Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟଗୁଡିକ ସହ ଡିଏପି, ୟୁରିଆ ଉପଲବ୍ଧତା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ରାଜ୍ୟଗୁଡିକ ସହ ଡିଏପି, ୟୁରିଆ ଉପଲବ୍ଧତା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

November 23, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ସାର ଉପଲବ୍ଧତା ସ୍ଥିତିର ସମୀକ୍ଷା କରିବାବେଳେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉତ୍ପାଦନ ହେଉଛି ଏବଂ ଏହାର ଅଭାବ ନାହିଁ। ସମୀକ୍ଷା ବୈଠକରେ ୧୮ ଟି ରାଜ୍ୟର କୃଷି ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।

କୃଷକ ଏବଂ କୃଷି କ୍ଷେତ୍ରରେ ସାର ଆବଶ୍ୟକତାର ପରିଚାଳନା କେନ୍ଦ୍ର ଏବଂ ରାଜ୍ୟଗୁଡିକର ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରି ଡକ୍ଟର ମନସୁଖ ମାଣ୍ଡଭ୍ୟ ଗତ କିଛି ମାସ ମଧ୍ୟରେ ଡିଏପି ପାଇଁ ଚାଷୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ଉଦ୍ୟମ କରିଥିବାରୁ ରାଜ୍ୟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସାମୂହିକ ପ୍ରୟାସର ପରିଣାମ ସ୍ୱରୂପ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରହିଆସିଛି ବୋଲି ସେ କହିଛନ୍ତି। ଗତ କିଛି ମାସ ମଧ୍ୟରେ ଅନେକ ରାଜ୍ୟରେ ଡିଏପିର ଚାହିଦା ବଢିଥିବା ବେଳେ ସେମାନଙ୍କ ସାର ଆବଶ୍ୟକତା ପୂରଣ କରିଥିବାରୁ ରାଜ୍ୟ କୃଷି ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ମନ୍ତ୍ରୀମାନଙ୍କୁ ସେ ଫର୍ଟିଲାଇଜର ଡ୍ୟାସବୋର୍ଡ ସଂକ୍ରାନ୍ତର ଅବଗତ କରିଥିଲେ ଯାହା ଗତ ଦୁଇମାସରୁ କାର୍ଯ୍ୟକ୍ଷମ ରହିଛି ଏବଂ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ସାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ। ଅଧିକ ପ୍ରଭାବଶାଳୀ ଏବଂ ଉତ୍ପାଦନକାରୀ ଢଙ୍ଗରେ ସାର ପରିଚାଳନା ପାଇଁ ସେ ପ୍ରତିଦିନ “ଫର୍ଟିଲାଇଜର ଡ୍ୟାସବୋର୍ଡ” ରେ ଆବଶ୍ୟକତା/ଯୋଗାଣ ଉପରେ ନଜର ରଖିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସାପ୍ତାହିକ ଭିତ୍ତିରେ ଜିଲ୍ଲା ୱାରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗୁଆ ଯୋଜନା ପ୍ରସ୍ତୁତ କରିବା ଏବଂ ମୂଲ୍ୟାଙ୍କନ କରିବା ଜରୁରୀ ଅଟେ। ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ବ୍ୟବହାର ହୋଇନଥିବା ସାର ଅଛି। ଦୈନିକ ଏ ସଂକ୍ରାନ୍ତରେ ଆଗୁଆ ସୂଚନା ଆମକୁ ମିଳିପାରିଲେ ଏହାର ଉନ୍ନତ ପରିଚାଳନା ହୋଇପାରିବ। ସେମାନଙ୍କ ଦ୍ୱାରା ସୂଚିତ ଆବଶ୍ୟକତା ଅନୁଯାୟୀ ବିଳମ୍ବ ନକରି କେନ୍ଦ୍ର ସରକାର ରାଜ୍ୟକୁ ସାର ଯୋଗାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର ଉପରେ ସବସିଡି ପ୍ରଦାନ କରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ ଅଟେ ଯାହା ଦ୍ୱାରା ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି। ଆଗାମୀ ରବି ଋତୁରେ ଦେଶର ୟୁରିଆ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ୟୁରିଆ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଏହା ଯେଭଳି ଶିଳ୍ପକୁ (ଯେପରିକି ଭିନିର, ପ୍ଲାଇଉଡ ଇତ୍ୟାଦି) କୁ ଚାଲାଣ ନହୁଏ ଏହା ଉପରେ ରାଜ୍ୟଗୁଡିକ ସକ୍ରିୟ ଭାବରେ ନଜର ରଖିବା ଉଚିତ। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଦ୍ୱାରା ସକ୍ରିୟ ତଥା ପ୍ରଭାବଶାଳୀ ନୀରିକ୍ଷଣ ହେତୁ ଉତ୍ତରପ୍ରଦେଶ ଏବଂ ବିହାରରେ ସୀମାନ୍ତରେ ସାର ଚାଲାଣକୁ ରୋକାଯାଇ ପାରିଛି। ସେ କହିଛନ୍ତି, ରାଜ୍ୟଗୁଡିକ ଏହା ଉପରେ ନଜର ରଖିବା ଜରୁରୀ ଯେଭଳି କୃଷକମାନଙ୍କୁ ଯୋଗାଣ ହେଉଥିବା ସାର ଅନ୍ୟ କ୍ଷେତ୍ରକୁ ପଠାଯିବ ନାହିଁ, ଯାହାଦ୍ୱାରା କୃତ୍ରିମ ଅଭାବ ଦେଖାଦେଇଥାଏ। ସଚେତନତା ବୃଦ୍ଧି ତଥା ସାରର ଯଥାର୍ଥ ବ୍ୟବହାର ତଥା ଅପଚୟ ଏବଂ ଅପବ୍ୟବହାର ହ୍ରାସ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଆସନ୍ତୁ ବିକଳ୍ପଗୁଡିକର ଅନୁସନ୍ଧାନ କରିବା ଏବଂ ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଯେପରିକି ନାନୋ ୟୁରିଆ ଏବଂ ଜୈବକ ସାର ଯାହା ମାଟିକୁ ସୁରକ୍ଷା ଦେଇଥାଏ ଏବଂ ଅଧିକ ଉତ୍ପାଦନକ୍ଷମ କରିଥାଏ। କମ୍ ପରିମାଣର ନାନୋ ୟୁରିଆ ବର୍ତ୍ତମାନ ଅଧିକ ସାର ବ୍ୟବହାରର ବିକଳ୍ପ ଭାବରେ ବ୍ୟବହୃତ ହେବ ଏବଂ ଅଧିକ ପୁଷ୍ଟିକର ବ୍ୟବହାରରେ ସହାୟକ ହେବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ ସମୀକ୍ଷା ବୈଠକରେ କହିଛନ୍ତି। ଆକାର ଅନୁଯାୟୀ ଗୁଣବତ୍ତା, ମୃତ୍ତିକାରେ ଉଚ୍ଚ ଗୁଣ ମାନ ଏବଂ ଅନ୍ୟାନ୍ୟ ଗୁଣ ହେତୁ ନାନୋ-ସାର ଉଦ୍ଭିଦ ପୋଷଣରେ ପ୍ରୟୋଗ ପାଇଁ ପ୍ରତିଶ୍ରୁତିବଦ୍ଧ। ଇଫ୍‍କୋ ନାନୋ ୟୁରିଆର ଉତ୍ପାଦନ ଆରମ୍ଭ କରିଛି ଏବଂ ନାନୋ ଡିଏପି ଉପରେ କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଡିଏପି ୟୁରିଆ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
Latest News

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.