ଼ ସହର ନିକଟରେ ଥିବା କେନ୍ଦୁପଡ଼ାର ୬୬ ବର୍ଷୀୟ ଉଦିତ ଚନ୍ଦ୍ର ନାଏକ। ହେଲେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ନିୟମିତ ଫିଜିଓଥେରାପି କରିବା ପରେ ଏବେ ତାଙ୍କ ଜୀବନ ବେଶ୍ ସ୍ୱାଭାବିକ ହୋଇପାରିଛି।

ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାମ କରି ଅବସର ନେଇଛନ୍ତି ଉଦିତ ଚନ୍ଦ୍ର। ୨୦୦୬ ମସିହା ଜୁନ୍ ୨୦ ତାରିଖ ସନ୍ଧ୍ୟାରେ ତାଙ୍କର ବ୍ରେନଷ୍ଟ୍ରୋକ୍ ହୋଇଥିଲା। ଏ ସମ୍ପର୍କରେ ସେ କହନ୍ତି ଯେ, “ମୋର ବାମ ହାତ ଓ ଗୋଡ଼ ଅଚଳ ହୋଇପଡ଼ିଥିଲା। ମୁଁ ଉଠି ଚଲାବୁଲା କରିବାକୁ ପ୍ରାୟ ବର୍ଷେ ସମୟ ଲାଗିଗଲା। ଏହି ଘଟଣାର ଅନେକ ବର୍ଷ ପର୍ଯ୍ୟନ୍ତ ମୁଁ ଠିକଣା ଭାବେ ଚଳପ୍ରଚଳ କରିପାରୁ ନଥିଲି। ମୋ ଜୀବନ ପୂର୍ବ ପରି ହୋଇପାରିବ ବୋଲି ମୋର ଆଶା ନଥିଲା। କିନ୍ତୁ ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ନିୟମିତ ରୋବୋଟିକ୍ସ ଫିଜିଓଥେରାପି କରିବା ଫଳରେ ମୋ ‘ ଅବସ୍ଥାରେ ବହୁତ ଉନ୍ନତି ଆସିଲା।”

ଦୀର୍ଘ ୧୫ ବର୍ଷର କଷ୍ଟ ପରେ ଏବେ ଉଦିତ ଚନ୍ଦ୍ରଙ୍କ ଜୀବନକୁ ବଦଳାଇ ଦେଇଛି ସୁନ୍ଦରଗଡ଼ର ଏହି ଅତ୍ୟାଧୁନିକ ଚିକିତ୍ସା ସେବା। ଏହି ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି। ଏଥିପାଇଁ ସେ ରାଜ୍ୟ ସରକାର ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।

“ସେ ଯେତେବେଳେ ଚିକିତ୍ସା ପାଇଁ ଆସି ପହଞ୍ଚିଲେ ଆମେ ପରୀକ୍ଷା କରି ଜାଣିଲୁ ଯେ ତାଙ୍କର ବାମ ପଟ ହାତ ଓ ଗୋଡ଼ର ସ୍ନାୟୁ ଏବଂ ମାଂସପେଶୀ ଦୁର୍ବଳ ହୋଇ ଯାଇଥିଲା। ତେଣୁ ତାଙ୍କର ଗୋଡ଼ ପାଇଁ ରୋବୋଟିକ୍ସ ଫିଜିଓଥେରାପି ଆରମ୍ଭ କରାଗଲା। ତା\’ସହିତ ହାତ ପାଇଁ ସ୍ୱତନ୍ତ୍ର ଫିଜିଓଥେରାପି କରାଗଲା। କିଛିଦିନ ମଧ୍ୟରେ ତାଙ୍କର ହାତ ଓ ଗୋଡ଼ରେ ବେଶ୍ ଉନ୍ନତି ଆସିଲା। ଏବେ ସେ ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରୁଛନ୍ତି”, ଉଦିତ ଚନ୍ଦ୍ରଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ଦେଇ କହନ୍ତି ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ଫିଜିଓଥେରାପିଷ୍ଟ ଡାକ୍ତର ପ୍ରୀତମ କୁମାର ବିସି।

କେବଳ ଉଦିତ ଚନ୍ଦ୍ର ନୁହନ୍ତି, ତାଙ୍କ ପରି ଏମିତି ଅନେକ ବ୍ୟକ୍ତି ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ବା ଏଆରସିରୁ ରୋବୋଟିକ୍ସ ଫିଜିଓଥେରାପି ଚିକିତ୍ସା ପାଇ ସ୍ୱାଭାବିକ ଜୀବନକୁ ଫେରି ପାରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଆର୍ଥିକ ସହାୟତାରେ ତଥା ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯାଇଛି।

ଏହି କେନ୍ଦ୍ରରେ ବ୍ରେନ ଷ୍ଟ୍ରୋକ୍‌, ମେରୁଦଣ୍ଡ ଆଘାତ, ସେରିବ୍ରାଲ୍ ପାଲସି ଓ ଦୁର୍ଘଟଣା ପରବର୍ତ୍ତୀ ଶାରୀରିକ ସମସ୍ୟା ଭୋଗୁଥିବା ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଅତ୍ୟାଧୁନିକ ରୋବୋଟିକ୍ସ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି। ସେହିପରି ବାର୍ଷିକ ୨ ଲକ୍ଷ ୪୦ ହଜାରରୁ କମ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଏଠାରେ କୃତ୍ରିମ ଅଙ୍ଗ ରୋପଣ ସେବା ମାଗଣାରେ ଦିଆଯାଉଛି।

୨୦୨୦ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ କେନ୍ଦ୍ରରେ ସୁନ୍ଦରଗଡ଼ ସମେତ ୭ଟି ଜିଲ୍ଲାର ହିତାଧିକାରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ଦେବଗଡ଼, ବରଗଡ଼ ଏବଂ କଳାହାଣ୍ଡି। ସୁନ୍ଦରଗଡ଼ ତଥା ଅନ୍ୟ ଜିଲ୍ଲାର ଭିନ୍ନକ୍ଷମ ଭାଇ ଭଉଣୀମାନେ କିଭଳି ଏହି ସେବା ପାଇ ପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି।

ସଂପୃକ୍ତ ଜିଲ୍ଲାଗୁଡ଼ିକରେ ଗାଁ ଗହଳିରେ ଥିବା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଚିହ୍ନଟ କରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ସୁନ୍ଦରଗଡ଼ସ୍ଥିତ ଏହି କେନ୍ଦ୍ରକୁ ପଠାଇ ମାଗଣାରେ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।

ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ମାଧ୍ୟମରେ ୨୦୨୧ ଅକ୍ଟୋବର ମାସ ସୁଦ୍ଧା ୨୫୮ ଜଣଙ୍କୁ କୃତ୍ରିମ ଅଙ୍ଗ ସେବା ମିଳିପାରିଛି। ସେହିପରି ୧୮୮ ଜଣଙ୍କୁ ମୋଟ ୨,୮୪୨ ଥର ରୋବୋଟିକ୍ସ ଫିଜିଓଥେରାପି ସେବା ଦିଆଯାଇଛି। ଏହି ସେବା ଫଳରେ ଭିନ୍ନକ୍ଷମମାନଙ୍କୁ ପୁଣିଥରେ ଶାରୀରିକ ଓ ମାନସିକ ଭାବେ ସକ୍ଷମ କରାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡି଼ବା ସମ୍ଭବପର ହୋଇପାରୁଛି। ଅନେକ ବ୍ୟକ୍ତି ପୁଣିଥରେ ସ୍ୱାଭାବିକ ଜୀବନ ସହିତ ନିଜର ଜୀବିକା କରି ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି।

ପଶ୍ଚିମ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026
Latest News

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

February 7, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ? 

February 7, 2026

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.